ସ୍ୱାଇନ୍ ଫ୍ଲୁ ( ଏଚ୍୧ଏନ୍୧ ) ପ୍ରତି ସତର୍କ ଦୃଷ୍ଟି ରଖାଯାଇଛି ମେଡିକାଲ କଲେଜ , କ୍ୟାପିଟାଲ ହସପିଟାଲ ସମେତ ସବୁ ଡାକ୍ତରଖାନକୁ ଗାଇଡଲାଇନ ଏବଂ ନିଦେ୍ର୍ଧଶନାମା ପଠାଯାଇଛି ; ୨୪ ଜଣ ଆକ୍ରାନ୍ତ – ଜଣଙ୍କର ମୃତ୍ୟୁ

ରାଜ୍ୟରେ ସ୍ୱାଇନ୍ ଫ୍ଲୁ (ଏଚ୍୧ଏନ୍୧) ପରିସ୍ଥିତି ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି । ଚଳିତ ବର୍ଷ ସ୍ୱାଇନ୍ ଫ୍ଲୁ ରେ ଗତକାଲି ସୁଦ୍ଧା ମୋଟ ୨୪ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହା ଏକ ଋତୁକାଳୀନ ସର୍ଦ୍ଧି ଓ ଦେହପୀଡା କରୁଥିବା ରୋଗ । ଏହାକୁ ମୁକାବିଲା କରିବା ନିମନ୍ତେ ସ୍ୱାସ୍ଥ୍ୟବିଭାଗ ତରଫରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ଏ ନେଇ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟ ଗୁଡିକୁ ଆବଶ୍ୟକୀୟ ଗାଇଡଲାଇନ୍ ଓ ନିଦେ୍ର୍ଧଶନାମା ପଠାଯାଇଛି । ସମନ୍ୱିତ ରୋଗ ସର୍ବେକ୍ଷଣ ସେଲ୍ ତରଫରୁ ସର୍ବେକ୍ଷଣ ବ୍ୟବସ୍ଥାକୁ ସୁଦୃଢ କରାଯାଇ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇଛି । ୧୬ ଜଣ ଚିକିତ୍ସାଧୀନ ଅଛନ୍ତି ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ଆଜି ଏକ ଘରୋଇ ହସପିଟାଲରେ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଜଣାପଡିଛି ।
ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ମେଡିକାଲ କଲେଜ ଓ ହସପିଟାଲ ସମେତ କ୍ୟାପିଟାଲ ହସପିଟାଲ ଏବଂ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ମାନଙ୍କରେ ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ସବୁ ସ୍ୱାସ୍ଥ୍ୟ ଅନୁÂାନମାନଙ୍କରେ ଯଥେଷ୍ଟ ପରିମାଣର ଆବଶ୍ୟକୀୟ ଔଷଧ ଆଦି ମହଜୁଦ ରଖାଯାଇଛି । ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ମନ୍ତ୍ରୀ ଶ୍ରୀ ଜେନା ନିଦେ୍ର୍ଧଶ ଦେଇଛନ୍ତି । ନିୟମିତ ଭାବେ ସ୍ୱାଇନ୍ ଫ୍ଲୁ ସ୍ଥିତି ସଂପର୍କରେ ସମୀକ୍ଷା କରାଯିବ ।
ଜନସାଧାରଣ ସତର୍କ ରହିଲେ ଏଥିରୁ ଆକ୍ରାନ୍ର ହେବାରୁ ରକ୍ଷା ପାଇପାରିବେ । ଏ ନେଇ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ଏହି ସମୟରେ କଣ କରିବା ଏବଂ କଣ ନକରିବା ନେଇ ବିଭିନ୍ନ ଗଣମାଧ୍ୟମରେ ଜନସାଧାରଙ୍କ ଅବଗତି ପାଇଁ ସୂଚନା ପ୍ରଦାନ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଏ ପର୍ଯ୍ୟନ୍ତ ଦେଶରେ ପ୍ରାୟ ୧୨୫୦୦ ଜଣ ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ବେଳେ ମହାରଷ୍ଟ୍ରରେ ୨୩୨୪ , ତାମିଲନାଡୁରେ ୨୮୯୬ , କର୍ଣ୍ଣାଟକରେ ୨୩୭୭ , ଗୁଜୁରାଟରେ ୨୮୯ , ରାଜସ୍ଥାନରେ ୪୦୭ , କେରଳରେ ୧୧୨୭ ଏବଂ ତେଲେଙ୍ଗାନାରେ ୧୪୪୩ ଜଣ ଆକ୍ରାନ୍ତ ହୋଇଛନ୍ତି । ତେବେ ଆମ ରାଜ୍ୟରେ ୧୮ ଜଣ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ସ୍ୱାବ୍ ପରୀକ୍ଷା ଓ ଚିକିତ୍ସା ସମସ୍ତ ସରକାରୀ ଡାକ୍ତରଖାନା ମାନଙ୍କରେ ମାଗଣାରେ କରିବାର ବ୍ୟବସ୍ଥା କରାଯାଇ ସଜାଗ ରହିବାକୁ ନିଦେ୍ର୍ଧଶ ଦିଆଯାଇଛି । ତେବ ଆତଙ୍କିତ ହେବାର କୌଣସି କାରଣ ନୀହିଁ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି ।
ସଚିବାଳୟ ଠାରେ ଅନୁÂିତ ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଧା , ରାଜ୍ୟ ମେଡିକାଲ ନିଗମ ଏମ୍.ଡି ଆର୍.ପି.ସିଂହ , ଡିଏମ୍ଇଟି ପ୍ରଫେସର ଡାଃ ପ୍ରକାଶ ମହାପାତ୍ର , ସ୍ୱାସ୍ଥ୍ୟସେବା ନିଦେ୍ର୍ଧଶକ ଡାଃ କୈଳାଶ ଚନ୍ଦ୍ର ଦାଶ , ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ଡାଃ ଜେ.କେ.ତ୍ରିପାଠୀ , ଆର୍.ଏମ୍.ଆର୍.ସି ନିଦେ୍ର୍ଧଶକ ଡାଃ ସଂଘମିତ୍ରା ପତି , ଏସ୍.ସି.ବି ଅଧ୍ୟ ପ୍ରଫେସର ଡାଃ ଶାମା କାନୁନଗୋ , ନୋଡାଲ ଅଫିସର ପ୍ରଫେସର ମନୋରଞ୍ଜନ ପଟ୍ଟନାୟକ , ଯୁଗ୍ମ ନିଦେ୍ର୍ଧଶକ ( ଜନସ୍ୱାସ୍ଥ୍ୟ ) ଡାଃ ବିକାଶ ପଟ୍ଟନାୟକ ଉପନିଦେ୍ର୍ଧଶକ ଡାଃ ଅର୍ଘ୍ୟ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Share in top social networks!