ଆନେ୍ଦାଳନକାରୀ ଶିକ୍ଷକ ମାନଙ୍କୁ ସମର୍ଥନ ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ସମାଧାନ କରନ୍ତୁ ଶିକ୍ଷକଙ୍କ ସମସ୍ୟା

• ଶିକ୍ଷା ସହିତ ରାଜ୍ୟର ୩୦ ଲକ୍ଷ ଛାତ୍ରଙ୍କ ଭବିଷ୍ୟତ ଜଡିତ
• ହଜାରେ ବା ଦୁଇ ହଜାର କୋଟିରୁ ଅଧିକ ଏ ବାବଦରେ ଖର୍ଚ ଯୁକ୍ତିଯୁକ୍ତ

20170820135258_5G1A1611
ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ମିଳିତ ମଂଚ ତରଫରୁ ପିଏମଜି ଛକରେ ଦିଆ
ଯାଇଥିବା ଧାରଣା ସ୍ଥଳରେ ପହଂଚି ଆନେ୍ଦାଳନକାରୀଙ୍କୁ ସମର୍ଥନ ଜ୍ଞାପନ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ
ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଶିକ୍ଷା ହେଉଛି ଓଡିଶାର ମୂଳ ପୁଂଜି । ସରକାର ଓ ସରକାରଙ୍କ ଦ୍ୱାରା ସମ୍ପୂର୍ଣ ଓ ଆଂଶିକ
ଅନୁଦାନ ପ୍ରାପ୍ତ ଶିକ୍ଷାନୁÂାନ ଗୁଡିକରେ ୩୦ ଲକ୍ଷ ପିଲା ପାଠ ପଢୁଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି
ଶିକ୍ଷାନୁÂାନ ଗୁଡିକର ଆନେ୍ଦାଳନରତ ଶିକ୍ଷକ ମାନଙ୍କ ହିସାବ ଅନୁସାରେ ସେମାନଙ୍କୁ ଦରମା ଦେଲେ ରାଜ୍ୟ
ରାଜକୋଷରେ ୮୫୦ କୋଟି ଟଙ୍କା ଖର୍ଚ କରିବାକୁ ପଡିବ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଶିକ୍ଷକ ମାନଙ୍କୁ ସମ୍ମାନର ସହିତ ବଂଚିବା ଓ ଉପଯୁକ୍ତ ମାନଦେୟ ହଜାରେ କୋଟି ବା ୨
ହଜାର କୋଟି ଟଙ୍କା ଖର୍ଚ ହେଲେ ବି ଏହାକୁ ଖର୍ଚ କରା ଯିବାର ଆବଶ୍ୟକତା ରହିଛି । ଶିକ୍ଷକଙ୍କୁ ସମ୍ମାନ ସହିତ
ରାଜ୍ୟର ୩୦ ଲକ୍ଷ ପିଲାଙ୍କ ଭବିଷ୍ୟତ ଜଡିତ ହୋଇଥିବାରୁ ଶିକ୍ଷକ ମାନଙ୍କର ଦାବିକୁ ରାଜ୍ୟ ସରକାର ତୁରନ୍ତ
ମାନି ନେବା ଉଚିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଆନେ୍ଦାଳନକାରୀ ଶିକ୍ଷକ ମାନେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଆସି ମାମଲାରେ ହସ୍ତକ୍ଷେପ କରନ୍ତୁ
ବୋଲି ଦାବି କରି ବସିଛନ୍ତି । ଶିକ୍ଷକ ମାନଙ୍କର ଅପେକ୍ଷା ସମ୍ପୂର୍ଣ ଯୁକ୍ତି ଯୁକ୍ତ ଓ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ
ଘଟଣାରେ ହସ୍ତକ୍ଷେପ କରି ସମାଧାନର ତୁରନ୍ତ ରାସ୍ତା କାଢନ୍ତୁ ବୋଲି ୍ର ଶ୍ରୀ ପ୍ରଧାନ କହିଛନ୍ତି ।

Share in top social networks!
Powered By Indic IME