ଚିତ୍ର ବଖାଣୁଛି ପାଇକ ସଂଗ୍ରାମର ଅମର ଗାଥା; ସମ୍ବର୍ଦ୍ଧିତ ହେଲେ ମୋହନ ସୁନ୍ଦର ଦଳସିଂରାୟ

_MG_6428 (1)ସ୍ୱାଧୀନତା ଦିବସ ପାଇଁ ରାଜଧାନୀ ତ୍ରିରଙ୍ଗାମୟ ହୋଇ ଉଠିଥିଲା ବେଳେ ରାଷ୍ଟ୍ରୀୟ ଲଳିତକଳା ଏକାଡେ଼ମୀରେ ଆୟୋଜିତ ହୋଇଯାଇଛି ବୀର ସଂଗ୍ରାମୀଙ୍କ ଚିତ୍ର ପ୍ରଦର୍ଶନୀ । ଏଥିରେ ସ୍ଥାନ ପାଇଛି ପାଇକ ବିଦ୍ରୋହର ୪୯ଟି ସ୍ମୃତିଚିତ୍ର । ପେଶାଦାର ଓ ନବୀନ ଚିତ୍ରଶିଳ୍ପୀମାନେ ତିନିବ୍ୟାପୀ ଜୟଦେବ ଭବନଠାରେ କର୍ମଶାଳାରେ ‘ଓଡ଼ିଆ ବୀରତ୍ୱର ଚିତ୍ର’କୁ ଆଙ୍କିବା ପରେ ରବିବାର ଠାରୁ ଲଳିତକଳା ଏକାଡେ଼ମୀଠାରେ ପ୍ରଦର୍ଶିତ କରାଯାଉଛି ।

_MG_6396

ଏହା ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ •ଲିବ । ସୋମବାର ପ୍ରଦର୍ଶନୀ ପରିସରରେ ତାପଙ୍ଗ ଦଳବେହେରା ସ୍ମୃତିକମିଟିର ଉପଦେଷ୍ଟା ମୋହନ ସୁନ୍ଦର ଦଳସିଂରାୟଙ୍କୁ ଶିଳ୍ପୀମାନେ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ସମ୍ବର୍ଦ୍ଧନାର ଉତ୍ତର ଦେଇ ମୋହନ ସୁନ୍ଦର ଦଳସିଂରାୟ କହିଥିଲେ ଯେ, କାନ୍ଭାସ୍ରେ ତୂଳୀର ସ୍ପର୍ଶ ଦେଇ ଶିଳ୍ପୀମାନେ ପାଇକ ସଂଗ୍ରାମର ଅମର ଗାଥାକୁ ପୁଣି ଥରେ ଉଜ୍ଜୀବିତ କରାଇ ସ୍ୱାଧୀନତା ମହକ ଭରି ଦେଇଛନ୍ତି । ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତିରେ ଶିଳ୍ପୀମାନଙ୍କ ଓଡ଼ିଆ ବୀରତ୍ୱର ଚିତ୍ରଗୁଡ଼ିକୁ ସେ ପ୍ରଶଂସା କରିଥିଲେ । ଚିତ୍ରକଳା ପ୍ରଦର୍ଶନୀ ପରିସରରେ ସଂଗ୍ରାମୀଙ୍କ ଦାୟାଦଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ଅବସରରେ ସମାଜସେବୀ ସୁଶାନ୍ତ ସାହୁ, ପ୍ରିୟବ୍ରତ ପଣ୍ଡା, ସୀମାଞ୍ଚଳ ପଟ୍ଟନାୟକ, ଲକ୍ଷ୍ମୀଧର ସ୍ୱାଇଁ, ସତ୍ୟଭାମା ମାଝି ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!