ବିଶ୍ୱ ସମ୍ବାଦ କେନ୍ଦ୍ର ତରଫରୁ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର : ଚୀନ ଅହଂକାର ବିରୁଦ୍ଧରେ ଭାରତର ଜବାବ

2
‘ଚୀନ ଅହଂକାର ବିରୁଦ୍ଧରେ ଭାରତର ଜବାବ’ ଶୀର୍ଷକ ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ବିଶ୍ୱ ସମ୍ବାଦ କେନ୍ଦ୍ର, ଓଡିଶା ତରଫରୁ ସ୍ଥାନୀୟ ରେଡକ୍ରସ ଭବନ ଠାରେ ରବିବାର ଦିନ ଅନୁÂିତ ହୋଇ ଯାଇଛି । ଅନୁÂାନର ସଭାପତି ଅଧ୍ୟାପକ ନିରଞ୍ଜନ ପାଢୀଙ୍କ ଅଧ୍ୟକ୍ଷତାରେ ଏବଂ କୋଷାଧ୍ୟକ୍ଷ ଚିନ୍ମୟ ବୋଡେଙ୍କ ସଂଯୋଜନାରେ ଅନୁÂିତ ଏହି କାର୍ଯ୍ୟକ୍ରମରେ ଓି୍ୱଙ୍ଗ କମାଣ୍ଡର କିରଣ ଶଙ୍କର ସାହୁ,ମୁଖ୍ୟ ଅତିଥି, ଓଡିଶା ବ୍ୟବସାୟୀ ମହାସଂଘର ସାଧାରଣ ସଂପାଦକ ସୁଧାକର ପଣ୍ଡା ସମ୍ମାନୀତ ଅତିଥି ଏବଂ ସ୍ୱଦେଶୀ ଜାଗରଣ ମଞ୍ଚର ଅଖିଳ ଭାରତୀୟ ସଂଘର୍ଷ ବାହିନୀ ପ୍ରମୁଖ ଅନ୍ନଦା ଶଙ୍କର ପାଣିଗ୍ରାହୀ ମୁଖ୍ୟବକ୍ତା ରୂପେ ଯୋଗଦେଇଥିଲେ ।
ଏହି ଆଲୋଚନା ଚକ୍ରରେ ଭାଗନେଇ ବକ୍ତାମାନେ ଭାରତର ସୀମା ସୁରକ୍ଷା ବିରୋଧରେ ଚୀନର କୁଚକ୍ରାନ୍ତ ଏବଂ ଭାରତୀୟ ବଜାରରେ ଚୀନର ଆର୍ଥିକ ଆକ୍ରମଣ ଉପରେ ଆଲୋକପାତ କରିଥିଲେ । ସେମାନଙ୍କ ମତରେ ଭାରତ ସହ ଚାଇନାରେ ବିଶ୍ୱାସ ଘାତକତା ଆଜିର ନୁହେଁ । ଭାରତର ପଡୋଶୀ ଦେଶ ମାନଙ୍କୁ ସାହାଯ୍ୟ ସହଯୋଗ ଭାରତ ବିରୋଧରେ ଆନ୍ତର୍ଜାତିକ ମତ ସୃଷ୍ଟି କରିବା ଚୀନ୍ ବିଦେଶ ନୀତିର ମୁଖ୍ୟ ଉଦେ୍ଧଶ୍ୟ । ନିଜର ସୀମା ଲଙ୍ଘନ କରି ଭାରତ ଭଳି ବିଶାଳ ଦେଶ ଉପରେ ନିଜର ପ୍ରଭାବ ବିସ୍ତାର କରିବା ସହିତ ସୀମାରେ ସୈନ୍ୟ ଚାପ ସୃଷ୍ଟି କରି ଆମକୁ ଦବାଇ ରଖିବାକୁ ଚୀନ୍ ତା’ର ଅହରହ ଚେଷ୍ଟା ଜାରି ରଖିଛି । ୧୯୬୨ରେ ଚୀନ୍ ଭାରତ ଉପରେ ଆକ୍ରମଣ କରି ୩୮୦୦୦ ବର୍ଗ କି.ମି. ଜାଗା ଉପରେ ଜବର ଦଖଲ କରିଛି । ଚୀନ୍ ବ୍ରହ୍ମପୂତ୍ରର ଉପନଦୀରେ ଜଳ ପ୍ରବାହ ବନ୍ଦ କରିବା ସହିତ ବ୍ରହ୍ମପୁତ୍ରରେ ପଡିଥିବା ଜିଆବୁକୁ ଉପନଦୀରେ ହାଇଡ୍ରୋପାୱାର ପ୍ରକଳ୍ପ ନିର୍ମାଣ କରି ଏହାର ଜଳ ପ୍ରବାହକୁ ମଧ୍ୟ ବନ୍ଦ କରିଦେଇଛି । ଭାରତର ଚିର ଶତ୍ରୁ ପାକିସ୍ତାନ ସହିତ ହାତ ମିଳାଇ ବିଭିନ୍ନ ଅନ୍ତଃରାଷ୍ଟ୍ରୀୟ ମଂଚରେ ବିଭିନ୍ନ ପ୍ରସଙ୍ଗରେ ଭାରତକୁ ଚୀନ୍ ବିରୋଧ କରିଆସୁଛି । ପାକିସ୍ଥାନର ଦଖଲରେ ଥିବା କାଶ୍ମୀରରେ ଏବଂ ବେଲୁଚିସ୍ଥାନରେ ଚୀନ-ପାକିସ୍ଥାନ ଅର୍ଥନୈତିକ କରିଡର (ସିପିଇସି) ନାମରେ ରାସ୍ତା, ରେଳଲାଇନ୍, ପାଇପଲାଇନ ବିଛାଇ ଚୀନ୍ର ପଶ୍ଚିମାଂଚଳକୁ ପାକିସ୍ଥାନର ଦକ୍ଷିଣାଂଚଳ ସହ ସଂଯୋଗ କରିବା ସହ ପାକିସ୍ଥାନର ଗ୍ୱାଦର ବନ୍ଦରକୁ ଚୀନ୍ ଦଖଲ କରି ନେଇଛି ଏବଂ ଦକ୍ଷିଣ ଚୀନ୍ ଉପସାଗର ଉପରେ ନିଜର କବଜା ଜାରି ରଖିଛି । ଚୀନ୍ର ଏହିଭଳି ଘୃଣ୍ୟ ପଦକ୍ଷେପ ସହିତ ଭାରତକୁ ଚାରି ଦିଗରୁ ଘେରାବନ୍ଦୀ କରିବା ଉଦେ୍ଧଶ୍ୟରେ ପାକିସ୍ଥାନର ଗ୍ୱାଦର ବନ୍ଦର, ନେପାଳ, ମିଆଁମାର, ବାଂଲାଦେଶ ଏବଂ ଶ୍ରୀଲଙ୍କାରେ ତାର ସୈନ୍ୟ ଗତିବିଧିକୁ ବଢାଇ ଦେଇଛି । ନିଉକ୍ଲିୟର୍ ସପ୍ଲାୟର୍ ଗ୍ରୁପ୍ (ଏନ୍ଏସ୍ଜି)ରେ ଭାରତର ସଦସ୍ୟତା ପାଇଁ ଚୀନ୍ ବିରୋଧ କରିଆସୁଛି, ତତ୍ ସହିତ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (ୟୁନାଇଟେଡ୍ ନେସନ୍ସ ସିକୁ୍ୟରିଟି କାଉନସିଲ୍)ରେ ଭାରତ ସ୍ଥାୟୀ ସଦସ୍ୟ ହେବା ପାଇଁ ଅନ୍ୟ ଦେଶ ମାନଙ୍କର ସହଯୋଗ ସତ୍ୱେ ଚୀନ ଏହାକୁ ଦୃଢ଼ ବିରୋଧ କରୁଛି । ଆତଙ୍କବାଦୀ ସଙ୍ଗଠନ ଜୈସ୍-ଏ-ମହମ୍ମଦର ସଂସ୍ଥାପକ ତଥା ମୁମ୍ବାଇ ଗଣହତ୍ୟାର ମାଷ୍ଟର ମାଇଣ୍ଡ୍ ମୌଲାନା ମାସୁଦ୍ ଆଝାର୍କୁ ଆନ୍ତର୍ଜାତୀୟ ଆତଙ୍କବାଦୀ ଘୋଷିତ କରିବା ପାଇଁ ଭାରତ ମିଳିତ ଜାତିସଂଘକୁ ଦେଇଥିବା ପ୍ରସ୍ତାବକୁ ଚୀନ୍ ଭିଟୋ ପ୍ରୟୋଗ କରି ବିରୋଧ କରିଛି । ଏପରିକି ଭାରତ-ପାକିସ୍ଥାନ ସୀମା ସିଲ୍ ନିଷ୍ପତ୍ତିକୁ ମଧ୍ୟ ଚୀନ ବିରୋଧ କରୁଛି । ଚୀନ୍ ସିଧାସଳଖ ନକ୍ସଲବାଦୀ / ମାଓବାଦୀ ମାନଙ୍କୁ ସଂପୂର୍ଣ୍ଣ ଆର୍ଥିକ ସହଯୋଗ କରି ଭାରତର ବିଭିନ୍ନ ରାଜ୍ୟରେ ସେମାନଙ୍କର କାର୍ଯ୍ୟକଳାପକୁ ବଢାଇ ଆମ ଦେଶର ଧନ ଜୀବନକୁ ବିପର୍ଯ୍ୟସ୍ତ କରିବା ସହିତ ଦେଶରେ ବିଚ୍ଛିନ୍ନାଂଚଳ ସୃଷ୍ଟି କରିବାର ପ୍ରୟାସ ଜାରି ରଖିଛି । ଚୀନ୍ ଭାରତୀୟ ସୀମାରେ ପରମାଣୁ ମିଶାଇଲ୍ ସ୍ଥାପନ କରିସାରିଛି, ଯାହାର ମାରକ କ୍ଷେତ୍ର ମଧ୍ୟରେ ସମ୍ପୂର୍ଣ୍ଣ ଭାରତ ଆସୁଛି ।
ଚୀନର ଏହିସବୁ କାର୍ଯ୍ୟକଳାପ ଆଜି ପ୍ରତ୍ୟେକ ଭାରତୀୟଙ୍କୁ ମର୍ମାହତ କରିଛି । ଚୀନର ଅର୍ଥନୀତି ଭାରତ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ । ତା’ର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମାଧ୍ୟମରେ ଭାରତୀୟ ବଜାରରେ ପ୍ରାୟ ୪ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ଚଳାଇ ପ୍ରଚୁର ଳାଭ ଉଠାଉଛି । ବ୍ୟବସାୟର ସମସ୍ତ ଲାଭାଂଶକୁ ସେ ଭାରତ ବିରୋଧରେ ହିଁଁ ପ୍ରୟୋଗ କରୁଛି । ଏଣୁ ଏହାର ଦୃଢ ଜବାବ ଦେବାର ସମୟ ଆଜି ଆସିଛି । ଏହି ପରିପ୍ରେକ୍ଷୀରେ ଆମ ଦେଶର ପ୍ରତ୍ୟେକ ନାଗରିକ ଚୀନ ନିର୍ମିତ ସମସ୍ତ ବସ୍ତୁ ବର୍ଜନ କରିବାକୁ ସଂକଳ୍ପବଦ୍ଧ ହେବା ଆଜିର ଆହ୍ୱାନ । ନିଜେ ସଂକଳ୍ପ ନେବା ସହ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ସଚେତନ ମଧ୍ୟ କରାଇବା ଆମର ପ୍ରଧାନ କର୍ତ୍ତବ୍ୟ ।

Share in top social networks!
Powered By Indic IME