ଏକ ଭିନ୍ନଧରଣର ମୁ୍ୟଜିକ୍ ଭିଡିଓ ଦିୱାନା ଦିୱାନି

2017082018231801
ନିକଟରେ ଅମର ମୁ୍ୟଜିକ୍ ଦ୍ୱାରା ମୁକ୍ତିଲାଭ କରିଥିବା ବିଘ୍ନାଜ୍ ଦ ବ୍ୟାଣ୍ଡ୍ର ଦ୍ୱୀତିୟ ଅବଦାନ ଶୁଭାସିସ୍ ଓ ଅନିଷା ଅଭିନିତ ମୁ୍ୟଜିକ୍ ଭିଡିଓ “ଦିୱାନା ଦିୱାନି”ର ରିଲିଜ୍ ହେବାର ମାତ୍ର ୨ ଦିନ ମଧ୍ୟରେ ଏହା ୧ ଲକ୍ଷ ଦର୍ଶକ ସାଉଁଟିବାରେ ସଫଳ ହୋଇ ପାରିଛି । ଗୀତିକାର ଏସ୍ କେ ଜାବେଦ୍ ଅଲ୍ଲୀଙ୍କ ଦ୍ୱାରା ସଂଯୋଜନା କରାଯାଇଥିବା ଏହି ଗୀତରେ କଣ୍ଠଦାନ କରିଛନ୍ତି ଓଡିଶାର ଲୋକପ୍ରିୟ ଗାୟିକା ଅମ୍ରିତା ନାୟକ ଏବଂ ବିଘ୍ନାଜ୍ର ଦ ବ୍ୟାଣ୍ଡ୍ର ସୁନାମଧନ୍ୟ ଗାୟକ ଦୁର୍ଗା ।
ଏହି ଅବସରରେ ଗାୟକ ଜି ଦୁର୍ଗା ପ୍ରସାଦ କହିଛନ୍ତି ଯେ,”ଏହା ଆମର ଦ୍ୱୀତିୟ ମୁ୍ୟଜିକ୍ ଭିଡିଓ ପୁଣିଥରେ ଟିମ୍ ସହ କାମ କରି ବହୁତ ଖୁସି ଲାଗୁଛି, ଶୁଭାସିସ୍ ଓ ଅନିସା ଦୁହେଁ ବହୁତ ବହୁତ ସୁନ୍ଦର ଯୋଡି ଏବଂ ଦର୍ଶକମାନେ ସବୁବେଳେ ସେମାନଙ୍କୁ ପସନ୍ଦ କରିଆସିଛନ୍ତି, ସେଥିପାଇଁ ଉଭୟ ଅଡିଓ ଓ ଭିଡିଓ ଏତେ ଲୋକପ୍ରିୟ ହୋଇ ପାରିଛି” ।
ଏହି ପରିପେକ୍ଷିରେ ଅମର ମୁ୍ୟଜିକ୍ର ପ୍ରତିନିଧି ଧରିତ୍ରୀ ମହାରଣା କହିଛନ୍ତି ଯେ,”ଆମେ ସବୁବେଳେ କିଛି ଉନ୍ନତ କରିବାକୁ ଚେଷ୍ଟା କରିଥାଉ, ସେଥିପାଇଁ ସବୁବେଳେ ନୂତନ ପ୍ରତିଭାମାନଙ୍କୁ ଉପଯୁକ୍ତ ପ୍ଲାଟଫର୍ମ ଯୋଗାଇ ଆସିଛୁା ଦିୱାନା ଦିୱାନି ଏକ ନୂତନ ଧରଣର ଭିଡିଓ ଯାହାକି ପ୍ରେମର ନୂତନ ପରିଭାଷାକୁ ବୁଝାଏ ।”
ଏହି ଅବସରରେ ପ୍ରିଲୁ୍ୟଡ୍ ପ୍ରଡକ୍ସନର ସତ୍ୟବ୍ରତ୍ ସାନୁ ରଥ କହିଛନ୍ତି ଯେ,”ଏହି ଟିମ୍ ସହିତ କାମ କରି ଆମେ ବହୁତ ଖୁସି, “ସାଜ୍ନା” ଠାରୁ ଆରମ୍ଭ ହୋଇଥିବା ଆମର ଏହି ଅଭିଯାନ ଏବେ ବି ଜାରି ରହିଛି ଏବଂ ଏହି ଭିଡିଓଟିକୁ ମଧ୍ୟ ଭିନ୍ନଧରଣର କରିବା ପାଇଁ ଚେଷ୍ଟା କରିଛୁ, ଏହା ଦର୍ଶକମାନଙ୍କୁ ପସନ୍ଦ ଆସିବ ବୋଲି ଆମେ ଆଶାକରୁଛୁ ।
ଏହି ଅବସରରେ ଅନିଷା ଶର୍ମା ଓ ଶୁଭାସିସ୍ ଶର୍ମା କହିଛନ୍ତି ଯେ,”ଏହି ଟିମ୍ ସହିତ କାମ କରି ମୁ ବହୁତ ଖୁସି,ଆମେ ଏହାକୁ ଏକାଧିକ ସ୍ଥାନରେ ସୁଟିଂ କରିଛୁ ଏବଂ ଏଥିପାଇଁ ବହୁ ପରିଶ୍ରମ ମଧ୍ୟ କରିଛୁ, କିନ୍ତୁ ଦର୍ଶକମାନଙ୍କ ଭଲ ପ୍ରତିକ୍ରିୟା ପାଇବାପରେ ଆମେ ଏସବୁ ଭୁଲିଯାଇଥିଲୁ । ଅମର ମୁ୍ୟଜିକ୍ ସବୁବେଳେ ନୂତନ ପ୍ରତିଭାଙ୍କୁ ଉପଯୁକ୍ତ ମଂଚ ଏବଂ ଓଡିଆ ସଙ୍ଗୀତକୁ ଏକାଧିକ ଦର୍ଶକ ମାନଙ୍କ ପାଖରେ ପହଁଚେଇବାକୁ ପ୍ରୟାସ କରିଆସିଛି । ବିଘ୍ନାଜ୍ର ଦ ବ୍ୟାଣ୍ଡ୍ର ସୁନାମଧନ୍ୟ ଗାୟକ ଦୁର୍ଗା ଏବଂ ଓଡିଶାର ଲୋକପ୍ରିୟ ଗାୟିକା ଅମ୍ରିତା ନାୟକ ଏହି ସୁନ୍ଦର ଗୀତକୁ ଆହୁରି ମଧୁର କରିଛନ୍ତି । ବିଘ୍ନାଜ୍ର ସମସ୍ତ ଟିମ୍ ଏଥିପାଇଁ ବହୁତ ଚେଷ୍ଟା କରିଛନ୍ତି,ଏବଂ ସେମାନଙ୍କର ପ୍ରଥମ ମୁ୍ୟଜିକ୍ ଭିଡିଓ “ସାଜ୍ନା”ର ସଫଳତା ପରେ “ଦିୱାନା ଦିୱାନି” ଜରିଆରେ ସେମାନେ ନିଜର ସଫଳତାକୁ ଦୋହରାଇବା ସହିତ ନିଜର ଦକ୍ଷତାର ପରିଚୟ ଦେଇଛନ୍ତି ।

Share in top social networks!