ଆସ୍କାକୁ ସବ୍ଡିଭିଜନ୍ ମାନ୍ୟତା ପ୍ରଦାନ ଦାବିରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସହିତ ବୈଠକ

ଆସ୍କାକୁ ସବ୍ଡିଭିଜନର ମାନ୍ୟତା ପ୍ରଦାନ, ଆସ୍କା ଏନ୍.ଏ.ସିକୁ ମୁ୍ୟନିସିପାଲିଟିରେ ପରିବର୍ତ୍ତନ ଏବଂ ଆସ୍କାଠାରେ ସିଏଚ୍ସି ହସ୍ପିଟାଲର ଉନ୍ନତିକରଣ କରିବା ନିମନ୍ତେ ଦୀର୍ଘଦିନରୁ ଦାବି ହୋଇ ଆସୁଥ#ବା ପରିପ୍ରେକ୍ଷୀରେ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ମହେଶ୍ୱର ମହାନ୍ତି ସଚିବାଳୟଠାରେ ଆନ୍ଦୋଳନରତ ଆସ୍କା ବାର୍ ଆସୋସିଏସନ୍ ଏବଂ ବିଭିନ୍ନ ସଂଗଠନର ମିଳିତ କି୍ରୟାନୁଷ୍ଠାନ କମିଟିର ପ୍ରତିନିଧ#ଙ୍କ ସହିତ ଆଲୋଚନା କରିଥ#ଲୋ ରାଜସ୍ୱ ସବ୍ଡିଭିଜନ୍ ଘୋଷଣା ନିମନ୍ତେ ଅର୍ଥ ବିଭାଗର ସହମତି ସହିତ ଯଦି ଏଥ# ନିମନ୍ତେ ନିତି ଆୟୋଗର ଅନୁମତି ଆବଶ୍ୟକ ହେଉଥାଏ, ତେବେ ସେଥ# ନିମନ୍ତେ ବିହୀତ ପଦକ୍ଷେପ ନିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ ଶ୍ରୀ ମହାନ୍ତି କହିଛନ୍ତିା ଏଥ# ସହିତ ସପ୍ତାହର ପ୍ରତ୍ୟେକ ବୁଧବାର ଦିନ ଭଂଜନଗରର ଉପଜିଲ୍ଲାପାଳ ଆସ୍କାଠାରେ କ୍ୟାମ୍ପ କୋର୍ଟ କରିବା ପାଇଁ ସରକାରୀ ସ୍ତରରେ ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ମନ୍ତ୍ରୀ କହିଥ#ଲୋ ଆସ୍କାର ୫ଟି ଅଞ୍ଚଳରେ ଦୀର୍ଘଦିନ ହେବ ସେଟେଲ୍ମେଣ୍ଟ ହୋଇନଥ#ବା ପରିପ୍ରେକ୍ଷୀରେ ନିର୍ଦ୍ଦେଶକ, ଲ୍ୟାଣ୍ଡ ରେକର୍ଡଙ୍କ ସହିତ ଏ ସଂପର୍କରେ ଦୁଇତିନିଦିନ ମଧ୍ୟରେ ଆଲୋଚନା କରି ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଥ#ଲୋ ତେଣୁ ଆନ୍ଦୋଳନରତ ବାର ଆସୋସିଏସନ୍ ଏବଂ ଅନ୍ୟ ସଂଗଠନମାନେ ଆନ୍ଦୋଳନରୁ ନିବୃତ୍ତ ରହିବାକୁ ମନ୍ତ୍ରୀ ଶ୍ରୀ ମହାନ୍ତି ନିବେଦନ କରିଥ#ଲୋ
ଏଥ# ସହିତ ନିୟମ ଅନୁଯାୟୀ ଯଦି ଆବଶ୍ୟକୀୟ ସର୍ତ୍ତ ପୂରଣ ହେଉଥାଏ ତେବେ ଆସ୍କା ବିଜ୍ଞାପିତ ଅଞ୍ଚଳକୁ ଏକ ମୁ୍ୟନିସିପାଲିଟିରେ ପରିଣତ କରାଯାଇପାରିବ ବୋଲି ବୈଠକରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ କହିଥ#ଲୋ ଏଥ# ନିମନ୍ତେ ନିର୍ଦ୍ଧାରିତ ଫର୍ମ ପୂରଣ କରି ବିଧ#ବଦ୍ଧ ପ୍ରସ୍ତାବ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥ#ଲୋ ଅନ୍ୟ ପକ୍ଷରେ ଆସ୍କାସ୍ଥିତ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଫାଷ୍ଟ ରେଫେରାଲ୍ କେନ୍ଦ୍ରରେ ପରିଣତ କରିବା ପାଇଁ ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ଅଛି ଏବଂ ଏ ସଂପର୍କରେ ତୁରନ୍ତ ନିଷ୍ପତ୍ତି ନିଆଯିବ ବୋଲି ବୈଠକରେ ସୂଚନା ଦିଆଯାଇଥ#ଲାା
ବୈଠକରେ ଆସ୍କାର ମାନ୍ୟବର ସାଂସଦ ଶ୍ରୀ ଲଡୁକିଶୋର ସ୍ୱାଇଁ, ମାନ୍ୟବର ବିଧାୟକ ଦେବରାଜ ମହାନ୍ତି, ପୂର୍ବତନ ସାଂସଦ ଶ୍ରୀ ଦ୍ୱିିତୀକୃଷ୍ଣ ପଣ୍ଡା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ଡ. ଚନ୍ଦ୍ରଶେଖର କୁମାର, ଗଞ୍ଜାମର ଜିଲ୍ଲାପାଳ ଶ୍ରୀ ପ୍ରେମଚାନ୍ଦ ଚୌଧୁରୀ, ସଂପୃକ୍ତ ବିଭାଗୀୟ ଅଧ#କାରୀ, ଆସ୍କା ବାର୍ ଆସୋସିଏସନ୍ର ସଭାପତି, ସଂପାଦକ, ଆସ୍କା ମୁ୍ୟନିସିପାଲିଟିର ଅଧ୍ୟକ୍ଷ, ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ସମେତ ମିଳିତ କି୍ରୟାନୁଷ୍ଠାନ କମିଟିର କର୍ମକର୍ତ୍ତା ଉପସ୍ଥିତ ଥ#ଲୋ

Share in top social networks!