ଯାହାର ମାତୃଭାଷା ଦକ୍ଷତା ଯେତେ ଅଧିକ ସିଏ ଅନ୍ୟ ଭାଷାରେ ସେତେ ଦକ୍ଷ

ଓଡିଶା ସାଂସ୍କୃତିକ ସମାଜ ସମ୍ବଲପୁର ଠାରେ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ପତଙ୍ଗ ତରଫରୁ ମାତୃଭାଷା ଆଧାରିତ ବହୁ ଭାଷୀ ଶିକ୍ଷାର ଆବଶ୍ୟକତା ଏବଂ ଗୁରୁତ୍ୱ ଉପରେ ଏକ ଆଲୋଚନା ଚକ୍ର ଅନୁÂିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଅବସରପ୍ରାପ୍ତ ପ୍ରଫେସର୍ ଏବଂ ଜାକିର୍ ହୁସେନ୍ ଶୈକ୍ଷିକ ଅଧ୍ୟୟନ କେନ୍ଦ୍ର (ଜେ.ଏନ୍ ୟୁ. ନୂଆଦିଲ୍ଳୀ ) ପୂର୍ବତନ ସଭାପତି ପ୍ରଫେସର୍ ଅଜିତ୍ ମହାନ୍ତି କହିଥିଲେ ଯେ ଭାଷାକୁ ନେଇ ସମସ୍ତଙ୍କର ଭିନ୍ନ ଭିନ୍ନ ପରିଚୟ ଅଛି । ତେଣୁ ଶିକ୍ଷାକୁ ସାର୍ଥକ କରିବା ପାଇଁ ଗୋଟିଏ ଶିଶୁ ପାଇଁ ତାର ମାତୃଭଷା ହିଁ ସର୍ବନିମ୍ନ ଆବଶ୍ୟକତା ଅଟେ ।

ତେଣୁ ମାତୃଭାଷାକୁ ଉପେକ୍ଷିତ ନ କରି ତାର ବିକାଶ କଲେ ସାଂସ୍କୃତିକ ଏବଂ ଭାଷାାଗତ ବିଭିଦତା ବଂଚି ରହିବ । ସେ ପୁଣି ଜୋର୍ ଦେଇ କହିଥିଲେ ଯାହାର ମାତୃଭାଷା ଦକ୍ଷତା ଯେତେ ଅଧିକ ସିଏ ଅନ୍ୟ ଭାଷାରେ ସେତେ ଦକ୍ଷ ଓ ନିପୁଣ । ଏହି ଅବସରରେ ଜିଲ୍ଲା ପ୍ରକଳ୍ପ ପରିଚାଳିକା (ଡି.ପି. ସି) ସମ୍ବଲପୁର କଳ୍ପନା ପଣ୍ଡା ସରକାରୀ ସ୍ତରରେ ମାତୃଭାଷା ଆଧାରିତ ବହୁଭାଷୀ ଶିକ୍ଷା କ୍ଷେତ୍ରରେ ସମ୍ବଲପୁର ପରିପ୍ରେକ୍ଷୀରେ ବିଭିନ୍ନ ସଫଳତା ସୁଯୋଗ ଏବଂ ବାଧା ଗୁଡିକ ବିଷୟରେ ଆଲୋକପାତ କରିଥିଲେ ।

ଶେଷରେ ଅତିଥି ବରଗଡ ଜିଲ୍ଲା ଶିକ୍ଷା ଶିକ୍ଷଣ ପ୍ରତିÂାନ ର ଅଧ୍ୟକ୍ଷ ରବିନାରାୟଣ ମିର୍ଦ୍ଧା ପିଲାମାନଙ୍କୁ ଶିକ୍ଷାଦାନ ପଦ୍ଧତିରେ ମାତୃଭାଷାରେ ଲିଖିତ ପୁସ୍ତକ ଉପଲବ୍ଧ କରାଇବା କେତେ ଜରୁରୀ ତାହା କହିଥିଲେ । ଏଥି ସହିତ କିପରି ବିଭିନ୍ନ ଭାଷାରେ ପ୍ରାଥମିକ ସ୍ତରରେ ପୁସ୍ତକ ପ୍ରସ୍ତୁତ କରିଥିବା ସମୟର ଅଭିଜ୍ଞତା କହିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର, ବଲାଙ୍ଗୀର, ବରଗଡ ତଥା ଆଖ ପାଖ ଅଂଚଳର ଶତାଧିକ ବୁଦ୍ଧୀଜିବି, ଶିକ୍ଷକ, ଅବିଭାବକ, ସ୍ୱେଚ୍ଛାସେବୀ, ବିଭିନ୍ନଅନୁÂାନର ସଦସ୍ୟ ସମୁହ ଏହି ଆଲୋଚନା ଚକ୍ରରେ ପ୍ରଶ୍ନ ଉତର ମାଧ୍ୟମରେ ନିଜର ପ୍ରଶ୍ନ ଓ ମନ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ପତଙ୍ଗ ର ରୂପେଶ, ଭୂମି ଓ ମଳୟ ପରିଚାଳନା କରିଥିଲେ ଏବଂ ପତଙ୍ଗ ର ସମସ୍ତ କର୍ମକର୍ତା ସହଯୋଗ କରିଥିବା ବେଳେ ସୂର୍ଯ୍ୟନାରାୟଣ ଶେଷରେ ସମସ୍ତ ଅତିଥି ତଥା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

Share in top social networks!