ତ୍ରିପୁରାରେ ୨୫ ବର୍ଷର ସିପିଏମ ସରକାର ଗରୀବଙ୍କୁ କେବଳ ଭୋଟ ଭାବରେ ବ୍ୟବହାର କରିଛି – ଧର୍ମେନ୍ଦ୍ର ପ୍ରଧାନ

ତ୍ରିପୁରାରେ ବିଜେପିରେ ଯୋଗ ଦେଲେ ୬ ତୃଣମୂଳ କଂଗ୍ରେସ ବିଧାୟକ

• ୨୦୧୮ ଜାନୁଆରୀରେ ହେବାକୁ ଥିବା ନିର୍ବାଚନରେ ବିଜେପି ସରକାର ଗଠନ ପାଇଁ ଜନ ସମର୍ଥନ
ପାଇଁ ଆହ୍ୱାନ

20689614_1442912932458948_7719990968580849222_o

ତ୍ରିପୁରାରେ ଗତ ୨୫ ବର୍ଷ ଧରି ଚାଲିଥିବା ସିପିଏମ ସରକାର ଗରୀବଙ୍କୁ କେବଳ ଗରୀବ ଭାବରେ ରଖି ନିଜର ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରି ଆସିଛି ବୋଲି ବିଜେପିରେ ୬ ଜଣ ତୃଣମୂଳ କଂଗ୍ରେସ ବିଧାୟକଙ୍କ ଯୋଗଦାନ ଅବସରରେ କେନ୍ଦ୍ର ପେଟ୍ରେଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ସେ ଅଗରତାଲା ଠାରେ ଦଳ ପକ୍ଷରୁ ଆୟୋଜିତ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ୨୫ ବର୍ଷର ମୁଖ୍ୟମନ୍ତ୍ରୀ ମାନିକ ସରକାର ତ୍ରିପୁରାର ବିକାଶ କରିବା ପାଇଁ ବିଫଳ ହୋଇଛି । ମାନିକ ସରକାରଙ୍କୁ ଆହ୍ୱାନ ଶ୍ରୀ ପ୍ରଧାନ କହିଛନ୍ତି କହିଛନ୍ତି େଯେ ବିଜେପି ତ୍ରିପୁରାର ଜନ ଆକାଂ କ୍ଷା ପୂରଣ କରିବା ପାଇଁ ପ୍ରସ୍ତୁତ ହୋଇ ସାରିଛି ।
୨୦୧୮ ଜାନୁଆରୀ ମାସରେ ଅନୁÂିତ ହେବାକୁ ଥିବା ନିର୍ବାଚନ ସୁଦ୍ଧା ସେ ପେଡି ପୁଟୁଳା ବାନ୍ଧି ଗାଦି ଛାଡିବାକୁ ପ୍ରସ୍ତୁତ ହୋଇ ଯାଆନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ତ୍ରିପୁରାର ୯ ଲକ୍ଷ ପରିବାରରେ ୩୭ ଲକ୍ଷ ଲୋକ ରହୁଛନ୍ତି । ମାତ୍ର ରାଜ୍ୟର ୮ ଲକ୍ଷ ଯୁବକ ଯୁବତୀଙ୍କୁ କର୍ମସଂସ୍ଥାନ ଯୋଗାଣରେ ୨୫ ବର୍ଷର ସିପିଏମ ସରକାର ସମ୍ପୂର୍ଣ ରୂପେ ବିଫଳ ହୋଇଛି । ମାତ୍ର ତ୍ରିପୁରାରେ ଅପାର ସମ୍ଭାବନା ଥିବା ଦର୍ଶାଇ ସିପିଏମର ସାଧାରଣ ଗରୀବ ଲୋକଙ୍କ ବିକାଶ ପାଇଁ ନିÂା କମ ଥିବା କାରଣରୁ ଲୋକ ମାନେ ବିଶେଷ ଭାବରେ ଯୁବ ପୀଢୀ ଦୁଃଖ ଓ ଦୁର୍ଦଶାରେ କାଳାତିପାତ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ତ୍ରିପୁରା ସୁନ୍ଦରୀଙ୍କ ପବିତ୍ର ଭୂମିର ମାଟି ତଳେ ଯେତିକି ଗ୍ୟାସ ଅଛି ତାକୁ ଯଦି ଉପଯୋଗ କରାଯିବ ତ୍ରିପୁରାର ୮ ଲକ୍ଷ ନୁହେଁ ଦେଶର ୮୦ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ କର୍ମସଂସ୍ଥାନ ଯୋଗାଇ ଦିଆ ଯାଇ ପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ରକ୍ଷା ବନ୍ଧନର ପବିତ୍ର ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ୨୦୧୮ ସୁଦ୍ଧା ରାଜ୍ୟର ୩ ଲକ୍ଷ ଗରୀବ ମହିଳା ମାନଙ୍କୁ ବିନା ମୂଲ୍ୟରେ ଏଲପିଜି ସଂଯୋଗର ଉପହାର ଦେବାକୁ ସେ ଦୃଢ ପ୍ରତିଶ୍ରୁତି ଦେଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ତାଙ୍କ ମନ୍ତ୍ରଣାଳୟ ତରଫରୁ ୭ ଶହ କୋଟି ଟଙ୍କା ବ୍ୟୟରେ ଏଲପିଜି ବଟଲିଂ ପ୍ଲାଂଟର କାମ ତ୍ରିପୁରାରେ ଆରମ୍ଭ ହେବ । ଗ୍ୟାସ ପାଇଁ ବର୍ଷା ଦିନ ଓ ଆସାମରେ ଆନେ୍ଦାଳନ ହେଲେ ଦୀର୍ଘ ଦିନ ଅପେକ୍ଷାର ଯୁଗ ଶେଷ ହୋଇ ଯିବ । ଖୁବ ଶୀଘ୍ର ରାଜ୍ୟରେ ଥିବା ୬୦ଟି ଏଲପିଜି ବିତରଣ କେନ୍ଦ୍ର ସହ ଆଉ ୪୦ଟି ନୂଆ ବିତରଣ କେନ୍ଦ୍ର ପ୍ରତିÂା କରିବା ପାଇଁ ସେ ନିର୍ଦେଶ ଦେଇ ସାରିଥିବା ପ୍ରକାଶ କରିଛନ୍ତି ।

ବିଜେପି ସଂଖ୍ୟାଲଘୁ ବିରୋଧୀ ପ୍ରଚାରକୁ ସେ ଦୃଢ ଭାବେ ଖଂଡନ କରିଛନ୍ତି । ସେ କହିଛନ୍ତି ଯେ ଉତର ପ୍ରଦେଶର ଦେଓବନ୍ଦରେ ୮୦ ପ୍ରତିଶତ ସଂଖ୍ୟାଲଘୁ ଥିବା ସତ୍ୱେ ବିନା ଭେଦଭାବରେ ବିଜେପି କାମ କରି ସବୁ ମା- ଭଉଣୀଙ୍କୁ ଉଜ୍ୱଳା ଯୋଜନାରେ ଗ୍ୟାସ ଦେବା କାରଣରୁ ସେମାନେ ସେଠାରେ ବିଜେପି ପ୍ରାର୍ଥୀଙ୍କୁ ବିଜୟ ମୁକୁଟ
ପିନ୍ଧାଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଅପର ପକ୍ଷରେ ସିପିଏମ ତ୍ରିପୁରାର ଆଦିବାସୀ, ଦଳିତ ଓ ଗରୀବଙ୍କ ଘରେ ବିଜୁଳି ପହଂଚାଇ ପାରି ନାହିଁ । ଏପରି ପରିସ୍ଥିତିରେ ବିଜେପିକୁ ବିକଳ୍ପ ଭାବେ ଗ୍ରହଣ କରି ୨୦୧୮ ଜାନୁଆରୀ ନିର୍ବାଚନରେ ବିଜେପିକୁ ବିଜୟୀ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଏହି ସାଧାରଣ ସଭାରେ ତୃଣମୂଳ କଂଗ୍ରେସର ୬ ବିଧାୟକ ସୁଦୀପ ରାୟବର୍ମନ, ଆଶୀଷ ଶାହ, ପ୍ରଣଜିତ ସିଂହରାୟ, ବିଶ୍ୱବନ୍ଧୁ ସେନ, ଦିବଚନ୍ଦ୍ର ରଙ୍ଖଲ ଓ ଦିଲ୍ଲୀପ ସରକାର ପ୍ରମୁଖ ବିଜେପିରେ ଯୋଗ ଦେଇଥିଲେ ।

Share in top social networks!