ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଭ୍ରାମ୍ୟମାଣ ମେଡିକାଲ ୟୁନିଟର ଶୁଭାରମ୍ଭ

DSC_5622
• ଏହି ଭ୍ରାମ୍ୟମାଣ ମେଡିକାଲ ୟୁନିଟ ଓଡିଶାର ଗାଁମାନଙ୍କରେ ଘର ପାଖରେ ପହଚାଂଇବ ପ୍ରାଥମିକ ସ୍ୱାସ୍ଥ୍ୟସେବା
• ପ୍ରତ୍ୟେକ ମେଡିକାଲ ୟୁନିଟରେ ରହିବେ ଜଣେ ଲେଖାଁଏ ଅଭିଜ୍ଞ ଡାକ୍ତର, ନର୍ସ, ଔଷଧ ଏବଂ ଆମ୍ବୁଲାନ୍ସ ଭଳି କାର୍ଯ୍ୟ ମଧ୍ୟ କରିବ

ଭୁବନେଶ୍ୱର: ଗ୍ରାମୀଣ ଓଡିଶାରେ ଘରେ ଘରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇବା ଦେବା ଲକ୍ଷ୍ୟ ନେଇ ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ୧୧ଟି ନିଃଶୁଳ୍କ ଭ୍ରାମ୍ୟମାଣ ମେଡିକାଲ ୟୁନିଟର ଶୁଭାରମ୍ଭ କରିଛନ୍ତି । ଏହି ଭ୍ରାମ୍ୟମାଣ ମେଡିକାଲ ୟୁନିଟ ସମଗ୍ର ଓଡିଶାରେ ଗାଁ ଗାଁ ବୁଲି ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇବ । ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଗେଲ ଇଣ୍ଡିଆ ଓ ଏଚପିସିଏଲର ବରିÂ କର୍ମକର୍ତାମାନେ ଉପସ୍ଥିତ ଥିଲେ ।

କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) କାର୍ଯ୍ୟକ୍ରମ ଅନ୍ତର୍ଗତ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ ପକ୍ଷରୁ ୬ ଟି ଭ୍ରାମ୍ୟମାଣ ମେଡିକାଲ ୟୁନିଟ ପ୍ରଦାନ କରାଯାଇଥିବାବେଳେ, ଗେଲ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ୪ଟି ଭ୍ରାମ୍ୟମାଣ ମେଡିକାଲ ୟୁନିଟ ଏବଂ ଗୋଟିଏ ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ ଲିମିଟେଡ (ଓଏନ୍ଜିସି) ପକ୍ଷରୁ ପ୍ରଦାନ କରାଯାଇଛି । ପ୍ରତ୍ୟେକ ଭ୍ରାମ୍ୟମାଣ ଯାନ ମଧ୍ୟରେ ଜଣେ ଅଭିଜ୍ଞ ଡାକ୍ତର (ସର୍ବନିମ୍ନ ଏମବିବିଏସ୍), ଜଣେ ନର୍ସ (ଏନ୍ଏମ୍), ଲ୍ୟାବ ଟେକ୍ନିସିଆନ, ଫାର୍ମାସିଷ୍ଟ, ଦରକାରୀ ଔଷଧ, ସ୍ୱାସ୍ଥ୍ୟ ଯାଂଚ ମେସିନ ଏବଂ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସମ୍ପର୍କିତ ସୂଚନା ଏବଂ ସଚେତନତା ସମ୍ବନ୍ଧୀୟ ସାମଗ୍ରୀ ରହିଛି ।

ଏହି ଭ୍ରାମ୍ୟମାଣ ମେଡିକାଲ ୟୁନିଟ (ଏମଏମୟୁ) ଜିପିଏସ୍ ସକ୍ଷମ ଯାହାଫଳରେ ସେମାନଙ୍କ ଗତିବିଧିକୁ ବାସ୍ତବିକ ସମୟ ଆଧାରରେ ନଜର ରଖାଯାଇପାରିବ । ଏହି ଯୋଜନା ନିଜ ଆଧାର ସ୍ଥାନରୁ ୨୫ ରୁ ୪୦ କିଲୋମିଟର ମଧ୍ୟରେ ଥିବା ଗ୍ରାମଗୁଡ଼ିକରେ ବୁଲିବା ପାଇଁ ଡିଜାଇନ କରାଯାଇଛି । ଗୋଟିଏ ଏମଏମୟୁ ନିୟମିତ ଭାବେ ଗୋଟିଏ ଦିନରେ ୪ ରୁ ୫ ଟି ଗ୍ରାମ ବୁଲିପାରିବ ଏବଂ ପ୍ରାୟ ୯୦ ରୁ ୧୦୦ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରିପାରିବ । ଜରୁରୀକାଳୀନ ପରିସ୍ଥିତିରେ, ସେମାନେ କ୍ଲିନିକ ଏବଂ ଆମ୍ଭୁଲାନ୍ସ ଭଳି କାର୍ଯ୍ୟ ମଧ୍ୟ କରିପାରିବେ । ଏମ୍ଏମ୍ୟୁ ମାଧ୍ୟମରେ ବିସ୍ତାରିତ ସୁବିଧାଗୁଡ଼ିକରେ ସାମିଲ ହେବାକୁ ଯାଉଛି, ତ୍ରୈମାସିକ ଚକ୍ଷୁ-ସ୍କ୍ରିନିଂ ଏବଂ ସ୍ୱାସ୍ଥ୍ୟ ଯାଂଚ ଶିବିର, ଗ୍ରାମାଂଚଳ ଯୁବତୀ ଏବଂ ମହିଳାମାନଙ୍କୁ ମାଗଣା ମୋକ୍ଷ ସାନିଟାରୀ ନ୍ୟାପ୍କିନ ବଂଟନ, ପାନୀୟ ଜଳକୁ ବିଶୁଦ୍ଧ କରିବା ପାଇଁ ନିଃଶୁଳ୍କ ଶୁଦ୍ଧୁ ବଟିକା ବଂଟନ ଓ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଆଇଇସି ସାମଗ୍ରୀର ଉପଲବ୍ଧ କରାଇବା ।

ଏହି ୪ ଟି ଭ୍ରାମ୍ୟମାଣ ମେଡିକାଲ ୟୁନିଟ୍ ଗେଲ ଇଂଡିଆର ସିଏସ୍ଆର୍ କାର୍ଯ୍ୟକ୍ରମ ଅନ୍ତର୍ଗତ ଆରୋଗ୍ୟ (ସ୍ୱାସ୍ଥ୍ୟ) ପ୍ରକଳ୍ପର ଏକ ଅଂଶବିଶେଷ, ଯାହା କି ପୋଷଣ, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ଏବଂ ପାନୀୟଜଳ ଭଳି ସୁବିଧା ପ୍ରଦାନ କରିଥାଏ । ଏହି ଯୋଜନା ପ୍ରାଥମିକତା ଭିତିରେ ଗ୍ରାମାଂଚଳରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇବା ସହ ପ୍ରଧାନମନ୍ତ୍ରୀ ଊର୍ଜା ଗଙ୍ଗା ଯୋଜନାରେ ଗେଲ ପକ୍ଷରୁ ପ୍ରାକୃତିକ ଗ୍ୟାସ ପାଇପ ଲାଇନ ବିଛାଯିବାକୁ ଥିବା ଜିଲା ଯେପରିକି-କଟକ, ଯାଜପୁର, ଅନୁଗୁଳ. ଢେଙ୍କାନାଳ ଆଦି ଜିଲାମାନଙ୍କରେ କାର୍ଯ୍ୟ କରିବ । ଏହି ଯୋଜନା ୱଖର୍ଡଟ ଫାଉଣ୍ଡେସନ ଦ୍ୱାରା ରୂପାୟନ ହେବ ।

ସେହିପରି ଏଚ୍ପିସିଏଲ୍ ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅଂଶସ୍ୱରୂପ ଧନ୍ୱନ୍ତରୀ ପ୍ରକଳ୍ପ ଅନ୍ତର୍ଗତ ଏହି ୬ ଟି ଭ୍ରାମ୍ୟମାଣ ମେଡିକାଲ୍ ୟୁନିଟ ଆରମ୍ଭ କରିଛି ଯାହାର ଲକ୍ଷ୍ୟ ହେଉଛି, ବିଭିନ୍ନ ଉପାନ୍ତ ଗ୍ରାମାଂଚଳରେ ଲୋକମାନଙ୍କୁ ଉତମ ମାନର ପ୍ରାଥମିକ ସେବା ପ୍ରଦାନ କରି ଏକ ସୁସ୍ଥ ସମାଜ ତଥା ଗୋÂୀ ଗଢି ତୋଳିବା । ଓଡିଶାରେ ଏଚ୍ପିସିଏଲ୍ ୩୦୦ ସ୍କୁଲ ଶୋ÷ଚାଳୟ, ଦକ୍ଷତା ବିକାଶ ପ୍ରଶିକ୍ଷଣ ଓ ଜନଜାତି ପିଲାମାନଙ୍କ ନିମନ୍ତେ ଏକ ଆବାସିକ ଗୃହ ମଧ୍ୟ ସ୍ଥାପନ କରିଛି ।

Share in top social networks!