ଗରୀବ ଓଡିଆ ସଫଳ ଛାତ୍ରଙ୍କୁ ସମ୍ବର୍ଧିତ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

• ଜଗତସିଂହପୁରର ବିକାଶ ଦାସ ଓ ପ୍ରସାଦ ନାୟକଙ୍କୁ ଲ୍ୟାପଟପ ଓ ୨୫ ହଜାର ଟଙ୍କାର ଚେକ ସହ
ପାଠ ପଢିବା କ୍ଷେତ୍ରରେ ଅର୍ଥ ପ୍ରତିବନ୍ଧକ ହେବ ନାହିଁ ବୋଲି ଦେଲେ ଆଶ୍ୱାସନା

5G1A1141
ଦୁଇ ଗରୀବ କିନ୍ତୁ ଅତ୍ୟନ୍ତ ମେଧାବୀ ଛାତ୍ରଙ୍କୁ ସମ୍ବର୍ଧିତ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ
ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜଗତସିଂହପୁରର ବିକାଶ ଦାସ ଓ ପ୍ରସାଦ ନାୟକଙ୍କୁ ସେମାନଙ୍କର
ଅନନ୍ୟ ସଫଳତା ପାଇଁ ଭୁବନେଶ୍ୱର ଠାରେ ଶ୍ରୀ ପ୍ରଧାନ ସମ୍ବର୍ଧିତ କରିଛନ୍ତି ।
ବିକାଶ ଦାସ ତାଙ୍କର ପ୍ରବଳ ପରିଶ୍ରମ ଓ ଇଚ୍ଛା ଶକ୍ତି ବଳରେ ଜେଇଇ ଆଡଭାନ୍ସ ପରୀକ୍ଷାରେ ତଫସିଲଭୁକ୍ତ ଜାତି
ବର୍ଗରେ ୫୮୨ ର୍ୟାଙ୍କ ରଖିବା ସହ ଝାଡଖଣ୍ଡର ଧାନବାଦ ଠାରେ କଂପ୍ୟୁଟର ସାଇନ୍ସ କୋର୍ସରେ ନାମ
ଲେଖାଇଛନ୍ତି । ବିକାଶଙ୍କ ବାପା ବିଜୟ ଦାସ ବିପିଏଲ ବର୍ଗର ଓ ସେ ଦିନ ମଜୁରିଆ ଭାବେ କାମ କରନ୍ତି ।
ସେହିପରି ପ୍ରସାଦ ନାୟକ ମେଡିକାଲ ଏଂଟ୍ରାନ୍ସରେ ୪୨୭ ର୍ୟାଙ୍କରେ ସଫଳତା ପାଇବା ପରେ ବୁର୍ଲା ମେଡିକାଲ
କଲେଜରେ ନାମ ଲେଖାଇଛନ୍ତି । ତାଙ୍କର ବାପା ପ୍ରମୋଦ କୁମାର ନାୟକ ପାରାଦୀପ ରିଫାଇନାରୀର ପେଟକୋକ
ଏରିଆରେ ଠିକା ଶ୍ରମିକ ଭାବେ କାମ କରୁଛନ୍ତି ।
ଏହି ଦୁଇ ଛାତ୍ରଙ୍କୁ ଲ୍ୟାପଟପ ଓ ୨୫ ହଜାର ଟଙ୍କାର ଚେକ ପ୍ରଦାନ କରିବା ସହ ବଢିବାକୁ ଇଛା ଥିଲେ ଅର୍ଥ
ପ୍ରତିବନ୍ଧକ ହେବ ନାହିଁ ବୋଲି ଏହି ଦୁଇ ଛାତ୍ର ଏବଂ ସେମାନଙ୍କର ପରିବାରକୁ ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ସାଧାରଣ ଓଡିଆ ଘରର ପିଲା ଏ ରାଜ୍ୟର ମୂଳ ପୁଂଜିା ଯଦି ବିକାଶ ଦାସ ଓ ପ୍ରସାଦ
ନାୟକ ଆର୍ଥିକ ପ୍ରତିବନ୍ଧକ ସଫଳତାରୁ ରୋକି ପାରିଲା ନାହିଁ ତା ହେଲେ ଓଡିଶାର ଶିକ୍ଷା ବ୍ୟବସ୍ଥାକୁ ମଜବୂତ
କଲେ ଆମ ପିଲା ରାଜ୍ୟକୁ ସଫଳତାର ଶୀର୍ଷକୁ ନେଇ ପାରିବ

Share in top social networks!
Powered By Indic IME