ଓଡିଶାକୁ ଉନ୍ନତ ବ୍ୟବସାୟିକ ବାତାବରଣ ସହ ଓଡିଆ ଯୁବ ଶକ୍ତିକୁ ଉଦ୍ୟମୀ କରାଇବା ପାଇଁ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

20170806184918_5G1A1092ରାଷ୍ଟ୍ରୀୟ ଚାଟାର୍ଡ ଏକାଉଂଟାଂଟ ସମ୍ମିଳନୀର ଉଦଯାପନୀ ଉତ୍ସବରେ ଯୋଗ ଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚାର୍ଟାର୍ଡ ଏକାଉଂଟାଂଟ ମାନେ ଜିଏସଟି, ବିମୁଦ୍ରୀକରଣ ଓ ଆର୍ଥିକ ବିଷୟର ତର୍ଜମା ସହ ଓଡିଶାରେ ଏକ ଉନ୍ନତ ବ୍ୟବସାୟିକ ବାତାବରଣ ସୃଷ୍ଟି ମାଧ୍ୟମରେ ଓଡିଶାର ଯୁବ ଶକ୍ତିକୁ ଉଦ୍ୟମୀ କରାଇବା ପାଇଁ ଏକ ଗୁରୁତ୍ୱପୂର୍ଣ ଭୂମିକା ନେବା ପାଇଁ ଆହ୍ୱାନ ଜଣାଇଛନ୍ତି ।

ରବିବାର ଦିନ ଭୁବନେଶ୍ୱର ଠାରେ ଅନୁÂିତ ଏହି ରାଷ୍ଟ୍ରୀୟ ସମ୍ମିଳନୀରେ ଓଡିଶାର ବ୍ୟବସାୟ କ୍ଷେତ୍ରରେ ଅତୀତର ଐତିହାସିକ ସଫଳତା, ବର୍ତମାନର ସାରା ଦେଶରେ ଓଡିଶା ପାଖରେ ଅଧିକ ସୁବିଧା ସୁଯୋଗ ସତ୍ୱେ ଓଡିଶା କାହିଁକି ଯେଉଁଠାରେ ପହଂଚିବା କଥା ପହଂଚି ପାରି ନାହିଁ, ଏହାର ମିସିଙ୍ଗ ଲିଙ୍କ କେଉଁଠି ଅଛି ତାହା ଖୋଜି
ବାହାର କରିବାକୁ ଚାର୍ଟାର୍ଡ ଆକାଉଂଟାଂଟ କମ୍ୟୁନିଟିକୁ ଶ୍ରୀ ପ୍ରଧାନ ଆହ୍ୱାନ ଜଣାଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶା ପାଖରେ ୪୫୦ କିମିର ସୁଦୀର୍ଘ ବେଳାଭୂମି ରହିଛି । ଯେ କୌଣସି ଧାତୁ କୁହନ୍ତୁ ଲୁହାପଥର, ଆଲୁମନିୟମ, ନିକେଲ, ମାଙ୍ଗାନିଜ, ଡୋଲାମାଇଟ, କୋଇଲା, ସବୁ ରାଜ୍ୟରେ ଉପଲବ୍ଧ ରହିଛି ।
ଓଡିଶାରେ ଦେଶର ସବୁଠୁ କମ ମୂଲ୍ୟରେ ବିଜୁଳି ଉପଲବ୍ଧ କରା ଯାଇ ପାରିବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ସବୁ ବେସାମରିକ ବିମାନ ଚଳାଉଥିବା କମ୍ପାନୀ ମାନଙ୍କ ପାଖରେ ୫ ଶହ ଟି ଏୟାରକ୍ରାଫ୍ଟ ଅଛି । ଏହି କମ୍ପାନୀ ମାନେ ଆଉ ୮ ଶହଟି ଏୟାର କ୍ରାଫ୍ଟ ପାଇଁ କ୍ରୟ କରିବା ପାଇଁ ବ୍ୟବସ୍ଥା ତିଆରି କରି ସାରିଛନ୍ତି । ନିକଟ ଅତୀତରେ ବେସମାରିକ ଜାହାଜ ଚଳାଚଳ ସଚିବଙ୍କ ସହ କଥା ହେବା ପ୍ରସଙ୍ଗକୁ ଉଲ୍ଲେଖ
କରି କହିଛନ୍ତି ଯେ ଓଡିଶାର ପାରାଦୀପ, ଧାମରା ବା ଅସ୍ତରଙ୍ଗ ଠାରେ ଏହି ଶିଳ୍ପ କାହିଁକି ପ୍ରତିÂା କରାଯାଇ ପାରିବ ନାହିଁ । ଅସ୍ତରଙ୍ଗ ପାଖରେ ଓଡିଆ ଜାତି କୋଣାର୍କ ଗଢିଥିଲା । ଏବେ ଶସ୍ତା ଆଲୁମିନିୟମ, ଇସ୍ପାତ ଓ ବିଜୁଳି ଥିବା କାରଣରୁ ଏହି ଶିଳ୍ପ ପାଇଁ ଓଡିଶା ହିଁ ଦେଶର ପ୍ରକୃଷ୍ଟ ସ୍ଥାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରେ ଔଦ୍ୟଗିକ ଓ ବ୍ୟବସାୟିକ ବିକାଶ ପାଇଁ ଅପାର ସମ୍ଭାବନା ରହିଛି । ଓଡିଆ ଲୋକ ମାନଙ୍କ ମନରେ ସ୍ୱପ୍ନକୁ ହିଁ ଜଗାଇବା ହିଁ ଓଡିଶାର ବିକାଶର ଚାବିକାଠି ହୋଇ ପାରିବ । ଦେଶର ପ୍ରଧାନମନ୍ତ୍ରୀ ନୂଆ ଭାରତର ପରିକଳ୍ପନା କରୁଛନ୍ତି । ନୂଆ ଓଡିଶା ବିନା ନୂଆ ଭାରତର ପରିକଳ୍ପନା ଅସମ୍ଭବ । ଚାର୍ଟାର୍ଡ ଆକାଉଂଟାଂଟ ମାନଙ୍କୁ ଆହ୍ୱାନ ଜଣାଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶ ଓ ବିଶ୍ୱ ପାଇଁ ବିକାଶର ନୂଆ ମଡେଲ ଓଡିଶାରୁ ସୃଷ୍ଟି ହୋଇ ପାରିବ ଓ ଏହା ଓଡିଶା ମଡେଲ ନାଁରେ ବିଶ୍ୱରେ ପ୍ରସିଦ୍ଧ ହେବ । ଓଡିଶାରେ ଚାର୍ଟାର୍ଡ ଆକାଉଂଟାଂଟ ମାନେ ବସି ସିଙ୍ଗାପୁର, ନ୍ୟୁୟର୍କ ଷ୍ଟକ ଏକ୍ସଚେଂଜ ସହ କାମ କରିବା ସହ
ମର୍ଜର ଓ ଆକ୍ୟୁଜିସନର କ୍ରିୟାନ୍ୱୟନ ଓଡିଶାରୁ ହେବ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଭୁବନେଶ୍ୱର ପୂର୍ବ ଭାରତର ବଡ ଶିକ୍ଷା କ୍ଷେତ୍ର ପେଣ୍ଠ ସ୍ଥଳୀ ହୋଇଛି । ଆଇଆଇଟି
ସମେତ ୬ଟି ରାଷ୍ଟ୍ରୀୟ ଶିକ୍ଷାନୁÂାନ ସହ ଉଚ୍ଚ ମାନର ବେସରକାରୀ ଶିକ୍ଷାୟତନ ଭୁବନେଶ୍ୱରରେ ରହିଛି । ଓଡିଆ ଯୁବକକୁ ଉଦ୍ୟମୀ କରି ଓଡିଶାକୁ ବ୍ୟବସାୟିକ ପେଣ୍ଠ ସ୍ଥଳୀରେ ପରିଣତ କରିବା ପାଇଁ ଚାର୍ଟାର୍ଡ ଆକାଉଂଟାଂଟ ମାନେ ବ୍ୟବସାୟିକ ଇକୋ ସିଷ୍ଟମ ବିକଶିତ କରିବାରେ ଗୁରୁତ୍ୱପୂର୍ଣ ଭୂମିକା ନେଇ ପାରିବେ ବୋଲି ସେ ଆଶା
ବ୍ୟକ୍ତ କରିଛନ୍ତି ।

Share in top social networks!