ପତିତ ଜଳାଶୟଗୁଡିକରେ ମାଛଚାଷ କରିପାରିଲେ ରାଜ୍ୟ ମତ୍ସ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇପାରିବ: ମନ୍ତ୍ରୀ ଡା. ରାଉତ

IMG_2638
ସ୍ୱୟଂ ସହାୟକ ଗୋଷ୍ଠୀ ଓ ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତିଗୁଡିକୁ ବୈଷୟିକ ଜ୍ଞାନକୌଶଳର ସଫଳ ବିକେନ୍ଦ୍ରୀକରଣ ଦ୍ୱାରା ପତିତ ଜଳାଶୟଗୁଡିକରେ ମାଛଚାଷ କରାଯାଇପାରିଲେ ରାଜ୍ୟ ମତ୍ସ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଡା. ଦାମୋଦର ରାଉତ ମତପ୍ରକାଶ କରିଛନ୍ତିା ଓଡ଼ିଶା ମତ୍ସ୍ୟଚାଷ ଉନ୍ନୟନ ନିଗମ ଲିଃ ପରିସରରେ ଏକ ସମ୍ବର୍ଦ୍ଧନା ତଥା କାର୍ଯ୍ୟାଳୟ ପରିଦର୍ଶନ ସମୟରେ ମନ୍ତ୍ରୀ ସମସ୍ତ କର୍ମଚାରୀମାନଙ୍କୁ ନିଷ୍ଠାର ସହ ନିଜର କାର୍ଯ୍ୟ ସଂପାଦନ କରିବା ନିମନ୍ତେ ପରାମର୍ଶ ଦେଇଥ#ଲୋ ବିଭିନ୍ନ ଯୋଜନାର ସଫଳ ରୂପାୟନ ସହ ମୃତ ନଦୀଗୁଡିକରେ ବୈଷୟିକ ଉପାୟରେ ମାଛଚାଷ, ଉନ୍ନତ ଜାଅଁଳ ଯୋଗାଣ, ପାରମ୍ପରିକ ମାଛଧରା ପଦ୍ଧତିର ବୈଷୟିକକରଣ ଓ ନିଗମର ଲାଭ ପାଇଁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ଉପରେ ମାନ୍ୟବର ମନ୍ତ୍ରୀ ଗୁରୁତ୍ୱାରୋପ କରିଥ#ଲୋ ଉତ୍ସବରେ ଅଧ୍ୟକ୍ଷତା କରି ନିଗମର ଅଧ୍ୟକ୍ଷ ଉମେଶ ଚନ୍ଦ୍ର ସାହୁ ଓଡ଼ିଶା ମତ୍ସ୍ୟଚାଷ ଉନ୍ନୟନ ନିଗମ ପକ୍ଷରୁ ଉନ୍ନତମାନର ମାଛ ଜାଅଁଳ ଉତ୍ପାଦନ କରି ରାଜ୍ୟ ଓ ରାଜ୍ୟ ବାହାରର ମତ୍ସ୍ୟଚାଷୀମାନଙ୍କୁ ଯୋଗାଇ ଦିଆଯାଉଥ#ବା ସହିତ ଉନ୍ନତ ମାନର ମାଛଧରା ଜାଲ ପ୍ରସ୍ତୁତ କରାଯାଉଛି ବୋଲି କହିଥ#ଲୋ ଏଥ# ସହିତ ମତ୍ସ୍ୟଚାଷୀମାନେ ବ୍ୟବହାର କରୁଥ#ବା ମାଛଧରା ଟ୍ରଲର, ମୋଟରଚାଳିତ ଡଙ୍ଗା ଏବଂ ମାଛ ପରିବହନ ନିମନ୍ତେ ରିହାତି ଦରରେ ଡିଜେଲ ଯୋଗାଇ ଦେଇ ରାଜ୍ୟରେ ମତ୍ସ୍ୟ ଉତ୍ପାଦନର ବୃଦ୍ଧିରେ ନିଗମ ସହାୟକ ହୋଇପାରିଛି ବୋଲି କହିଥ#ଲୋ
ନିଗମର ଅଧ୍ୟକ୍ଷ ଶ୍ରୀ ସାହୁ ନିଗମର ନାମରେ ଥ#ବା ୨୯୦.୬୫ ଲକ୍ଷ ଋଣକୁ ଅଂଶଧନକୁ ପରିବର୍ତ୍ତନ କରିବା, ନିଗମ କ୍ରମାଗତ ଭାବେ ଲାଭ କରୁଥ#ବାରୁ ଏହାର କର୍ମଚାରୀମାନଙ୍କୁ ୬ଷ୍ଠ ବେତନ କମିଶନ ସୁପାରିଶ ଆଧାରରେ ଦରମା ଦେବା, ସରକାର ନିଗମର ସଂସ୍ଥା ପରିଚାଳନା ନିମନ୍ତେ ଅନୁ୍ୟନ ୧ କୋଟି ଟଙ୍କା ଅନୁଦାନ ଦେବା, ନିଗମର ହାଚେରୀରୁ ବଳକା ବଡ଼ ଜାଅଁଳ ନିମନ୍ତେ ୧ କୋଟିର ବଜେଟ ବ୍ୟବସ୍ଥା କରିବା, ସଭାଗୃହ, ତାଲିମ ଗୃହ ନିର୍ମାଣ ସହ କାର୍ଯ୍ୟାଳୟର ପୁନରୁଦ୍ଧାର ନିମନ୍ତେ ପା=ି ବ୍ୟବସ୍ଥା କରିବା, ନିଗମର ଅଂଶଧନ ନିମନ୍ତେ ୪.୩୫ କୋଟି ଟଙ୍କା ମଂଜୁର କରିବା, ହାଚେରୀ ଓ ଜାଲ ନିର୍ମାଣ କେନ୍ଦ୍ରର ଉନ୍ନତିକରଣ, ଜାଲ କେନ୍ଦ୍ରଗୁଡିକର ପରିଚାଳନା ନିମନ୍ତେ ଏକାଥରକେ ଚଳନପୁଞ୍ଜି ବ୍ୟବସ୍ଥା ନିମନ୍ତେ ମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଥ#ଲୋ ପ୍ରାରମ୍ଭରେ ନିଗମର ପରିଚାଳନା ନିର୍ଦ୍ଦେଶକ ତଥା ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ବିଜୟ କେତନ ଉପାଧ୍ୟାୟ ସ୍ୱାଗତ ଭାଷଣ ଦେଇ ନିଗମର ମୁଖ୍ୟ କାର୍ଯ୍ୟଗୁଡିକ ଉପରେ ଆଲୋକପାତ କରିଥ#ଲୋ ଏହି ଅବସରରେ ମାନ୍ୟବର ମନ୍ତ୍ରୀଙ୍କୁ ଦୃଶ୍ୟ ଓ ଶ୍ରାବ୍ୟ ମାଧ୍ୟମରେ ନିଗମର ଲକ୍ଷ୍ୟ ଓ ସଫଳତା ବିଷୟରେ ଏକ ବୃତ୍ତଚିତ୍ର ଦେଖାଯାଇଥ#ଲାା ଶେଷରେ ନିଗମର ସାଧାରଣ ପରିଚାଳିକା ଶ୍ରୀମତୀ ମମତା ମହାପାତ୍ର ଧନ୍ୟବାଦ ଅର୍ପଣ
କରିଥ#ଲୋ

Share in top social networks!
Powered By Indic IME