୧୦୮ ଆମ୍ବୁଲାନ୍ସ ସେବାର କର୍ମଚାରୀ ମାନଙ୍କ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

• ନିର୍ଧାରିତ ତାରିଖରେ ଦରମା ମିଳିବା, ସେମାନଙ୍କର ପେ ସ୍ଲିପରେ ଦରମାର ବିଭିନ୍ନ ଅଂଶ ଓ କଟା
ଯାଉଥିବା ରାଶିର ଉଲ୍ଲେଖ, ଶ୍ରମ ଆଇନ ବ୍ୟବସ୍ଥା ଅନୁସାରେ ଓଭରଟାଇମ କଲେ ସେ ଅନୁସାରେ
ଅର୍ଥ ପ୍ରଦାନ କରିବା, ପ୍ରଭିଡେଂଟ ଫଣ୍ଡର ବ୍ୟବସ୍ଥା କରିବା , ବାର୍ଷିକ ଦରମାରେ ବୃଦ୍ଧି, ନିୟମ
ଅନୁସାରେ ଛୁଟି ପ୍ରଦାନ କରାଯିବା ସପକ୍ଷରେ ରଖିଲେ ଯୁକ୍ତି
• କେତେକ ମୁଷ୍ଟିମେୟ ଅଧିକାରୀ ଇଏମଟି ଓ ଟେକ୍ନିସିଆନ ମାନଙ୍କୁ ନିୟମିତ ଭାବେ ହଇରାଣ ହରକତ
କରୁଥିବା ଅଭିଯୋଗ
• ଏହି ମେଡିକାଲ ଟେକ୍ନିସିଆନ ମାନଙ୍କୁ ଜରୁରୀ କାଳୀନ ଆମ୍ବୁଲାନ୍ସ ସେବା ୧୦୮ର ପଦାତିକ ବାହିନୀ
ଭାବେ ବର୍ଣନା କଲେ ଶ୍ରୀ ପ୍ରଧାନ
• ଘଟଣାକୁ ଗୁରୁତ୍ୱର ସହ ନେଇ ଗରୀବ କିନ୍ତୁ ଓଡିଶାରେ ସ୍ୱାସ୍ଥ୍ୟ ସେବାରେ ଗୁରୁତ୍ୱପୂର୍ଣ ଭୂମିକା
ନେଉଥିବା ବ୍ୟକ୍ତିବିଶେଷ ମାନଙ୍କର ସ୍ୱାର୍ଥ ରକ୍ଷା ପାଇଁ ପଦକ୍ଷେପ ନେବା ପାଇଁ କଲେ ଅନୁରୋଧ
• ବଲାଙ୍ଗୀରର ଜଣେ ଜରୁରୀକାଳୀନ ମେଡିକାଲ ଟେକ୍ନିସିଆନଙ୍କ ପତ୍ର ଆଧାରରେ ମୁଖ୍ୟମନ୍ତ୍ରୀଙ୍କୁ
ଲେଖିଲେ ଚିଠି
20374516_1434752383275003_823934098738113148_n
ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ଲୋକ ମାନଙ୍କ ଦ୍ୱାରକୁ ନେଉଥିବା ୧୦୮
ଆମ୍ବୁଲାନ୍ସ ସେବାର କର୍ମଚାରୀ ମାନଙ୍କୁ ଦରମା ଠିକ ସମୟରେ ପ୍ରଦାନ କରିବା ସହ ସେମାନଙ୍କର ବିଭିନ୍ନ ସମସ୍ୟାର
ସମାଧାନ କରିବା ପାଇଁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ମୁଖ୍ୟମନ୍ତ୍ରୀ
ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି ।
ବଲାଙ୍ଗୀର ଜିଲ୍ଲାର ଜରୁରୀକାଳୀନ ମେଡିକାଲ ଟେକ୍ନିସିଆନ ମନୋଜ କୁମାର ସାହୁଙ୍କ ଠାରୁ ଏକ ପିଟିସନ
ପାଇବା ପରେ ଶ୍ରୀ ପ୍ରଧାନ ଏହି ପିଟିସନର ଏକ ନକଲକୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇବା ସହ ସେମାନଙ୍କର
ସମସ୍ୟା ଗୁଡିକର ସମାଧାନ କରିବା ପାଇଁ ଅନୁରୋଧ କରିଛନ୍ତି । ଶ୍ରୀ ପ୍ରଧାନ ଏହି ମେଡିକାଲ ଟେକ୍ନିସିଆନ ମାନଙ୍କୁ
ଜରୁରୀ କାଳୀନ ଆମ୍ବୁଲାନ୍ସ ସେବା ୧୦୮ର ପଦାତିକ ବାହିନୀ ଭାବେ ବର୍ଣନା କରିଛନ୍ତି । ସେମାନଙ୍କ ପରିଶ୍ରମ
ଯୋଗୁ ହିଁ ବହୁ ମୂଲ୍ୟ ଜୀବନ ବଂଚୁଛି ବୋଲି ଶ୍ରୀ ପ୍ରଧାନ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ।
ଏହି ପତ୍ରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ବଲାଙ୍ଗୀର ଜିଲ୍ଲାର ମନୋଜ କୁମାର ସାହୁ ତାଙ୍କ ନିକଟକୁ ଯେଉଁ ପିଟିସନ
ପଠାଇଛନ୍ତି ସେଥିରେ ତାଙ୍କ ଭଳି ଇମର୍ଜେନସି ମେଡିକାଲ ଟେକନିସିଆନ ଓ କାମ କରୁଥିବା ଲୋକ ମାନଙ୍କୁ
ଦରମା ନ ମିଳିବା ଓ କାର୍ଯ୍ୟ ବେଳେ ହଇରାଣ ହରକତ କରା ଯାଉଥିବା କଥା ଉଲ୍ଲେଖ କରିଛନ୍ତି ।
ନିର୍ଧାରିତ ତାରିଖରେ ଦରମା ମିଳିବା, ସେମାନଙ୍କର ପେ ସ୍ଲିପରେ ଦରମାର ବିଭିନ୍ନ ଅଂଶ ଓ କଟା ଯାଉଥିବା
ରାଶିର ଉଲ୍ଲେଖ, ଶ୍ରମ ଆଇନ ବ୍ୟବସ୍ଥା ଅନୁସାରେ ଓଭରଟାଇମ କଲେ ସେ ଅନୁସାରେ ଅର୍ଥ ପ୍ରଦାନ କରିବା,
ପ୍ରଭିଡେଂଟ ଫଣ୍ଡର ବ୍ୟବସ୍ଥା କରିବା , ବାର୍ଷିକ ଦରମାରେ ବୃଦ୍ଧି, ନିୟମ ଅନୁସାରେ ଛୁଟି ପ୍ରଦାନ କରାଯିବା
ସେମାନେ ତାଙ୍କ ଦାବି ପତ୍ରରେ ଉଲ୍ଲେଖ କରିଥିବା ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ।
ଏହା ସହ ଏହି ଦାବିପତ୍ରରେ ଆମ୍ବୁଲାନ୍ସ ଓ ଏଥିରେ ଥିବା ଉପକରଣ ଗୁଡିକର ସଠିକ ସମୟରେ ମରାମତି ଜରୁରୀ
ବୋଲି ଦର୍ଶା ଯାଇଛି ।
ଦେଶର ଶ୍ରମ ଆଇନ କୁ ଭାଙ୍ଗି ଲିଖିତ ନିର୍ଦେଶ ବଦଳରେ ମୌଖିକ ନିର୍ଦେଶକୁ ପାଳନ କରିବାକୁ ବାଧ୍ୟ
କରାଯାଉଥିବା ଅଭିଯୋଗ କରିବା ସହ ଆପତି ଅଭିଯୋଗ ଗୁଡିକ ଗ୍ରିଭେନ୍ସ ରିଡ୍ରେସାଲ ମିଟିଂରେ ଆଲୋଚନା
କରାଯିବା ପାଇଁ ସେମାନେ ଦାବି କରିଛନ୍ତି । ଏହା ସହ କେତେକ ମୁଷ୍ଟିମେୟ ଅଧିକାରୀ ଇଏମଟି ଓ ଟେକ୍ନିସିଆନ
ମାନଙ୍କୁ ନିୟମିତ ଭାବେ ହଇରାଣ ହରକତ କରୁଥିବା ଅଭିଯୋଗ କରିଛନ୍ତି ।
ଏ ସମସ୍ତ ବିଷୟ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିବା ସହ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଗରୀବ କିନ୍ତୁ ଓଡିଶାରେ
ସ୍ୱାସ୍ଥ୍ୟ ସେବାରେ ଗୁରୁତ୍ୱପୂର୍ଣ ଭୂମିକା ନେଉଥିବା ବ୍ୟକ୍ତିବିଶେଷ ମାନଙ୍କର ସ୍ୱାର୍ଥ ରକ୍ଷା ପାଇଁ ପଦକ୍ଷେପ ନେବା ପାଇଁ
ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

Share in top social networks!
Powered By Indic IME