ଭିଜିଲାନ୍ସ କୋର୍ଟ ଦ୍ୱାରା ସ୍ଥାନୀୟ ଗରୀବ ଲୋକଙ୍କୁ ମିଳିବ ସବୁଠୁ ଅଧିକ ଲାଭ – ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳ- ଅନୁଗୁଳ ଭିଜିଲାନ୍ସ କୋର୍ଟ ଉଦଘାଟନ ଉତ୍ସବର ସମାରୋପ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କୋର୍ଟ ଦ୍ୱାରା ସ୍ଥାନୀୟ ଗରୀବ ଲୋକ ମାନେ ଉପକୃତ ହେବେ ବୋଲି କହିଛନ୍ତି । ଢେଙ୍କାନାଳ କୋର୍ଟ ପରିସରରେ ଢେଙ୍କାନାଳ ବାର ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଉଦବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭଗବାନ ମଣିଷ ତିଆରି କରିଛନ୍ତି । ମଣିଷ ଭିତରେ ଭଲ ଗୁଣ ସହ ଲୋଭ, ଚୋରୀ, ଦୁର୍ନୀତି ତଥା ଗଳାବାଟ ଖୋଜିବା ଭଳି ଖରାପ ଗୁଣ ମଧ୍ୟ ରହିଛି । ସରକାର ମାନେ ଲୋକଙ୍କ ପାଖରେ ବିକାଶ ପହଂଚାଇବା ପାଇଁ ଅର୍ଥ ଖର୍ଚ କରୁଛନ୍ତି । ମାତ୍ର ଦୁର୍ନୀତି ଓ ଲାଂଚ ସାଧାରଣ ଗରୀବ ଲୋକଙ୍କୁ ସେମାନଙ୍କର ହକ୍ ରୁ ବଂଚିତ କରୁଛି ।

ନ୍ୟାୟ ବ୍ୟବସ୍ଥାର ଏକ ଅଙ୍ଗ ଭାବେ ଢେଙ୍କାନାଳ ଠାରେ ଭିଜିଲାନ୍ସ କୋର୍ଟ ସାଧାରଣ ଲୋକ ଆପତି- ଅଭିଯୋଗ ଶୁଣାଣୀ ପାଇଁ ନ୍ୟାୟ ବ୍ୟବସ୍ଥାକୁ ଘର ପାଖକୁ ନେଇ ଆସିଛି । ଜଣେ ସାଧାରଣ ଲୋକ ତାର ଜିଲ୍ଲା କେନ୍ଦ୍ର ପର୍ଯ୍ୟନ୍ତ ଯାଇ ପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ କିଛି ଦିନ ତଳେ ଢେଙ୍କାନାଳ ଜିଲ୍ଲାର ଜଣେ ସ୍ଥାନୀୟ ଲୋକ ଦିଲ୍ଲୀ ଆସି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲାଂଚ ପ୍ରସଙ୍ଗ ଉଠାଇଥିଲେ । ସବୁ ଲୋକ ଉପର ସ୍ତରକୁ ଯାଇ ପାରିବେ ନାହିଁ । ତାଙ୍କର
ଦୁଃଖ ଶୁଣିବା ପାଇଁ ସ୍ଥାନୀୟ ସ୍ତରରେ ବ୍ୟବସ୍ଥା ତିଆରି ହେବା ଦରକାର । ଏହି ଭିଜିଲାନ୍ସ କୋର୍ଟ ସ୍ଥାନୀୟ ଲୋକ ବିଶେଷ ଭାବେ ଗରୀବ ଲୋକଙ୍କ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ବ୍ୟବସ୍ଥା ଅନୁସାରେ ବିନା ଅଭିଯୋଗରେ କିଛି ହୋଇ ପାରିବ ନାହିାଁ ଦେଶରେ
ଟେକ୍ନୋଲଜିର ବ୍ୟବହାର ଅନେକ ପରିବର୍ତନ ଆଣୁଛି । ଓଡିଶା ସରକାର ସବୁ ବିଭାଗକୁ ସୋସିଆଲ ମିଡିଆରେ ସାମିଲ କରୁଛନ୍ତି । ସୋସିଆଲ ମିଡିଆ ଯୋଗୁ ସ୍ଥାନୀୟ ଏକ ଘଟଣା ଅଳ୍ପ କେତେ ମିନିଟରେ ସମଗ୍ର ବିଶ୍ୱରେ ପହଂଚୁଛି । ସୋସିଆଲ ମିଡିଆ ଉପଯୋଗରେ ଯେଉଁ ମାନେ ଆପତି ଅଭିଯୋଗ ସର୍ବ ସାଧାରଣ ସାମନାକୁ
ଆଣୁଛନ୍ତି ଏହାକୁ ଅଭିଯୋଗ ଭାବେ ଗ୍ରହଣ କରି ପୀଡିତକୁ ନ୍ୟାୟ ଦେବାର ବ୍ୟବସ୍ଥା କରିବାର ସମୟ ଉପନୀତ ହେଲାଣି ବୋଲି ଶ୍ରୀ ପ୍ରଧାନ ମତ ରଖି କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶରେ ଯେଉଁ ସାମାଜିକ ବ୍ୟବସ୍ଥା ତିଆରି ହୋଇଛି ଲୋକ ମାନେ ମୁଖର ହୋଇ ଜନ ସମସ୍ୟାକୁ ଆଗକୁ ଆଣିବେ । ଏପରି ପରିସ୍ଥିତିରେ ଆମର ନ୍ୟାୟ ବ୍ୟବସ୍ଥା ଦେଶର ବଦଳୁଥିବା ପରିସ୍ଥିତି ଓ ଜ୍ଞାନ କୌଶଳର ବ୍ୟବହାର ଆଧାରରେ ମାମଲାକୁ ଗ୍ରହଣ କରି ନ୍ୟାୟ ଦେବା ପାଇଁ ଆଗେଇ ଆସିବା ପାଇଁ ରାସ୍ତା
ବାହାର କରିବା ଅତ୍ୟନ୍ତ ଜରୁରୀ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Share in top social networks!