ପାଇକ ବିଦ୍ରୋହ ଚିତ୍ରଶାଳା ; ସମ୍ବର୍ଦ୍ଧିତ ହେଲେ ସଂଗ୍ରାମୀ ତାପଙ୍ଗ ଦଳବେହେରାଙ୍କ ଦାୟାଦ

DSC_0069
ପାଇକ ବୀରଙ୍କ ସ୍ମୃତି ସାଉଁଟା •ଲିଛି, କାନ୍ଭାସରେ ଅଙ୍କା •ଲିଛି ଦୁର୍ଦ୍ଧଶ ବୀର ପିଣ୍ଡିକି ବାହୁବଳେନ୍ଦ୍ର, ବକ୍ସି ଜଗବନ୍ଧୁ, •ଖି ଖୁଣ୍ଟିଆ ଓ ତାପଙ୍ଗ ଦଳବେହେରାଙ୍କ ସଂଗ୍ରାମର ଗାଥା । ଗୁରୁବାର ଠାରୁ ଶନିବାର ତିନିଦିନ ବ୍ୟାପୀ ଜୟଦେବ ଭବନ ପରିସରରେ ରାଜ୍ୟର ୫୫ରୁ ଉଦ୍ଧ୍ୱର୍ ପେଶାଦାର ଓ କଳା ଛାତ୍ରଛାତ୍ରୀ ମାନଙ୍କୁ ନେଇ ଧଉଳି •ରୁକଳା ମହା ବିଦ୍ୟାଳୟ ଆୟୋଜିତ କରିଛି “ଓଡ଼ିଆ ବୀରତ୍ୱର ଚିତ୍ର” କର୍ମଶାଳା । କର୍ମଶାଳାର ଦ୍ୱିତୀୟ ଦିନରେ ପାଇକ ସଂଗ୍ରାମର ଅନନ୍ୟ ନାୟକ ତାପଙ୍ଗଗଡ଼ର ଦଳବେହେରାଙ୍କ ଦାୟାଦ ବିଚିତ୍ରା ନନ୍ଦ ରାଉତରାୟଙ୍କୁ ଶିଳ୍ପୀମାନେ ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ କରି ସମ୍ବର୍ଦ୍ଧିତ କରିଛନ୍ତି ।
IMG-20170811-WA0011

ଶିଳ୍ପୀମାନଙ୍କ ସମ୍ବର୍ଦ୍ଧନାର ଉତ୍ତରରେ ଦଳ ବେହେରାଙ୍କ ଦାୟାଦ ଏଭଳି ଏକ କାର୍ଯ୍ୟକ୍ରମ ସମାଜରେ ଉଚ୍ଚତର ମୂଲ୍ୟବୋଧ ପ୍ରତିÂା ସହିତ ଜାତୀୟତାରେ ଉଦ୍ବୁଦ୍ଧ କରିବ ବୋଲି ଆଶାପୋଷଣ କରିଛନ୍ତି । ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଚିତ୍ର ବିଭାଗର ଅଧ୍ୟାପକ ଡ. ଚକ୍ରଧର ବେହେରା, ତାପଙ୍ଗ ଦଳବେହେରା ସ୍ମୃତି କମିଟିର ସମ୍ପାଦକ ଇଂ ଶିଶିର କୁମାର ନାୟକ, ସମାଜସେବୀ ସୁଶାନ୍ତ କୁମାର ସାହୁ, ସିମାଞ୍ଚଳ ପଟ୍ଟନାୟକ ଓ ପ୍ରିୟବ୍ରତ ପଣ୍ଡା ପ୍ରମୁଖ ଚିତ୍ରଶାଳାରେ ଉପସ୍ଥିତ ରହି ଶିଳ୍ପୀମାନଙ୍କୁ ଉତ୍ସାହିତ କରାଇଥିଲେ । ଶିଳ୍ପୀମାନେ ପ୍ରଥମଥର ପାଇଁ ଏକାଠି ହୋଇ ଓଡ଼ିଶାର ବୀର ସଂଗ୍ରାମୀମାନଙ୍କୁ ରଙ୍ଗତୂଳୀରେ ଜୀବନ୍ୟାସ ଦେବା ସହ ପାଇକ ବୀରଙ୍କ ସ୍ମୃତିକୁ ଉଜ୍ଜୀବିତ କରାଇଥିଲେ । ଜୟଦେବ ଭବନ ପରିସରରେ •ଲିଥିବା ଏହି ଲାଇଭ୍ ପ୍ୟାଣ୍ଟିଂ କାର୍ଯ୍ୟକ୍ରମ ଶନିବାର ଦିନ ଉଦ୍ୟାପିତ ହେଉଥିବା ବେଳେ ରବିବାର ଠାରୁ ୬ ଦିନ ବ୍ୟାପୀ ଚିତ୍ରକଳା ଗୁଡ଼ିକର ବର୍ଣ୍ଣାଢ୍ୟ ପ୍ରଦର୍ଶନୀ ରାଷ୍ଟ୍ରୀୟ ଲଳିତକଳା ଏକାଡେ଼ମୀ ପରିସରରେ ଆୟୋଜିତ ହେବ ବୋଲି ଆୟୋଜକ ଧଉଳି •ରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲ୍ ସୂଚନା ଦେଇଛନ୍ତି ।

Share in top social networks!