ଅକେଫାବର ମାସରୁ ଆରମ୍ଭ ହେବ ରେଳଯାତ୍ରା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନୁସାରେ ଚଳିତ ବର୍ଷ ଅକେଫାବର ମାସରୁ ପ୍ରଥମ ପର୍ଯ୍ୟାୟ ରେଳଯାତ୍ରା ଆରମ୍ଭ ହେବା ଆଜି ପୂର୍ବାହ୍ନରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଉପରୋକ୍ତ ମର୍ମରେ ନିଷ୍ପତ୍ତି ଗ୍ରହଣ କରାଯାଇଛିା
ବୈଠକ ପରେ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଫ୍ଲାଗ୍ସିପ୍ କାର୍ଯ୍ୟକ୍ରମ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନୁଯାୟୀ ଚଳିତ ବର୍ଷ ପ୍ରାୟ ୩ ହଜାର ବରିଷ୍ଠ ନାଗରିକଙ୍କୁ ତୀର୍ଥସ୍ଥାନ ଭ୍ରମଣରେ ନିଆଯିବା ଅକେଫାବର ମାସରେ କେନ୍ଦ୍ରାଞ୍ଚଳ ରାଜସ୍ୱ ମଣ୍ଡଳର ଯାତ୍ରୀମାନଙ୍କୁ ଭୁବନେଶ୍ୱରରୁ ଆଜ୍ମେର୍ ଓ ପୁଷ୍କରକୁ ନିଆଯିବାକୁ ଥ#ବାବେଳେ ଡିସେମ୍ବର ମଧ୍ୟ ଭାଗରେ ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତରାଞ୍ଚଳ ରାଜସ୍ୱ ମଣ୍ଡଳରୁ ତୀର୍ଥଯାତ୍ରୀମାନଙ୍କୁ ସମ୍ବଲପୁରରୁ ଶିରିଡ଼ି ଓ ଶନିସିଗ୍ନା (ଶନିଶ୍ଚର ପୀଠ)କୁ ନିଆଯିବା ସେହିପରି ତୃତୀୟ ପର୍ଯ୍ୟାୟରେ ଦକ୍ଷିଣାଞ୍ଚଳ ରାଜସ୍ୱ ମଣ୍ଡଳର ତୀର୍ଥଯାତ୍ରୀମାନଙ୍କୁ ବ୍ରହ୍ମପୁରରୁ ଜାନୁଆରୀ ଶେଷ ସପ୍ତାହରେ ତିରୁପତି ଓ ଭେଲୋର(ପଦ୍ମାବତୀ ମନ୍ଦିର) ଇତ୍ୟାଦି ସ୍ଥାନକୁ ନିଆଯିବା ପ୍ରତି ପର୍ଯ୍ୟାୟରେ ହଜାରେ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ସାମିଲ ହେବୋ ଏଥ# ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଧ#ବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଗ୍ରହୀ ବରିଷ୍ଠ ନାଗରିକମାନେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଅଥବା ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକଙ୍କ ଜରିଆରେ ଆବେଦନ କରିପାରିବୋ ବିପିଏଲ୍ ତାଲିକାଭୁକ୍ତ ବରିଷ୍ଠ ନାଗିରକଙ୍କ ନିମନ୍ତେ ଏହି ତୀର୍ଥଯାତ୍ରା ସଂପୂର୍ଣ୍ଣ ମାଗଣା ହେବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ଉଲ୍ଲେଖ କରିଛନ୍ତିା
ଆଜିର ବୈଠକରେ ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ଡା. ମୋନା ଶର୍ମା, ବିଭାଗୀୟ ନିର୍ଦ୍ଦେଶକ ନୀତିନ୍ ଭାନୁଦାସ ଜଓ୍ୱାଲେ, ପୂର୍ବତଟ ରେଳବାଇର ବରିଷ୍ଠ ପଦାଧ#କାରୀବୃନ୍ଦଙ୍କ ସମେତ ଆଇଆର୍ସିଟିସି ପକ୍ଷରୁ ସୁଶ୍ରୀ କ୍ରାନ୍ତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସୁବ୍ରତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥ#ଲୋ

Share in top social networks!