ପାରାଦୀପ ତୈଳ ବିଶୋଧନାଗାରର ଟିକସ ବିବାଦର ସୁଖଦ ଅନ୍ତ ହୋଇଛି ବୋଲି ଘୋଷଣା କଲେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

• ରାଜ୍ୟ ସରକାର ଓ ଇଣ୍ଡିଆନ ଅଏଲର ସହମତି ଆଧାରରେ ହେଲା ନିର୍ଣୟ
• ଯେତିକି ଟିକସ ଦେୟ ହେବ ସେଥିରୁ ବାର୍ଷିକ ୭ ଶହ କୋଟି ଆଗାମୀ ୧୬ ବର୍ଷ ପର୍ଯ୍ୟନ୍ତ ରାଜ୍ୟ
ସରକାର ଇଣ୍ଡିଆନ ଅଏଲକୁ ବିନା ସୁଧରେ ଋଣ ଆକାରରେ ପ୍ରଦାନ କରିବେ
• ୭୦୦ କୋଟି ଉପରକୁ ଆଉ ଯେତେ ଟିକସ ରାଶି ହେବ ତାହା ରାଜ୍ୟ ତହବିଲକୁ ଯିବ
• ଗତ ଆର୍ଥିକ ବର୍ଷରେ ୨୨ ଶହ କୋଟି ଟଙ୍କାର ଟ୍ୟାକ୍ସ ପରିମାଣ ହୋଇଥିବାରୁ ରାଜ୍ୟ ସରକାରକୁ ୧୫
ଶହ କୋଟି ଟଙ୍କା ମିଳିବ
• ଜଣେ ଓଡିଆ ଭାବରେ ଓଡିଶାର ରାଜସ୍ୱ- ରୋଜଗାର ପାଇଁ ଏହି ନିଷ୍ପତି ପାଇଁ ଅନୁକୂଳ ବାତାବରଣ
ତିଆରି କରିବାରେ ଭୂମିକା ନେଇ ସେ ବେଶ ଆନନ୍ଦିତ ବୋଲି କହିଲେ ଶ୍ରୀ ପ୍ରଧାନ
20882576_1453433334740241_2172544292196823201_n
ଗତ କିଛି ଦିନ ଧରି ପାରାଦୀପ ତୈଳ ବିଶୋଧନାଗାରକୁ ନେଇ ଇଣ୍ଡିଆନ ଅଏଲ ଓ ଓଡିଶା ସରକାରଙ୍କ ବୁଝାମଣା ଓ ଟିକସ ନେଇ ଚାଲିଥିବା ବିବାଦର ସୁଖଦ ଅନ୍ତ ଘଟିଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତୀୟ ତୈଳ ନିଗମ ଓ ଓଡିଶା ସରକାରଙ୍କ ସହମତି ଆଧାରରେ ଯେତିକି ଟିକସ ଆଦାୟ ହେବ ସେଥିରୁ ବାର୍ଷିକ ୭ ଶହ କୋଟି ଆଗାମୀ ୧୬ ବର୍ଷ ପର୍ଯ୍ୟନ୍ତ ରାଜ୍ୟ ସରକାର ଇଣ୍ଡିଆନ ଅଏଲକୁ
ବିନା ସୁଧରେ ଋଣ ଆକାରରେ ପ୍ରଦାନ କରିବେ । ୭୦୦ କୋଟି ଉପରକୁ ଆଉ ଯେତେ ଟିକସ ରାଶି ହେବ ତାହା ରାଜ୍ୟ ତହବିଲକୁ ଯିବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।
ଗତ ଆର୍ଥିକ ବର୍ଷରେ ୨୨ ଶହ କୋଟି ଟଙ୍କାର ଟ୍ୟାକ୍ସ ପରିମାଣ ହୋଇଥିବାରୁ ରାଜ୍ୟ ସରକାରକୁ ୧୫ ଶହ
କୋଟି ଟଙ୍କା ମିଳିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପୂର୍ବରୁ ବ୍ୟବସାୟିକ ଉପôାଦନ ଠାରୁ ୧୧ ବର୍ଷ ପର୍ଯ୍ୟନ୍ତ ସମ୍ପୂର୍ଣ ଟ୍ୟାକ୍ସ ଡିଫରମେଂଟ
କରିବା ପାଇଁ ୨୦୦୪ ମସିହାରେ ଓଡିଶା ସରକାର ଇଣ୍ଡିଆନ ଅଏଲ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ
ହୋଇଥିଲା । ବର୍ତମାନର ରାଜ୍ୟ ସରକାର ୨୦୦୪ ମସିହାରେ ଓଡିଶାରେ ଶାସନ ଦାୟିତ୍ୱରେ ଥିଲେ ।
ଗତ କାଲି ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କର ସିଧା କଥାବାର୍ତା ଓ ପରେ ତୈଳ ଓ ପ୍ରାକୃତିକ ଗ୍ୟାସ
ମନ୍ତ୍ରଣାଳୟର ସଚିବ, ଭାରତୀୟ ତୈଳ ନିଗମର ବରିÂ ଅଧିକାରୀ ଓ ରାଜ୍ୟ ସରକାରଙ୍କର ବରିÂ ଅଧିକାରୀ
ସ୍ତରରେ କଥାବାର୍ତା କରା ଯାଇଥିଲା । ଉଭୟ ପକ୍ଷ ପୂର୍ବରୁ ଯେଉଁ ଯେଉଁ ବିଷୟ ନିଜ ଦାବିରେ ଅଟଳ ଥିଲେ
ଉଭୟ ପକ୍ଷ ଆଭିମୁଖ୍ୟ ନରମ କରିବା ପରେ ସହମତିର ରାସ୍ତା ବାହାରିଥିଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଉଲ୍ଲେଖନୀୟ ଯେ ରାଜ୍ୟର ରାଜସ୍ୱ ଓ ରୋଜଗାରକୁ ଦୃଷ୍ଟିରେ ରଖି ଇଣ୍ଡିଆନ ଅଏଲ ଓଡିଶାର ଅପେକ୍ଷାକୁ
ଆକୋମୋଡେଟ କରିବା ପାଇଁ ଶ୍ରୀ ପ୍ରଧାନ ପୂର୍ବରୁ ଆଇଓସିଏଲକୁ ନିର୍ଦେଶ ଦେଇଥିଲେ ।
ପାରାଦୀପ ରିଫାଇନାରୀର ଓଡିଶା ଏବେ ଲାଭ ନେବାର ସମୟ ଆସିଛି ବୋଲି ଶ୍ରୀ ପ୍ରଧାନ କହିଥିଲେ । ଏହି
ରିଫାଇନାରୀରେ ୪୦ ହଜାର କୋଟି ଟଙ୍କାର ପୁଂଜି ନିବେଶ ହୋଇ ସାରିଥିଲା ବେଳେ ଆଗାମୀ ଦିନରେ ଦିନରେ
ଆଉ ୫୦ ହଜାର କୋଟି ଟଙ୍କାର ପୁଂଜି ନିବେଶର ସୁଯୋଗ ତିଆରି ହେବ ବୋଲି କହିଥିଲେ ।
ରାଜ୍ୟ ସରକାର ୨୦୦୪ ମସିହାରେ ବୁଝାମଣା କରିଥିଲେ ମଧ୍ୟ ୨୦୧୬ ରେ ବ୍ୟବସାୟିକ ଉପôାଦନ ଆରମ୍ଭ
ହେବା ପରେ ଏହି ବୁଝାମଣା ପତ୍ର ଦ୍ୱାରା ରାଜ୍ୟର ଆର୍ଥିକ ସ୍ୱାର୍ଥ ପ୍ରଭାବିତ ହେଉଛି ବୋଲି କହିଥିଲେ ।
୨୦୧୭ରେ ବୁଝାମଣା ପତ୍ରକୁ ଏକତରଫା ଭାବେ କ୍ୟାବିନେଟରେ ରଦ୍ଧ କରିଥିଲେ । ଏହି ବିଷୟକୁ ନେଇ
ଇଣ୍ଡିଆନ ଅଏଲ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା ।
ମାନ୍ୟବର କୋର୍ଟ ଯେଉଁ ଦୁଇଟି କାରଣ ଯୋଗୁ ରାଜ୍ୟ ସରକାର ବୁଝାମଣାରୁ ଓହରି ଯିବାକୁ ଚାହୁଁଛି ସେହି
ଦୁଇଟି କାରଣ ପ୍ରକଳ୍ପ ସଂପୂର୍ଣ ହେବାରେ ବିଳମ୍ବ ଓ ୯ ଏମଏମଟିପିଏରୁ ୧୫ ଏମଏମଟିପିଏକୁ ବୃଦ୍ଧି ତର୍କକୁ
ଖାରଜ କରିବା ସହ କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତାରେ ଆପୋଷ କଥାବାର୍ତା ମାଧ୍ୟମରେ ସମାଧାନ କରିବାକୁ
ପରାମର୍ଶ ଦେଇଥିଲେ ।
ଓଡିଶା ସମେତ ପୂର୍ବ ଭାରତର ବିକାଶ ପାଇଁ ନରେନ୍ଦ୍ର ମୋଦିଙ୍କ ପ୍ରାଥମିକତା ହୋଇଥିବାରୁ ଓ ସେ ଜଣେ ଓଡିଆ
ଭାବରେ ଓଡିଶାର ରାଜସ୍ୱ- ରୋଜଗାର ପାଇଁ ଏହି ନିଷ୍ପତି ପାଇଁ ଅନୁକୂଳ ବାତାବରଣ ତିଆରି କରିବାରେ ଭୂମିକା
ନେଇ ସେ ବେଶ ଆନନ୍ଦିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Share in top social networks!
Powered By Indic IME