କେନ୍ଦୁଝର: ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ, ଖଣି କର୍ତୃପକ୍ଷଙ୍କର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମର ସମୀକ୍ଷା କଲେ ଜିଲ୍ଲାପାଳ

photo_on_tourist_review
କେନ୍ଦୁଝର ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଉପରେ ଜିଲ୍ଲାପାଳ ଡ଼ଃ ଏନ୍. ତିରୁମାଲା ନାୟକ ଗୁରୁତ୍ୱାରୋପ କରିଛନ୍ତି । ଚଳିତ ସେପ୍ଟେମ୍ବର ୬ ତାରିଖ ବୁଧବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ମିନି କନଫରେନ୍ସ ହଲଠାରେ ଗୋÂୀ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମରେ ବିଭିନ୍ନ ଖଣି କତର୍ତୃପକ୍ଷଙ୍କ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଦିଆଯାଇଥିବା କାର୍ଯ୍ୟାବଳୀ ସଂପର୍କରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ ।

ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଝର ଉପଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର,ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାଏକଙ୍କ ସମେତ ବିଭିନ୍ନ ଖଣି କର୍ତୃପକ୍ଷଙ୍କ କର୍ମକର୍ତା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଡିପିଆର୍ ଦାଖଲ ସଂପର୍କରେ ଜିଲ୍ଲାପାଳ ସମୀକ୍ଷା କରି ଦାଖଲ କରିନଥିବା ଖଣି କର୍ତୃପକ୍ଷ ଚଳିତ ମାସ ଶେଷ ସୁଦ୍ଧା ଡିପିଆର୍ ଦାଖଲ କରିବାକୁ ତାଗିଦ କରିଥିଲେ । ଖଣ୍ଡାଧାର ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଓଡିଶା ଖଣି ନିଗମ ୧୫ଲକ୍ଷ ଟଙ୍କା,ମୁର୍ଗା ମହାଦେବ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଟାଟାଷ୍ଟିଲ ୨୫ଲକ୍ଷ ଟଙ୍କା,ହାଣ୍ଡିଭଙ୍ଗା ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସିରାଜୁଦ୍ଧିନ କମ୍ପାନୀ ୧୮ଲକ୍ଷ ଟଙ୍କା,ଭୀମକୁଣ୍ଡ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ରୁଙ୍ଗଟା ମାଇନ୍ସ ଲିମିଟେଡ ୮୦ଲକ୍ଷ ଟଙ୍କା,ସାନଘାଗରା ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଇନ୍ଦ୍ରାଣୀ ପଟ୍ଟନାୟକ କମ୍ପାନୀ ୩୦ଲକ୍ଷ ଟଙ୍କା,ସିଦ୍ଧମଠ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଏସ୍ଆର୍ କମ୍ପାନୀ ୮ଲକ୍ଷ ଟଙ୍କା,ଚିକିଣିଆ ପାର୍କର ବିକାଶ ପାଇଁ ଟିପି ମହାନ୍ତି କମ୍ପାନୀ ୨୨ଲକ୍ଷ ଟଙ୍କା ଖର୍ଚ୍ଚ କରିବାର ଯୋଜନା ହୋଇଥିବାବେଳେ ମିରିଗିସିଙ୍ଗା ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଦେଢ ଲକ୍ଷଟଙ୍କା ଖର୍ଚ୍ଚ କରିବ ଏବଂ କେଶରୀକୁଣ୍ଡ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଇନ୍ଦ୍ରାଣୀ ପଟ୍ଟନାୟକ କମ୍ପାନୀ ହାତକୁ ନେବ ବୋଲି ଧାର୍ଯ୍ୟ କରାଯାଇଛି ।
ଯେଉଁ ପର୍ଯ୍ୟଟନ କ୍ଷେତ୍ରର ବିକାଶ କାର୍ଯ୍ୟ ସଂପୃକ୍ତ ଖଣି କର୍ତୃପକ୍ଷଙ୍କ ଦ୍ୱାରା ଆରମ୍ଭ କରାଯାଇନାହିଁ, ଆଗାମୀ ଅକ୍ଟୋବର ମାସ ମଧ୍ୟରେ ଆରମ୍ଭ କରିବାକୁ ଜିଲ୍ଲାପାଳ କଡା ନିଦେ୍ର୍ଧଶ ଦେଇଛନ୍ତି । ଏତଦ୍ବ୍ୟତୀତ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । କେନ୍ଦୁଝର ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଯଥେଷ୍ଟ ସମ୍ଭାବନା ଥିବାରୁ କର୍ପୋରେଟ ସେକ୍ଟରମାନଙ୍କୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ପର୍ଯ୍ୟାୟକ୍ରମେ ଦାୟିତ୍ୱ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏତଦ୍ବ୍ୟତୀତ ଭୀମକୁଣ୍ଡଠାରେ ରୋଫୱେ ନିର୍ମାଣ ପାଇଁ ଇଡ୍କୋକୁ ଅନୁରୋଧ କରାଯାଇଥିବାବେଳେ ଘଟଗାଁ ବ୍ଲକ ଅନ୍ତର୍ଗତ ବାଟହରିଚନ୍ଦନପୁର ନିକଟରେ ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନରେ ଯାଯାବର(ଗେଷ୍ଟ ହାଉସ) ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି ବୋଲି ପ୍ରକାଶ କରିଥିଲେ । ଗୋନାସିକା,ହାଣ୍ଡିଭଙ୍ଗା ଏବଂ ମୁଗା ମହାଦେବ ପର୍ଯ୍ୟଟନ କ୍ଷେତ୍ର ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନରେ ୧୦ଲକ୍ଷ ଟଙ୍କା ଲେଖାଏଁ ବ୍ୟୟରେ ବିଶ୍ରାମସ୍ଥଳୀ ନିର୍ମାଣ କରାଯିବ । ରାଜ୍ୟ ସରକାରଙ୍କ ୨୦୧୫-୧୬ ଆର୍ଥିକ ବର୍ଷର ଅନୁଦାନରେ ସାନଘାଗରାର ବିକାଶ ପାଇଁ ୫୦ଲକ୍ଷ ଟଙ୍କା,ସୀତାବିଞ୍ଜିର ବିକାଶ ପାଇଁ ୫୦ଲକ୍ଷ ଟଙ୍କା,ଭୀମକୁଣ୍ଡର ବିକାଶ ପାଇଁ ୩୦ଲକ୍ଷ ଟଙ୍କା,ଗୁଣ୍ଡିଚାଘାଗୀର ବିକାଶ ପାଇଁ ୫୦ଲକ୍ଷ ଟଙ୍କା,ଚକ୍ରତୀର୍ଥ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ୩୦ଲକ୍ଷ ଟଙ୍କା ଏବଂ କେଶରୀକୁଣ୍ଡର ବିକାଶ ପାଇଁ ୩୦ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି । ଏତଦ୍ବ୍ୟତୀତ ଜିଲ୍ଲାରେ ଜନସାଧାରଣ ତାଙ୍କ ମନରୁ ଅନ୍ଧବିଶ୍ୱାସ,କୁସଂସ୍କାର,ଝଡାଫୁଙ୍କା ଓ ଗୁଣିଗାରେଡି ଦୂର କରିବା ପାଇଁ ଖଣି କର୍ତୃପକ୍ଷଙ୍କ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ହାତକୁ ନେବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

Share in top social networks!