‘ଟିମ୍ ଯାଯାବର’ର ଶୁଭ ଉଦଘାଟନ – ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ପାଶ୍ୱର୍ରେ ପଟ୍ଟନାୟକିଆ ଛକରେ ପର୍ଯ୍ୟଟକଙ୍କ ନିମନ୍ତେ ବିଶେଷ ସୁବିଧା

Grand Opening of Team Jajabara at Pattanaikia BBSR-Puri NH - Pic 3
ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ଧାମ ପୁରୀକୁ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ବିଶେଷ ଆତିଥ୍ୟତା ପ୍ରଦାନ କରିବା ନିମନ୍ତେ ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଟିମ ଆଡମାର୍କ ଇନ୍ଫ୍ରାକନ୍ର ଯୌଥ ଉଦ୍ୟୋଗରେ ‘ଟିମ୍ ଯାଯାବର’ ପ୍ରକଳ୍ପର ଆଜି ବିଧିବଦ୍ଧ ଭାବେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ କରକମଳରେ ଉଦ୍ଘାଟନ ହୋଇଯାଇଛି । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସତ୍ୟବାଦୀ ବିଧାୟକ ଶ୍ରୀ ଉମା ସାମନ୍ତରାୟ, ବ୍ଲକ ଅଧ୍ୟକ୍ଷ ଶ୍ରୀମତୀ ସସ୍ମିତା ପ୍ରଧାନ, ଭୁବନେଶ୍ୱର ମୁ୍ୟନିସିପାଲ କର୍ପୋରେସନ ମେୟର ଶ୍ରୀ ଅନନ୍ତ ନାରାୟଣ ଜେନା, ଶ୍ରୀ ପଂଚାନନ କାନୁନଗୋ ପ୍ରମୁଖ ଉପସ୍ଥିତ ଥିଲେ ।
ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ପାଶ୍ୱର୍ରେ ସାକ୍ଷୀଗୋପାଳ ନିକଟସ୍ଥ ପଟ୍ଟନାୟକିଆ ଛକରେ ପର୍ଯ୍ୟଟକଙ୍କ ନିମନ୍ତେ ବିଶେଷ ସୁବିଧା ଯୋଗାଇ ଦେବା ପାଇଁ ଏହି ପ୍ରକଳ୍ପ ପିପିପି ମୋଡ୍ରେ କାର୍ଯ୍ୟକାରୀ ହେବ । ଘରୋଇ ସଂସ୍ଥା ‘ଟିମ ଆଡମାର୍କ ଇନ୍ଫ୍ରାକନ୍’ ଏହାର ପରିଚାଳନା ଦାୟିତ୍ୱ ନେଇଛି । ଏହି ପ୍ରକଳ୍ପକୁ ନବୀକରଣ କରାଯିବା ସହ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ରଖାଯାଇ ‘ଟିମ୍ ଯାଯାବର’ ନାମରେ ଏହା ପର୍ଯ୍ୟଟକଙ୍କ ନିମନ୍ତେ ଉପଲବ୍ଧ କରାଯାଇଛି ।
ଏହି ପ୍ରକଳ୍ପଟି ନିଶ୍ଚିତ ଭାବେ ପୁରୀ ଯାଉଥିବା ପର୍ଯ୍ୟଟକ ତଥା ସ୍ଥାନୀୟ ଯାତ୍ରୀଙ୍କ ପାଇଁ ବେଶ୍ ଉପାଦେୟ ହେବ ବୋଲି ଉଭୟ ମନ୍ତ୍ରୀ ଆଶାପ୍ରକଟ କରିଥିଲେ । ‘ଟିମ୍ ଯାଯାବର’ ର ଶୁଭ ଉଦଘାଟନୀ ଅବସରରେ ‘ଟିମ ଆଡମାର୍କ ଇନ୍ଫ୍ରାକନ୍’ର ଅଧ୍ୟକ୍ଷ ଶ୍ରୀ ନିଶିକାନ୍ତ ମିଶ୍ର କହିଥିଲେ, ରାଜ୍ୟ ଭିତରୁ ଏବଂ ବାହାରର ପର୍ଯ୍ୟଟକମାନଙ୍କୁ ଜାତୀୟ ରାଜପଥ ପାଶ୍ୱର୍ରେ ଅତ୍ୟାଧୁନିକ ପରିବେଶରେ ଭିନ୍ନ ଅନୁଭବ ଦେବା ପାଇଁ ଟିମ୍ ଯାଯାବରରେ ସମସ୍ତ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର-ପୁରୀ ଯାଉଥିବା ପର୍ଯ୍ୟଟକମାନେ ନିଶ୍ଚିତ ଭାବେ ଏହା ଦ୍ୱାରା ଉପକୃତ ହୋଇପାରିବେ । ଏହା ବାଦ୍ ବର୍ତମାନ ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାର କରି ସହର ଠାରୁ କିଛି ଦୂରରେ ନିରୋଳାରେ ସମୟ କାଟିବାକୁ ଚାହୁଁଥିବା ଲୋକଙ୍କ ପାଇଁ ‘ଟିମ୍ ଯାଯାବର’ ନିଶ୍ଚିତ ଏକ ଉକôୃଷ୍ଟ ସ୍ଥାନ ହୋଇପାରିବ ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିଛନ୍ତି । ଓଡିଶାର ଏହା ପ୍ରଥମ ୱେ ସାଇଡ୍ ଏକ୍ସକ୍ଲୁସିଭ୍ ଆମେନିଟି ସେଂଟର ହୋଇଥିବାରୁ ଏହାର ସୁପରିଚାଳନା ପାଇଁ ପର୍ଯ୍ୟଟକ ଓ ଜନସାଧାରଣ ସହଯୋଗ କରିବାକୁ ସେ ନିବେଦନ କରିଥିଲେ ।
‘ଟିମ୍ ଯାଯାବର’ ପରିସରରେ ପ୍ରଥମ ପର୍ଯ୍ୟାୟରେ ଦୁଇଟି ଶୀତତାପ ନିୟନ୍ତ୍ରିତ ରେସ୍ତୋରାଁ (ଗୋଟିଏ ମଲ୍ଟିକୁଜିନ ଓ ଅନ୍ୟଟି ନିରାମିଷ ଓଡିଆ ଖାଦ୍ୟ), ସ୍ନାକ୍ସ କାଉଂଟର ଏବଂ ଟୁରିଷ୍ଟ ସେଲିବ୍ରେସନ୍ ସେଂଟର ଖୋଲିଛି । ପରବର୍ତୀ ସମୟରେ ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମ ଗୃହ, କନଭେନସନ ହଲ, ସୁଇମିଂ ପୁଲ୍, ଚିଲଡ୍ରେନ୍ ସେଂଟର, ହସ୍ତଶିଳ୍ପ ଷ୍ଟୋର ଖୋଲିବାର ଯୋଜନା ରହିଛି ।

Share in top social networks!