ଏଲପିଜି ଗ୍ରାହକ ସଂଖ୍ୟା ବୃଦ୍ଧି ସହ ନୂଆ ବିତରକଙ୍କୁ ବିତରଣ ପାଇଁ ଅନୁମତି ପତ୍ର ବାଂଟିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

• ଓଡିଶାରେ୨୦୧୪ ସୁଦ୍ଧା ୨୦ ଲକ୍ଷ ଏଲପିଜି ଗ୍ରାହକ ଥିଲା ବେଳେ ଏବେ ସୁଦ୍ଧା ହେଲେଣି ୫୦
ଲକ୍ଷ ଗ୍ରାହକ
• ରାଜ୍ୟର ଏକ କୋଟି ଘରେ ଏଲପିଜି ପହଂଚାଇବାର ଲକ୍ଷ୍ୟ
• ଏଲପିଜି ବିତରଣ, ପାଇପ ଯୋଗେ ପରିବହନ, ବଟଲିଂ ପ୍ଲାଂଟ ଓ ଘରେ ପାଇପ ଯୋଗେ ଗ୍ୟାସ ଯୋଗାଣରେ ଖର୍ଚ ହେବ ଦେଢ ହଜାର କୋଟି ଟଙ୍କା

20170821121928_5G1A2142
ଓଡିଶାରେ ଏଲପିଜି ଗ୍ରାହକଙ୍କ ସଂଖ୍ୟା ଦୃତ ବେଗରେ ବଢୁଥିବା କାରଣରୁ ଏଲପିଜି ଯୋଗାଣ ବ୍ୟବସ୍ଥାର ସୁଦୃଢୀକରଣ ପାଇଁ ନୂଆ ବିତରଣ କେନ୍ଦ୍ର ପ୍ରତିÂା କରିବାକୁ ଯାଉଥିବା ବ୍ୟକ୍ତିବିଶେଷ ମାନଙ୍କୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଟର ଅଫ ଇଂଟେଂଟ ପ୍ରଦାନ କରିଛନ୍ତି । ସ୍ଥାନୀୟ ଜୟଦେବ ଭବନ ଠାରେ ଉତ୍ସବରେ ଉଦବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୧୪ରେ ମୋଦି ସରକାର ଦାୟିତ୍ୱ ନେବା ପୂର୍ବରୁ ଓଡିଶାରେ ୨୦ ଲକ୍ଷ ଘରେ ଏଲପିଜି ସଂଯୋଗ ଥିବା ବେଳେ ଏହା ଏବେ ବୃଦ୍ଧି ପାଇ ୫୦ ଲକ୍ଷ ଘରେ ପହଂଚିଛି । ବୃଦ୍ଧିର ହାର ୧୫୦ ପ୍ରତିଶତ ରହିଛି ବୋଲି ସେ କହିଛନ୍ତି । ଏହି ତିନି ବର୍ଷରେ ୧୫ ଲକ୍ଷ ଗରୀବ ମା ଭଉଣୀଙ୍କ ପାଖରେ ଉଜ୍ୱଳା ଯୋଜନାରେ ମାଗଣାରେ ଗ୍ୟାସ ସଂଯୋଗ ପହଂଚା ଯାଇଛି ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶରେ ସ୍ୱାଧୀନତାରୁ ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପର୍ଯ୍ୟନ୍ତ ୧୪ କୋଟି ଏଲପିଜି ଗ୍ରାହକ ଥିବା ବେଳେ ଏହି ସଂଖ୍ୟା ୭ କୋଟି ବୃଦ୍ଧି ପାଇ ୨୧ କୋଟିରେ ପହଂଚିଛି । ଓଡିଶାରେ ଏହି ଗ୍ରାହକ ସଂଖ୍ୟାକୁ ରାଜ୍ୟର ଏକ କୋଟି ଘର ପହଂଚାଇବା ପାଇଁ ଲକ୍ଷ୍ୟ ଧ୍ୟାର୍ଯ୍ୟ କରା ଯାଇଛି । ଏଥି ପାଇଁ ବିତରକ ନେଟବର୍କ ବୃଦ୍ଧି, ବଟଲିଂ ପ୍ଲାଂଟ, ଏଲପିଜି ପାଇପଲାଇନ, ପାଇପ ଯୋଗେ ଘରେ ଘରେ ଗ୍ୟାସ ପହଂଚାଇବା ପାଇଁ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି । ରାଜ୍ୟରେ ପୂର୍ବରୁ ଚାରିଟି ବଟଲିଂ ପ୍ଲାଂଟ ଥିବା ବେଳେ ଆଉ ୪ ଶହ କୋଟି ଟଙ୍କା ଖର୍ଚରେ ଆଉ ତିନୋଟି ବଟଲିଂ ପ୍ଲାଂଟ ରାଜ୍ୟରେ ଖୋଲା ଯାଉଛି । ପାରାଦୀପରୁ ବାଲେଶ୍ୱର ପାଇପଲାଇନ ଯୋଗେ ଏଲପିଜି ପରିବହନର ବ୍ୟବସ୍ଥା କରାଯାଇଛି । ଏଲପିଜି ବିତରଣ ପ୍ରକ୍ରିୟାରେ ତାଙ୍କ ବିଭାଗ ରାଜ୍ୟରେ ଦେଢ ହଜାର କୋଟି ଟଙ୍କାର ବ୍ୟୟର ବ୍ୟବସ୍ଥା ତିଆରି କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୫୮୨ ଏଲପିଜି ବିତରକ ପୂର୍ବରୁ ୨୦ ଲକ୍ଷ ପରିବାରକୁ ଏଲପିଜି ଯୋଗାଉଥିଲେ ା ଏହି ବିତରକ ସଂଖ୍ୟାକୁ ଦୁଇ ଗୁଣ କରା ଯିବାକୁ ଲକ୍ଷ୍ୟ ରଖା ଯାଇଛି । ପ୍ରଥମ କିସ୍ତିରେ ଚାରିଶହ ବିତରକଙ୍କ ପାଇଁ ବିଜ୍ଞାପନ ଓ ସ୍ୱଚ୍ଛ ଚୟନ ମାଧ୍ୟମରେ ବଛା ଯିବାର ବ୍ୟବସ୍ଥା କରାଯାଇଛି । ସୋମବାର ଦିନ ଏଥି ମଧ୍ୟରୁ ୧୨୧ ଜଣଙ୍କୁ ଯୋଗ୍ୟ ବିବେଚିତ କରାଯାଇଛି । ଏହି ତାଲିକାରେ ୩୬ ମହିଳା, ୨୦ ଅନୁସୂଚିତ ଜାତି- ଜନଜାତି ଓ ୨୫ ଓବିସି ବର୍ଗର ଆଶାୟୀ ସାମିଲ ଅଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ୱଚ୍ଛ ଉପାୟରେ ଲଟେରୀ ମାଧ୍ୟମରେ ଚୟନ ପ୍ରକ୍ରିୟା କରା ଯାଇଥିବାରୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଲେଟର ଅଫ ଇଂଟେଟ ନେଉଥିବା ଯୋଗ୍ୟ ବ୍ୟକ୍ତି ମାନେ ସାମିଲ ଅଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏଲପିଜି ସହ ସୁରକ୍ଷା ଅତ୍ୟନ୍ତ ଜରୁରୀ । ପୂର୍ବରୁ ଏଲପିଜି ଦୁର୍ଘଟଣା ଜନିତ ବୀମାରାଶି ନଗଣ୍ୟ ଥିବା ବେଳେ ଏବେ ଏହା ୬ ଲକ୍ଷ ଟଙ୍କା କୁ ବୃଦ୍ଧି କରାଯାଇଛି । ମାତ୍ର ଜୀବନ ସାମନାରେ ଟଙ୍କାର ମୂଲ୍ୟ କିଛି ନ ଥିବା କାରଣରୁ ବଡ ଆକାରରେ ସୁରକ୍ଷା ପାଇଁ ସଚେତନତା ପାଇଁ ତାଙ୍କ ବିଭାଗ କରିଥିବା ଯୋଜନାରେ
ନୂତନ ବିତରକ ମାନେ ସାମିଲ ହେବାକୁ ସେ ଅନୁରୋଧ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଘରୋଇ ଧୁଆଁ କାରଣରୁ ଦେଶରେ ବାର୍ଷିକ ପାଂଚ ଲକ୍ଷ ମହିଳାଙ୍କ ମୃତ୍ୟୁ ହେଉଥିବା କାରଣରୁ ଏଲପିଜି ବିତରଣ ଏକ ବ୍ୟବସାୟିକ ଲାଭ ପାଇଁ କରାଯାଉଥିଲେ ମଧ୍ୟ ଏହା ସହ ଜୀବନ ବଂଚାଇବାର ଏକ ମହତ କାମରେ ଏଲପିଜି ବିତରକ ମାନଙ୍କର ଭାଗ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।