ମୋଦି ସରକାର ଓଡିଶା ପାଇଁ ବିକାଶ ଓ ସ୍ୱାଭିମାନ କ୍ଷେତ୍ରରେ ସୁବର୍ଣ ସରକାର – ଧର୍ମେନ୍ଦ୍ର ପ୍ରଧାନ

• ନବ କଳେବରରେ ପ୍ରଥମ ଥର କେନ୍ଦ୍ରୀୟ ତହବିଲରୁ ଅର୍ଥ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବନେ୍ଦ ଉକ୍ରଳ
ଜନନୀ ଗାନ, ପାଇକ ବିଦ୍ରୋହର ୨ ଶହ ବର୍ଷ ଓଡିଆ ସ୍ୱାଭିମାନକୁ ସମ୍ମାନ
• ସ୍ୱାଧୀନତାରୁ ୨୦୧୪ ପର୍ଯ୍ୟନ୍ତ ୪,୬୦୦ କିମି ଜାତୀୟ ରାଜପଥ, ଗତ ତିନି ବର୍ଷରେ ଆଉ ୪,୮୦୦
କିମି ରାଜପଥ ମଂଜୁର
• ଅଚ୍ଛେ ଦିନ ଆସିଛି ନା ନାହିଁ ଏହାର ମୂଲ୍ୟାଙ୍କନ ଲୋକଙ୍କ ଉପରେ ଛାଡି ଦିଆ ଯାଉ
• ଭଲ କାମ କରି ବିନମ୍ରତାର ସହିତ କହିବା ଅହଂକାର ନୁହେଁ
• ସମାଲୋଚନାକୁ ବି ଉପଦେଶ ଭାବେ ବିନମ୍ରତାର ସହିତ ଗ୍ରହଣ କରୁଛୁ

୨୦୧୪ ମସିହାରେ ନରେନ୍ଦ୍ର ମୋଦିଙ୍କ ସରକାର ଆସିବା ପରେ ଓଡିଶା
ଭଳି ରାଜ୍ୟରେ ବିକାଶ ଓ ସ୍ୱାଭିମାନ ପାଇଁ କେନ୍ଦ୍ରରେ ସୁବର୍ଣ ସରକାର ପ୍ରମାଣିତ ହୋଇଛି ବୋଲି କେନ୍ଦ୍ର
ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ମୋଦି ସରକାରଙ୍କ ଅଧା ଅବଧି
ପୂରଣ ଉପରେ ଆଧାରିତ ବିଶିଷ୍ଟ ସାମ୍ବାଦିକ ଉଦୟ ମାହୁରକରଙ୍କ ଦ୍ୱାରା ରଚିତ ବିଶ୍ଳେଷଣାତ୍ମକ ପୁସ୍ତକ
ମାର୍ଚିଂ ବିଥ ଏ ବିଲିୟନର ରି ଲଂଚିଂ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଏହା କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଥମ ଥର ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନବ କଳେବରରେ କେନ୍ଦ୍ର ସରକାରଙ୍କ
ତହବିଲରୁ ୫୦ କୋଟି ଟଙ୍କା ପ୍ରଦାନ କରା ଯାଇଥିଲା ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ଓଡିଶାକୁ ଆସିଲେ ତାଙ୍କର ସାର୍ବଜନୀନ କାର୍ଯ୍ୟକ୍ରମରେ ବନେ୍ଦ ଉକ୍ରଳ ଜନନୀ
ପ୍ରାରମ୍ଭିକ ସଂଗୀତ ଭାବେ ଗାନ କରାଯାଉଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ତାଙ୍କ ଜ୍ଞାତ ସାରରେ ଅନ୍ୟ କେଉଁ
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବନେ୍ଦ ଉକ୍ରଳ ଜନନୀ ଗାନ କରାଯିବାର ନଜିର ବୋଧେ ନାହିଁ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପାଇକ ବିଦ୍ରୋହର ୨ ଶହ ବର୍ଷ ପୂର୍ତି ଅବସରରେ ଓଡିଆ ମାନଙ୍କର ସ୍ୱାଭିମାନ ଓ
ଗର୍ବର ଏହି ସ୍ୱର୍ଣିମ ଅଧ୍ୟାୟକୁ ପାଳନର ପ୍ରସ୍ତାବ ସେ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିଲେ ସେ କୌଣସି
ସମୟ ନ ନେଇ ଏହାକୁ ଭାରତ ସରକାରଙ୍କ ସମ୍ମତିର ମୋହର ଲଗାଇଥିଲେ ।
ପୂର୍ବ ଭାରତର ବିକାଶ ବିନା ଦେଶର ସମ୍ପୂର୍ଣ ବିକାଶ ହେବ ନାହିଁ ବୋଲି ନରେନ୍ଦ୍ର ମୋଦିଙ୍କ ଦୃଢ ବିଶ୍ୱାସ
ଆଧାରରେ ଓଡିଶା ମୋଦି ସରକାରରେ ସବୁ ଠାରୁ ଅଧିକ ଆର୍ଥିକ କ୍ଷେତ୍ରରେ ଲାଭବାନ ହୋଇଛି ବୋଲି ଶ୍ରୀ
ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ୱାଧୀନତାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୪ ହଜାର ୬ ଶହ କିମିର ଜାତୀୟ ରାଜପଥ ଥିବା
ବେଳେ ଗତ ତିନି ବର୍ଷରେ ରାଜ୍ୟରେ ଆଉ ୪ ହଜାର ୮ ଶହ କିମି ନୂଆ ରାଜପଥ ନିର୍ମାଣର ନୂଆ ଯୋଜନାକୁ
ସ୍ୱୀକୃତି ଦିଆ ଯାଇଛି । ରେଳବାଇ ଓ ଅନ୍ୟାନ୍ୟ ଭିତିଭୂମି କ୍ଷେତ୍ରରେ ଓଡିଶାକୁ ଯଥେଷ୍ଟ ଗୁରୁତ୍ୱ ମିଳିଛି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ଆର୍ଥିକ ଦୃଷ୍ଟିରୁ ଜିଏସଟି ମାଧ୍ୟମରେ ଦେଶର ଯେଉଁ ଏକୀକରଣ କରିଛନ୍ତି ଏହାର
ଲାଭ ଓଡିଶା ଭଳି ଉପଭୋକ୍ତା ରାଜ୍ୟକୁ ମିଳିବ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାର ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳ । ପୁରୀର କୃଷ୍ଣପ୍ରସାଦ
ଅଂଚଳର ବାଦାମଚାଷୀ ମାନଙ୍କ ଆନେ୍ଦାଳନ ଓଡିଆ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୁ
ସେ ଆଣିଥିଲେ । ତତକ୍ଷଣାତ ୪୨ ଶହ ଟଙ୍କାର ସର୍ବ ନିମ୍ନ ସହାୟକ ମୂଲ୍ୟରେ ଚାଷୀ ଫସଲ ବିକିଲା ।
ମୋଦି ମନ କି ବାତରେ ଜମୁନାମଣି ଭଳି ସାଧାରଣ ଲୋକର ନା ନେବା ସରକାରର ଦରଦୀ ମନକୁ ସ୍ପଷ୍ଟ କରୁଛି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଗଣତନ୍ତ୍ରରେ ବାଦ ବିବାଦ ଓ ସମାଲୋଚନା ଅଙ୍ଗ । ଦେଶରେ ଅଚ୍ଛେ ଦିନ ଆସିଛି ନା
ନାହିଁ ଏହାର ଉତର ଲୋକଙ୍କ ଉପରେ ଛାଡି ଦିଆ ଯାଉ । ଲୋକଙ୍କ ପାଇଁ ଭଲ କାମ କରି ଏହାକୁ ନମ୍ରତାର
ସହିତ ଜଣାଇଲେ ଏହାକୁ ଅହଂକାର ବୋଲି ସମାଲୋଚନା କରା ଯିବା ସହ ସେ ସହମତ ନୁହନ୍ତି ବୋଲି ସେ
କହିଛନ୍ତି ।
ମୋଦି ଦେଶରେ ଜନ ଭାଗିଦାରୀରେ ସରକାର ଚଳାଇଛନ୍ତି । ଦେଶର ୧୩୦ କୋଟି ଜନତା ଙ୍କୁ ସାଙ୍ଗରେ ନେଇ
ସେ ସରକାର ଚଳାଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଉଦୟ ମାହୁରକରଙ୍କର ପୁସ୍ତକରେ ତାଙ୍କୁ ବହୁତ ପ୍ରଶଂସା କରା ଯାଇଥିବା ଶୁଣିବା ପରେ ସେ ଏହି ପୁସ୍ତକକୁ ପଢି
ନାହାନ୍ତି ବୋଲି କହିଛନ୍ତି । ନିଜର ପ୍ରଶଂସା ପଢିଲେ ସଂସ୍କାର ଖରାପ ହେବାର ଆଶଙ୍କା ଥିବା ବେଳେ ଏହି ସଭାରେ
ମୋଦିଙ୍କୁ କରାଯାଇଥିବା ସମାଲୋଚନାକୁ ଉପଦେଶ ଭାବେ ସେ ବିନମ୍ରତାର ସହ ସ୍ୱାଗତ କରୁଛନ୍ତି ଓ ଏହା
ଦ୍ୱାରା ଗଣତନ୍ତ୍ର ସୁଦୃଢ ହେବ ବୋଲି କହିଛନ୍ତି ।

Share in top social networks!