ନୋବେଲ ଶାନ୍ତି ପୁରସ୍କାର ବିଜେତା କୈଳାସ ସତ୍ୟାର୍ଥୀଙ୍କ ଭାରତ ଯାତ୍ରା ଅଭିଯାନ ଦେଶର ପୂର୍ବାଂଚଳ ଭୁବନେଶ୍ୱରରୁ ଆରମ୍ଭ

IMG_20170901_115112
ନୋବେଲ ଶାନ୍ତି ପୁରସ୍କାର ବିଜେତା ଶ୍ରୀ କୈଳାସ ସତ୍ୟାର୍ଥୀଙ୍କ ଦ୍ୱାରା ଦେଶରେ ହେଉଥିବା ଶିଶୁ ଯୌନ ଉପôୀଡନ ଏବଂ ଶିଶୁ ଚାଲାଣ ବିରୋଧରେ ଭାରତ ଯାତ୍ରା ଅଭିଯାନ ସମ୍ପର୍କରେ କୈଳାସ ସତ୍ୟାର୍ଥୀ ଚିଲଡ୍ରେନ୍ ଫାଉଣ୍ଡେସନ୍ ପକ୍ଷରୁ ଆଜି ଘୋଷଣା କରାଯାଇଛି । ଏହା ୨୦୧୭ ସେପ୍ଟେମ୍ବର ୨୬ରୁ ଭୁବନେଶ୍ୱରରୁ ଆରମ୍ଭ ହେବ । ଏହି ଯାତ୍ରା ଅକ୍ଟୋବର ୫ରେ ବିଳାସପୁର ଦେଇ ଭୋପାଳରେ ପହଂଚିବ । ସେହିପରି ଭାରତଯାତ୍ରା ଦେଶର ଦକ୍ଷିଣରେ ସେପ୍ଟେମ୍ବର ୧୧ ତାରିଖରେ କନ୍ୟାକୁମାରୀରୁ ଆରମ୍ଭ ହୋଇ ନୂଆଦିଲ୍ଲୀରେ ୨୦୧୭ ଅକ୍ଟୋବର ୧୬ରେ ପହଂଚିବ ।

ଭାରତରେ ଶିଶୁଙ୍କ ସୁରକ୍ଷା ନେଇ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ଣ୍ଣ ସମର୍ଥନ ଦେଇଛନ୍ତି ।ଏସମ୍ପର୍କରେ ଭୁବନେଶ୍ୱର ସର୍କିଟ୍ ହାଉସ୍ରେ ଏକ ସଚେତନତା କାର୍ଯ୍ୟକ୍ରମରେ ପରିଚୟ ଫାଉଣ୍ଡେସନ୍ର ପ୍ରତିÂାତା ରୋଜାଲିନ୍ ପାଟ୍ଟଶାଣୀ ମିଶ୍ର ନ୍ୟାସନାଲ୍ ୟୁଥ୍ ପ୍ରୋଜେକ୍ଟର ରାଜ୍ୟ ଆବାହକ ମଧୁସୂଦନ ଦାସ ଯୋଗଦେଇ ରାଜ୍ୟରେ ଦେଖାଦେଉଥିବା ଶିଶୁ ଯୌନ ଉପôୀଡନ ଏବଂ ଶିଶୁ ଚାଲାଣ ବିରୋଧରେ ଗୁରୁତ୍ୱାରୋପ କରିଛନ୍ତି । ଅନେକ କ୍ଷେତ୍ରରେ ଏହି ଘଟଣାରେ ପରିବାର ସଦସ୍ୟ ତଥା ନିକଟ ସମ୍ପକୀୟଙ୍କ ସମ୍ପୃକ୍ତି ନେଇ ସେମାନେ ଚିନ୍ତାବ୍ୟକ୍ତ କରିଛନ୍ତି ।

ଜାତୀୟ ଅପରାଧ ରେକର୍ଡ ବୁ୍ୟରୋ ଏବଂ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୩ ଅନୁସାରେ ରାଜ୍ୟରେ ବୃଦ୍ଧି ପାଉଥିବା ବାଲ୍ୟ ବିବାହ ଘଟଣା ନେଇ ସେମାନେ ଉଦ୍ବେଗ ପ୍ରକାଶ କରିଛନ୍ତି । ଏହି ରେକର୍ଡ ଅନୁସାରେ ରାଜ୍ୟରେ ୧,୨୧,୬୬୯ ବାଳିକା ଏବଂ ୧,୩୭,୪୬୪ ବାଳକ ଆଇନଗତ ବୟସ ପୂର୍ବରୁ ବିବାହ କରିଥାନ୍ତି । ରାଜ୍ୟ ପୋଲିସ ତଥ୍ୟ ଅନୁସାରେ ୨୦୧୬-୧୭ ରେ ୧୮ ବର୍ଷରୁ କମ୍ ବୟସ୍କ ୨୦୬ ପିଲାଙ୍କ୍ୁ ଚାଲାଣ କରାଯାଇଥିଲା । ୨୦୧୬ରେ ରାଜ୍ୟରେ ଏହି ଚାଲାଣ ସଂଖ୍ୟାରେ ୪୪ ପ୍ରତିଶତ ବୃଦ୍ଧି ହୋଇଥିଲା ।କୈଳାସ ସତ୍ୟାର୍ଥୀ ସମାଜରେ ଶୋଷଣ ଘଟଣାରେ ଦେଖାଦେଉଥିବା ଭୟର ମୁକାବିଲା ପାଇଁ ପୀଡିତ ପରିବାର ସ୍ୱର ଉଠାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହି ଭୟ ଅପରାଧୀଙ୍କୁ ନିର୍ଭୟରେ ରହିବାରେ ସହାୟତା କରୁଛି ଏବଂ ସେମାନେ ଏଭଳି ଅନେକ ଜୀବନ ନଷ୍ଟ କରୁଛନ୍ତି ।

ଏହି ଅବସରରେ ରୋଜାଲିନ୍ ପାଟ୍ଟଶାଣୀ ମିଶ୍ର କହିଲେ, “ ଓଡ଼ିଶାରେ ଅନେକ ବର୍ଷ ଧରି ଶିଶୁ ଶ୍ରମିକ ସମସ୍ୟା ରହିଆସିଛି । ଏହା ସହିତ ରାଜ୍ୟରେ ଶିଶୁ ଚାଲାଣ ଓ ଶିଶୁ ଯୌନ ନିଯ୍ୟାତନା ଘଟଣା ବଢ଼ିବାରେ ଲାଗିଛି । ତେଣୁ ଏବେ ସମୟ ଆସିଛି ରାଜ୍ୟ ତଥା ଦେଶର ନାଗରିକ ବାଳିକା ଶିକ୍ଷା ଓ ସଶକ୍ତିକରଣ ପାଇଁ ସଚେତନ ହେବା ଉଚିତ । ଭାରତ ଯାତ୍ରା ଅଭିଯାନ ଦେଶର ବାଳିକା ଓ ଶିଶୁଙ୍କ ଉପରେ ହେଉଥିବା ବହୁବିଧ ଅତ୍ୟାଚାରର ବିରୋଧ କରିବ ।”

ଏହି ଅବସରରେ ମଧୁସୂଦନ ଦାସ କହିଲେ, “ଓଡ଼ିଶାରେ ହେଉଥିବା ଶିଶୁ ଯୌନ ଉପôୀଡନ ଏବଂ ଶିଶୁ ଚାଲାଣ ବିରୋଧରେ ଆମେ ସଚେତନ ହେବାର ଆବଶ୍ୟକତା ରହିଛି । ଯାହାଦ୍ୱାରା ଓଡ଼ିଶା ସମେତ ଦେଶର ସମାଜିକ ତଥା ଆର୍ଥିକ ବିକାଶ ପଥରେ ବାଧା ସୃଷ୍ଟି କରୁଛି । ଏହି ମର୍ମରେ ମୁଁ ଦେଶର ଯୁବବର୍ଗଙ୍କୁ ଅନୁରୋଧ କରୁଛି ସେମାନେ ଆଗେଇ ଆସି ଏହି ସମସ୍ୟାର ନିରାକରଣ ପାଇଁ ଏକ ସାମାଜିକ ବିପ୍ଲବର ଆରମ୍ଭ କରନ୍ତୁ । ଯୁବ ବର୍ଗ ସେମାନଙ୍କ ଶକ୍ତି ଆଧାରରେ ପରବର୍ତୀ ପିଢ଼ୀର ଭବିଷ୍ୟତ ନିର୍ଦ୍ଧାରଣ କରିବାରେ ସହଯୋଗ କରିବା ଉଚିତ ।”

ଗତ ୩୬ ବର୍ଷ ଧରି କୈଳାସ ସତ୍ୟାର୍ଥୀ ଶିଶୁଙ୍କ ଉପରେ ହେଉଥିବା ଯୌନ ଶୋଷଣ ଉପରେ ସଚେତନତା ସୃଷ୍ଟି କରିବାର ପ୍ରୟାସ କରିଛନ୍ତି । କୈଳାସ ସତ୍ୟାର୍ଥୀ ବିଶ୍ୱସ୍ତରରେ ଶିଶୁଙ୍କ ସ୍ୱାଧୀନତା, ସୁରକ୍ଷା ଓ ନିରାପତା ଉପରେ କାର୍ଯ୍ୟ ଜାରି ରଖିଛନ୍ତି । ୧୯୯୮ରେ ସେ ବିଶ୍ୱସ୍ତରରେ ଶିଶୁ ଶ୍ରମିକ ବିରୋଧରେ କାର୍ଯ୍ୟ ଆରମ୍ଭ କରିଥିଲେ । ଏନେଇ ସେ ଅନ୍ତର୍ଜାତୀୟ ଲେବର ଅର୍ଗାନାଇଜେସନ ସହିତ ଆଲୋଚନା କରିଥିଲେ । ସେହିପରି ୨୦୦୧ରେ ଶିକ୍ଷା ଯାତ୍ରା ଆରମ୍ଭ କରିଥିଲେ । ଏହାପରେ ଭାରତୀୟ ସମ୍ବିଧାନରେ ଶିକ୍ଷା ଅଧିକାର ଆଇନକୁ ମୌଳିକ ଅଧିକାର ଭାବେ ଉଲ୍ଲେଖ କରାଯାଇଥିଲା । ସେ ଭାରତୀୟ ସମାଜ ତଥା ରାଜନୈତିକ ସ୍ତରରେ ବିଶେଷ ଖ୍ୟାତି ହାସଲ କରିପାରିଥିବାବେଳେ ୨୦୧୪ରେ ନୋବେଲ ଶାନ୍ତି ପୁରସ୍କାର ହାସଲ କରିଛନ୍ତି । ଏହି ଯାତ୍ରା ସେପ୍ଟେମ୍ବର ୧୧ ତାରିଖରେ ଏହା କନ୍ୟାକୁମାରୀର ବିବେକାନନ୍ଦ ମେମୋରିଆଲରୁ ବିବକୋନନ୍ଦଙ୍କ ୧୮୯୩ରେ ଚିକାଗୋ ସହରରେ ଦେଇଥିବା ଉଜସ୍ୱିନୀ ଭାଷଣର ବାର୍ଷିକୀ ପାଳନ ଅବସରରେ ଆରମ୍ଭ ହେବ ।

କୈଳାସ ସତ୍ୟାର୍ଥୀ ଅନେକ ମାସ ଧରି ତାଙ୍କ କୈଳାସ ସତ୍ୟାର୍ଥୀ ଚିଲଡ୍ରେନସ୍ ଫାଉଣ୍ଡେସନ ସହାୟତାରେ ଏହି ଯାତ୍ରା ଆରମ୍ଭ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ।

ଶିଶୁ ଯୌନ ଉପôୀଡନ ଏବଂ ଶିଶୁ ଚାଲାଣ ବିରୋଧରେ ଗତ ୩ ବର୍ଷର ଅଭିଯାନ ସ୍ୱରୂପ ଏହି ଯାତ୍ରା ଆରମ୍ଭ ହେବ । ଏହା ଦେଶର ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ସକ୍ଷମ ହେବ । ଏହି ଯାତ୍ରା ବିଭିନ୍ନ ସଂସ୍ଥା ପକ୍ଷରୁ ଏ ନେଇ ସହଗେଯା ମେଡିକାଲ ସ୍ୱାସ୍ଥ୍ୟ ତଥା ଅନୁକମ୍ପାମୂଳକ ସହାୟତା ଉପଲବ୍ଧ, ଶିଶୁ ଯୌନ ଶୋଷଣକାରୀ ଅଭିଯୁକ୍ତଙ୍କ ବିଚାର ସମୟରେ ପୀଡିତଙ୍କ ସୁରକ୍ଷା ଓ ସାକ୍ଷୀଙ୍କ ସୁରକ୍ଷାକୁ ନିଶ୍ଚିତ କରାଇବ ।

ସୂଚନାଯୋଗ୍ୟ, କୈଳାସ ସତ୍ୟାର୍ଥୀ ଫାଉଣ୍ଡେସନ ଶିଶୁଙ୍କ ସଶକ୍ତି କରଣ ପାଇଁ ଉପଯୋଗୀ ଯୋଜନା ପ୍ରଣୟନକୁ ପ୍ରୋତ୍ସାହିତ କରିଥାଏ । ଫାଉଣ୍ଡେସନ୍ ପକ୍ଷରୁ ଏ ନେଇ ସରକାର, ବ୍ୟବସାୟିକ ଗୋÂୀ, ସିଭିଲ୍ ସୋସାଇଟିଙ୍କୁ ଉତ୍ସାହିତ କରାଯାଇ ଶିଶୁ ସୁରକ୍ଷାକୁ ରୁଦ୍ଧିମନ୍ତ କରାଯିବା ସହିତ ଶିଶୁ ଶୋଷଣ, ଶିଶୁ ଶିକ୍ଷା ଓ ଶିଶୁ ସ୍ୱାସ୍ଥ୍ୟ ସମସ୍ୟାକୁ ଗୁରୁତ୍ୱ ପ୍ରଦାନ କରିଥାଏ ।

Share in top social networks!