ଢେଙ୍କାନାଳ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ସମସ୍ୟା ସମ୍ବନ୍ଧିତ ଦାବିପତ୍ର; ଜାବଡେକରଙ୍କୁ ଚିଠି ଲେଖି ସମସ୍ୟା ସମାଧାନ କରିବାକୁ ଅନୁରୋଧ କଲେ ଧର୍ମେନ୍ଦ୍ର ପ୍ରଧାନ

20664960_1445356958881212_471392394133556085_nଢେଙ୍କାନାଳ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକ ଅଭାବ ଓ ଶିକ୍ଷାଦାନ
ସମ୍ବନ୍ଧିତ ସମସ୍ୟା ଗୁଡିକର ସମାଧାନ ପାଇଁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବଡେକରଙ୍କୁ ପତ୍ର ଲେଖିଛନ୍ତି । ଢେଙ୍କାନାଳ କେନ୍ଦ୍ରୀୟ ବିଦ୍ୟାଳୟର
ପ୍ୟାରେଂଟ ଟିଚର୍ସ ଆସୋସିଏସନର ସାଧାରଣ ସମ୍ପାଦକ ସଂଜୀବ ମହାପାତ୍ରଙ୍କ ପିଟିସନ ପାଇବା ପରେ ଏହା
ଆଧାରରେ ଶ୍ରୀ ପ୍ରଧାନ ଏହି ପତ୍ର ଲେଖି ସମସ୍ୟାର ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ
ଦେବା ସହିତ ସେଠାରେ ଭଲ ଶିକ୍ଷକ ମାନଙ୍କୁ ନିଯୁକ୍ତି ଦେବାକୁ ଅନୁରୋଧ କରିଛନ୍ତି ।
ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ କହିଛନ୍ତି ଯେ ଢେଙ୍କାନାଳ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ଓଡିଶାର ସବୁଠାରୁ ପୁରୁଣା
ବିଦ୍ୟାଳୟ ମାନଙ୍କ ମଧ୍ୟରେ ଅନ୍ୟତମ ଓ ଏହାର ଶିକ୍ଷାଦାନର ସ୍ତର ଅତି ଉଚ୍ଚକୋଟିର ରହି ଆସିଛି । ତେବେ କିଛି
ଦିନ ହେଲା ଏହି ବିଦ୍ୟାଳୟରେ ଶିକ୍ଷାଦାନର ସ୍ତର ହ୍ରାସ ପାଇବା ସହ ଫଳାଫଳ ମଧ୍ୟ ଖରାପ ହେବାରେ
ଲାଗିଛିା ଶ୍ରୀ ମହାପାତ୍ର ତାଙ୍କ ପିଟିସନରେ ଉଲ୍ଲେଖ କରିଛନ୍ତି ଯେ ଢେଙ୍କାନାଳର କେନ୍ଦ୍ରୀୟ ବିଦ୍ୟାଳୟରୁ ଅନେକ
ଶିକ୍ଷକଙ୍କୁ ଭୁବନେଶ୍ୱର ଓ କଟକ ସ୍ଥାନାନ୍ତରଣ କରାଯାଇଛି ଓ ସେମାନଙ୍କ ସ୍ଥାନରେ ନୂତନ ଶିକ୍ଷକଙ୍କୁ ନିଯୁକ୍ତି ଦିଆ
ଯାଇ ନାହିଁ । ଏହି ବିଦ୍ୟାଳୟରେ ସ୍ଥାୟୀ ପ୍ରିନିସିପାଲ ପଦ ଅନେକ ଦିନ ହେଲା ଖାଲି ରହିଛି ଓ ଏହାକୁ ପୂରଣ
କରା ଯାଇ ନାହିାଁ ବିଦ୍ୟାଳୟରେ ଅଧିକାଂଶ ଶିକ୍ଷାଦାନ ଆଡହକ ଆଧାରରେ ନିଯୁକ୍ତ ଶିକ୍ଷକ ମାନଙ୍କ ଦ୍ୱାରା
ପରିଚାଳିତ ହେଉଛି । ଏହା ଫଳରେ ଖରାଫ ଫଳାଫଳ ହେଉଛି । ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଛାତ୍ର ଛାତ୍ରୀ
ମାନଙ୍କର ଭବିଷ୍ୟତ ଶିକ୍ଷକ ମାନଙ୍କର ଘୋର ଅଭାବରୁ ସଂକଟଗ୍ରସ୍ତ ହୋଇ ପଡିଥିବା ଶ୍ରୀ ପ୍ରଧାନ ଶ୍ରୀ ମହାପାତ୍ରଙ୍କ
ପିଟିସନକୁ ଉଦ୍ଧୃତ କରି ଉଲ୍ଲେଖ କରିଛନ୍ତି ।
ଢେଙ୍କାନାଳ କେନ୍ଦ୍ରୀୟ ବିଦ୍ୟାଳୟର ଏହି ସମସ୍ୟା ଗୁଡିକର ର ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀ
ମାନଙ୍କୁ ନିର୍ଦେଶ ଦେବା ସହିତ ସେଠାରେ ଭଲ ଶିକ୍ଷକ ମାନଙ୍କୁ ନିଯୁକ୍ତି ଦେବାକୁ ଶ୍ରୀ ପ୍ରଧାନ ଶ୍ରୀ ଜାବଡେକରଙ୍କୁ
ଅନୁରୋଧ କରିଛନ୍ତି ।
୰୰

Share in top social networks!