ପରଜା ସମାଜ ସଭାପତି କମୁଳୁ ଜାନି ବିଜେଡିରେ ସାମିଲ

CSC_1132 ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ କୋରାପୁଟ ଜିଲ୍ଲା କଂଗ୍ରେସର ଟାଣୁଆ ନେତା ପରଜା ସମାଜ ସଭାପତି ତଥା କୋରାପୁଟ ଜିଲ୍ଲା ଆଦିବାସୀ ସଂଘର ଉପ-ସଭାପତି କମୁଳୁ ଜାନି ଏବଂ ତାଙ୍କର ଶତାଧିକ ଆଦିବାସୀ ସମର୍ଥକମାନଙ୍କ ସହ ଆଜି ବିଜୁ ଜନତା ଦଳରେ
ଆନୁÂାନିକ ଭାବେ ସାମିଲ ହୋଇଛନ୍ତି ।

ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଶ୍ରୀ ଜାନିଙ୍କୁ ସ୍ୱାଗତ କରିବା ସହ ତାଙ୍କ
ନେତୃତ୍ୱରେ ସାମିଲ ହୋଇଥିବା ସମସ୍ତ ଜନଜାତି ନେତୃତ୍ୱଙ୍କୁ ମଧ୍ୟ ସ୍ୱାଗତ କରି କହିଥିଲେ ଯେ ବିଜେଡି ସରକାର ଗରିବ,
ଅବହେଳିତ ଓ ସାଧାରଣ ଜନତାଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସମର୍ପିତ ଭାବେ କାର୍ଯ୍ୟ କରୁଛି । ବିଶେଷଭାବେ ଜନଜାତି
ବର୍ଗର ବିକାଶରେ ଉନ୍ନତି ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ।

ଆଗାମୀ ଦିନରେ ଜିଲ୍ଲାରେ ଦଳକୁ ଆହୁରି ମଜଭୁତ କରିବାରେ ଶ୍ରୀ ଜାନି ମିଶିବା ଦଳକୁ ସହାୟକ ହେବ । ଏଠାରେ ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲାରେ ପରଜା ସମାଜର ୨ଲକ୍ଷରୁ ଊଦ୍ଧ୍ୱର୍ ଜନସାଧାରଣ ବସବାସ କରନ୍ତି । ଯେଉଁମାନଙ୍କର ସୁଖ-ଦୁଃଖର ପ୍ରିୟ ସାଥୀ ହେଉଛନ୍ତି କମୁଳୁ ଜାନି । ଏହି
ମିଶ୍ରଣ ସମୟରେ ଦଳର ସାଧାରଣ ସଂପାଦକ ତଥା କୋରାପୁଟ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ, ମୁଖପାତ୍ର ରବି
ନାରାୟଣ ନନ୍ଦ, ବାଲିଙ୍କି ରାଓ, ପରଜା ସମାଜ ନେତା ଚନ୍ଦ୍ର ଅମାନତ୍ୟ, ଭଗବାନ ଭତ୍ରା ଓ ତ୍ରିନାଥ ମୁଦୁଲିଙ୍କ ସମେତ
କୋରାପୁଟ ଓ ଜୟପୁରର ବହୁ ଦଳୀୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।

Share in top social networks!