ମୁଖ୍ୟମନ୍ତ୍ରୀଙ୍କୁ ବିଜେଡି ଆଇନ୍‍ଜୀବୀ ସାମ୍ମୁଖ୍ୟ ତରଫରୁ ଶୁଭେଚ୍ଛା

DSC_0938 ଆଉଟ୍‍ଲୁକ୍‍ ପତ୍ରିକା ତରଫରୁ ଆୟୋଜିତ ସ୍ପିକ୍‍ ଆଉଟ୍‍ ପ୍ରତିଯୋଗିତାରେ ୫ଜଣ
ଦକ୍ଷ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ
ଦେଶର ସର୍ବଶ୍ରେÂ ପ୍ରଶାସକ ଭାବେ ସମ୍ମାନିତ ହୋଇଥିବାରୁ ଆଜି ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ନବୀନ ନିବାସରେ ବିଜୁ
ଜନତା ଦଳ ଆଇନ୍‍ଜୀବୀ ସାମ୍ମୁଖ୍ୟ ପକ୍ଷରୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜ୍ଞାପନ ପ୍ରଦାନ କରାଯାଇଛି । ଆଇନ୍‍ଜୀବୀ ସୁରେଶ
ବାରିକ, ଆବାହକ-ଭୁବନେଶ୍ୱର, ଖୋର୍ଦ୍ଧା ଜିଲ୍ଲା ଆବାହକ ଆଇନ୍‍ଜୀବୀ ରଜନୀକାନ୍ତ ପଟ୍ଟନାୟକ, ଜଟଣୀର ଆଇନ୍‍ଜୀବୀ
ଜୟପ୍ରକାଶ ଶର୍ମା, ଓଡ଼ିଶା ପ୍ରଶାସନିକ ଟ୍ରିବୁ୍ୟନାଲ୍‍ ଉପ-ସଭାପତି ଆଇନ୍‍ଜୀବୀ ସୁଦର୍ଶନ ପ୍ରଧାନ, ପୂର୍ବତନ ସଂପାଦକ
ଆଇନ୍‍ଜୀବୀ ଭିକାରି ମହାନ୍ତି ଓ ଆଇନ୍‍ଜୀବୀ ଶ୍ରୀମତୀ ବିସେଶ୍ୱରୀ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ଆଇନ୍‍ଜୀବୀ ଆସି
ମାନ୍ୟବର ମୁଖ୍ୟମନ୍ତ୍ରୀ ପୁଷ୍ପଗୁଚ୍ଛ ପ୍ରଦାନ କରି ଶୁଭେଚ୍ଛା ଜଣାଇଥିଲେ ।

Share in top social networks!