ଟ୍ରାନ୍ସମିସନ୍ ଟାଓ୍ୱାର ନିର୍ମାଣ ନିମନ୍ତେ ଜମି ପାଇଁ କ୍ଷତିପୂରଣ ମାର୍ଗଦର୍ଶିକାକୁ ସରକାରଙ୍କ ଅନୁମୋଦନ

ରାଜ୍ୟରେ ବିଦୁ୍ୟତ ପରିବହନ ନିମନ୍ତେ ଟ୍ରାନ୍ସମିସନ ଟାଓ୍ୱାର ନିର୍ମାଣ ନିମନ୍ତେ ବ୍ୟବହୃତ ଜମିର ବେଞ୍ଚମାର୍କ ମୂଲ୍ୟର ଶତପ୍ରତିଶତ କ୍ଷତିପୂରଣ ଆକାରରେ ନିର୍ମାଣକାରୀ ସଂସ୍ଥା ପକ୍ଷରୁ ଜମି ମାଲିକଙ୍କୁ ଦିଆଯିବା ଏଥ# ସହିତ ଟ୍ରାନ୍ସମିଟର ଟାଓ୍ୱାର ମଧ୍ୟରେ ଯେଉଁ ଚଉଡ଼ାରେ ବିଦୁ୍ୟତ ତାର ଟଣା ଯାଇଥ#ବ, ସେହି ଚଉଡାର ଜମି ନିମନ୍ତେ ଜମି ମାଲିକମାନଙ୍କୁ ଜମିର ବେଞ୍ଚମାର୍କ ମୂଲ୍ୟର ୧୫ ପ୍ରତିଶତ କ୍ଷତିପୂରଣ ଦିଆଯିବା ଟ୍ରାନ୍ସମିସନ୍ ଟାଓ୍ୱାର ନିର୍ମାଣ ଏବଂ ବିଦୁ୍ୟତ ଲାଇନ୍ ଟାଣିବା ନିମନ୍ତେ ଜମିର ରାଇଟ୍ ଅଫ୍ େଓ୍ୱ ହାସଲ କରାଯାଉଥ#ବା ପରିପ୍ରେକ୍ଷୀରେ ଜମିମାଲିକମାନଙ୍କୁ ଏହି କ୍ଷତିପୂରଣ ଦିଆଯିବା ଏହି ମର୍ମରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ଏକ ମାର୍ଗଦର୍ଶିକାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ମହେଶ୍ୱର ମହାନ୍ତି ଅନୁମୋଦନ ପ୍ରଦାନ କରିଛନ୍ତିା ଏହି ମାର୍ଗଦର୍ଶିକା ଫଳରେ ବିଭିନ୍ନ ଜିଲ୍ଲାରେ ଦିଆଯାଇଥ#ବା କ୍ଷତିପୂରଣରେ ସମାନତା ଆସିବା ପୂର୍ବରୁ ଇଲେକ୍ଟି୍ରସିଟି ନିୟମ ୨୦୦୩ ଅନୁସାରେ ଟାଓ୍ୱାର ନିର୍ମାଣ ନିମନ୍ତେ ଆବଶ୍ୟକ ଜମିର କ୍ଷତିପୂରଣ ପ୍ରଦାନ ବାବଦରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ କିମ୍ବା କମିଶନର ଅଫ୍ ପୋଲିସ ଆକଳନ କରୁଥ#ଲୋ ଏହି ବ୍ୟବସ୍ଥାରେ ସମାନତା ନଥ#ବାରୁ ଏବଂ ଏହାକୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରକାର ତର୍ଜମା କରାଯାଉଥ#ବା ହେତୁ କ୍ଷତିପୂରଣ ଦେବାରେ ଅସୁବିଧା ଉପୁଜୁଥ#ଲାା ସେହିପରି ଟାଓ୍ୱାର ନିର୍ମାଣ ଦ୍ୱାରା ସଂପୃକ୍ତ ଜମିରେ ଯେଉଁ କ୍ଷତି ହେଉଥ#ଲା ସେ ସଂପର୍କରେ ଉକ୍ତ ନିୟମରେ କୌଣସି ନିର୍ଦ୍ଦିଷ୍ଟ ସଂଜ୍ଞା ନିରୂପଣ କରାଯାଇ ନଥ#ବା ସ୍ଥଳେ ଟାଓ୍ୱାର ନିର୍ମାଣକାରୀ ସଂସ୍ଥା ଜମିରେ ଥ#ବା ଫସଲ, ଗଛ କିମ୍ବା କୌଣସି ନିର୍ମାଣ ଥ#ଲେ କେବଳ ସେହି ବାବଦରେ କ୍ଷତିପୂରଣ ଦେଉଥ#ଲୋ ଏଥ# ସହିତ ଟଣାଯାଉଥ#ବା ଉଚ୍ଚ ଶକ୍ତିସଂପନ୍ନ ବିଦୁ୍ୟତ ତାର ତଳେ ଥ#ବା ଜମି ବ୍ୟବହାର ନିମନ୍ତେ ବିଭିନ୍ନ କଟକଣା ଥ#ବା ଯୋଗୁଁ ଏ ବାବଦରେ କ୍ଷତିପୂରଣ ଦେବା ନିମନ୍ତେ ମଧ୍ୟ ଦାବି ହୋଇ ଆସୁଥ#ଲାା କ୍ଷତିପୂରଣ ନ ପାଇବା ଫଳରେ ବିଭିନ୍ନ ବିଦୁ୍ୟତ ପ୍ରକଳ୍ପର କାର୍ଯ୍ୟରେ ଅହେତୁକ ବିଳମ୍ବ ଘଟୁଥ#ବା ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ବାବଦରେ ଉପରୋକ୍ତ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛିା
ତେବେ ଏହି କ୍ଷତିପୂରଣ କେବଳ ୬୬ କେଭି କିମ୍ବା ତା’ଠାରୁ ଅଧ#କ ଭୋଲଟେଜ୍ ବିଦୁ୍ୟତ ଟ୍ରାନ୍ସମିସନ୍ ଲାଇନ୍ ଟଣାଯାଇଥ#ବା କ୍ଷେତ୍ରରେ ଦିଆଯିବା ସେହିପରି ୬୬ କେଭି ଏବଂ ତଦୂ–ର୍ ଶକ୍ତିସଂପନ୍ନ ବିଦୁ୍ୟତ ସରବରାହ ନିମନ୍ତେ ଟଣାଯାଇଥ#ବା ତାର ମଧ୍ୟରେ ଥ#ବା ଚଉଡାର ଭିନ୍ନତାକୁ ମଧ୍ୟ ନିର୍ଦ୍ଧାରିତ କରାଯାଇ ତଦନୁସାରେ କ୍ଷତିପୂରଣ ଦେବାର ବ୍ୟବସ୍ଥା କରାଯାଇଛିା ଟାଓ୍ୱାର ନିର୍ମାଣ ଯୋଗେ ଜମିରେ କ୍ଷତି ହେଉଥ#ବା ଫସଲ, ଗଛ କିମ୍ବା କୌଣସି ନିର୍ମାଣ ବାବଦରେ ଦିଆଯାଇଥ#ବା କ୍ଷତିପୂରଣ ସହିତ ଜମି ବାବଦକୁ ଧାର୍ଯ୍ୟ ଉପରୋକ୍ତ କ୍ଷତିପୂରଣ ଜମିମାଲିକଙ୍କୁ ପ୍ରଦାନ କରାଯିବା ସୂଚନାଯୋଗ୍ୟ ଯେ ରାଉଟ୍ ଅଫ୍ େଓ୍ୱ ପଦ୍ଧତିରେ ବ୍ୟବହୃତ ଜମିର ମାଲିକାନା ସଂପୃକ୍ତ ଜମିମାଲିକ ନିକଟରେ ରହିବା ମାର୍ଗଦର୍ଶିକା ଅନୁଯାୟୀ ଫସଲ କ୍ଷୟକ୍ଷତିର ଆକଳନ ଜିଲ୍ଲା କୃଷି କିମ୍ବା ଉଦ୍ୟାନ କୃଷି ଅଧ#କାରୀ କରୁଥ#ବା ବେଳେ ଗଛ ନିମନ୍ତେ ସଂପୃକ୍ତ ବନଖଣ୍ଡ ଅଧ#କାରୀ କ୍ଷତିପୂରଣ ରାଶିର ଆକଳନ କରିବୋ ସେହପରି ଜମିରେ ଯଦି କୌଣସି ନିର୍ମାଣ ଥାଏ, ତେବେ ସେ ବାବଦରେ କ୍ଷତିପୂରଣ ନିର୍ଦ୍ଧାରଣ କରିବା ନିମନ୍ତେ ପୂର୍ତ୍ତ କିମ୍ବା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀଯନ୍ତ୍ରୀଙ୍କୁ ଅଧ#କୃତ କରାଯାଇଛିା

Share in top social networks!