ଇନଷ୍ଟିଚ୍ୟୁଟ ଅଫ କମ୍ପାନୀ ସେକ୍ରେଟାରୀର ଓଡିଶା ଶାଖାର ଜିଏସଟି କର୍ମଶାଳାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାରେ ଉତମ ବ୍ୟବସାୟିକ ବାତାବରଣ ତିଆରି କରା ଗଲେ

20170820104506_5G1A1337
ଓଡିଶା ଦେଶର ଆର୍ଥିକ ମାନଚିତ୍ରରେ ଏକ ପ୍ରମୁଖ ସ୍ଥାନ ଅଧିକାର କରି ପାରିବ
• କମ୍ପାନୀ ସେକ୍ରେଟାରୀ ମାନେ ଜିଏସଟି ରାଜରେ ଓଡିଆ ଯୁବକଙ୍କୁ ଉଦ୍ୟମୀ କରି ପାରିବେ
• ମାନ୍ୟବର ସୁପ୍ରିମକୋର୍ଟ ପାହାଡ ଭଳି ଓଡିଶାରେ ଖଣି ଦୁର୍ନୀତି ହୋଇଥିବାର ମନ୍ତବ୍ୟ ଦେଇଛନ୍ତି
• ୫୯ ହଜାର କୋଟି ଟଙ୍କାର ଖଣି ଦୁର୍ନୀତିରେ ଠକେଇ ହୋଇଥିବା ରାଜ୍ୟ ସରକାର ମାନିଛନ୍ତି
• କୁରୁ ସଭାର ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ ଭଳି ଚୁପ ନ ବସି ଆର୍ଥିକ ବୁଦ୍ଧିଜୀବୀ ମାନେ କର ସମ୍ବନ୍ଧୀୟ
ସଠିକ ପରାମର୍ଶ ଦେବାକୁ ପରାମର୍ଶ
ଭୁବନେଶ୍ୱର, ୨୦ ଅଗଷ୍ଟ – ଇନଷ୍ଟିଚ୍ୟୁଟ ଅଫ କମ୍ପାନୀ ସେକ୍ରେଟାରୀର ଓଡିଶା ଶାଖାର ଜିଏସଟି କର୍ମଶାଳାରେ
ଯୋଗ ଦେଇ ଓଡିଶାରେ ଉତମ ବ୍ୟବସାୟିକ ବାତାବରଣ ତିଆରି କରା ଗଲେ ଓଡିଶା ଦେଶର ଆର୍ଥିକ
ମାନଚିତ୍ରରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପୂର୍ବରୁ ସରକାର ହିଁ ଦେଶରେ ସବୁର ମୂଳ ଆଧାର ଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ,
ବିଜୁଳି ଆଦି ମୁଳଭୂତ ବ୍ୟବସ୍ଥା ଯୋଗାଇବା ସହ ଟିକସ ସଂଗ୍ରହ କରିବା, ଶିଳ୍ପ ସ୍ଥାପନା କରିବା, ହୋଟେଲ
ଚଲାଇବା ସବୁ ସରକାରଙ୍କ ଉପରେ ନ୍ୟସ୍ତ ଥିଲା ।
ପରବର୍ତୀ ସମୟରେ ସରକାର ବ୍ୟବସ୍ଥାକୁ ନିଜେ ଚଲାଇବା ବଦଳରେ ବ୍ୟବସ୍ଥା ଚାଲିବାରେ ସହାୟତା ଓ ସମସ୍ୟା
ତିଆରି ହେଲେ ତାହାର ସମାଧାନର ଭୂମିକାକୁ ଆସିବା ହିଁ ସରକାରଙ୍କ କାର୍ଯ୍ୟ ସୀମା ବୋଲି ସ୍ୱାଧୀନତା ପରଠାରୁ
ଧୀରେ ଧୀରେ ପରିବର୍ତନ ହୋଇ ଏହି ସ୍ଥିତିରେ ପହଂଚିଛି ।
ସେ କହିଛନ୍ତି ଯେ ଜିଏସଟି ଗୋଟିଏ ଦେଶ – ଗୋଟିଏ କର ବ୍ୟବସ୍ଥା ଲାଗୁ ହେବା ଦ୍ୱାରା ସମଗ୍ର ଭାରତରେ
ସମାନ ପ୍ରକାର ବ୍ୟବସାୟିକ ସୁବିଧା ଉପଲବ୍ଧ ହେବ । ପୂର୍ବରୁ ରୋଜଗାର କରିବାର ସୃଷ୍ଟି ସରକାରଙ୍କର ଏକାକୀ
ଦାୟିତ୍ୱ ଥିଲା । କିନ୍ତୁ ପରିବର୍ତିତ ପରିସ୍ଥିତିରେ ଦେଶର ଯେ କୌଣସି ସାଧାରଣ ନାଗରିକ ଏଥି ପାଇଁ ସୁଯୋଗ ସୃଷ୍ଟି
କରି ପାରିବ ତାହାର ଢାଂଚାଗତ ସୁବିଧା ସୃଷ୍ଟି କରିବା ହିଁ ସରକାରଙ୍କ ପ୍ରାଥମିକତା ହୋଇଛି ।
ପୂର୍ବରୁ ଦେଶର ପଶ୍ଚିମ ଭାଗ, ଉତର ଓ ଦକ୍ଷିଣର କିଛି ଅଂଶରେ ବିକାଶ ଅଧିକ ମାତ୍ରାରେ ପହଂଚିଥିବା ବେଳେ
ଓଡିଶା ଓ ପୂର୍ବ ଭାରତ ବିକାଶର ଦୌଡରେ ପଛରେ ପଡିଛି । ଦେଶରେ ଯେତେବେଳେ ନୂଆ ବ୍ୟବସାୟିକ
ବାତାବରଣ ତିଆରି ହେଉଛି ଓଡିଶାର କମ୍ପାନୀ ସେକ୍ରେଟାରୀ ମାନେ ଓଡିଆ ଯୁବକଙ୍କୁ ଉଦ୍ୟମୀ କରିବାରେ
ସହାୟକ ହୋଇ ପାରିବେ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଜିଏସଟି ଲାଗୁ ପରେ ଓଡିଶା ଭଳି ଖାଉଟୀ ପ୍ରଧାନ ରାଜ୍ୟକୁ ଉପôାଦନ ଓ ବ୍ୟବସାୟ
କରିବାକୁ ଲୋକ ମାନେ ଆସିବେ । ସାଢେ ଚାରି କୋଟି ଓଡିଆ ଲୋକଙ୍କୁ ସମ୍ମାନର ସହ ବଂଚିବା ପାଇଁ ନିର୍ଣୟ
ନେବାକୁ ପଡିବ । ସରକାରୀ ଚାକିରୀ, ସରକାରୀ ଆଶ୍ରିତ ବ୍ୟବସ୍ଥା ବା ସରକାରୀ ଦାନ ନୁହେଁ ନିଜେ ଉପାର୍ଜନ
କରିବା ଓ ଅନ୍ୟ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରିବାର ନୂଆ ସମ୍ଭାବନା ସୃଷ୍ଟି କରିବାର ପାଇଁ ଜିଏସଟି ଏକ
ସହାୟକ ବ୍ୟବସ୍ଥା ହେବ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ମାନ୍ୟବର ସୁପ୍ରିମ କୋର୍ଟ ଅଳ୍ପ କିଛି ତଳେ ଓଡିଶାରେ ପାହାଡ ପରି ଖଣି ଲୁଟ ହେବା ଓ
ଏଥିରେ ରାଜ୍ୟ ସରକାରଙ୍କର ଗୁରୁତ୍ୱପୂର୍ଣ ଭୂମିକା ଥିବା ନେଇ ଟିପ୍ପଣୀ କରିଥିଲେ । ଚୀନରେ ଅଲମ୍ପିକ ହେଲା,
ଲୁହାପଥର ଚାହିଦା ବଢିଲା, ଓଡିଶାରେ ଜଙ୍ଗଲ, ଖଣି ଓ ଅନ୍ୟାନ୍ୟ ନିୟମ ଭାଙ୍ଗି ଓଡିଶାର ପ୍ରାକୃତିକ ସମ୍ପଦର
ଲୂଟ ହେଲା । ଖୋଦ ରାଜ୍ୟ ସରକାର ୫୯ ହଜାର କୋଟି ଟଙ୍କାର ଖଣି ଲୁଟ ହୋଇଥିବା ଦର୍ଶାଇ କମ୍ପାନୀ ମାନଙ୍କୁ
ଆଦାୟ ପାଇଁ ନୋଟିସ ଦେଇଥିଲେ । ଏବେ ଜିଏସଟି ବ୍ୟବସ୍ଥାରେ ଠକିବା ଅସମ୍ଭବ ।
ଶ୍ରୀ ପ୍ରଧାନ କହିଥିଲେ ଯେ ମହାଭାରତରେ ମହିଳା ସଶକ୍ତିକରଣ ଉପରେ ଆକ୍ରମଣ କରାଯାଇଥିଲା । ସେ ସମୟର
ସମାଜର ବୁଦ୍ଧିଜୀବୀ ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ ମାନେ ହସ୍ତିନାପୁରକୁ ନିÂା ଦେଖାଇ ଅନ୍ୟାୟର ପ୍ରତିବାଦ କରି ନ
ଥିଲେ । ଏବେ ଓଡିଶାର ସମ୍ବଳକୁ ଅପହରଣ ଯେପରି ନ ହେବ ତାର ସଠିକ ଭାବେ ନ ହେଲେ ମୋଦିଙ୍କ କର
ବ୍ୟବସ୍ଥାରୁ ମୁକ୍ତି ମିଳିବ ନାହିଁ ବୋଲି ଶ୍ରୀ ପ୍ରଧାନ କହିଥିଲେ ।
ଓଡିଶାରେ ଏତେ ବଡ ଟିକସ ନେଇ ପ୍ରଶାସନିକ ବିଫଳତା ସତ୍ୱେ ଶ୍ରେÂ ପ୍ରଶାସକର ସମ୍ମାନ ଓଡିଶାର
ମୁଖ୍ୟମନ୍ତ୍ରୀଙ୍କୁ ମିଳିବା ନେଇ ସେ କଟାକ୍ଷ କରିଥିଲେ ।

Share in top social networks!
Powered By Indic IME