ଯାଜପୁର ଜିଲ୍ଲା ସୋଲାର ପଂଚାୟତରେ ମୋ ବୁଥ ସବୁଠୁ ମଜବୂତ କାର୍ଯ୍ୟକ୍ରମ ବିଜେଡି ଓ ନବୀନ ପଟ୍ଟନାୟକଙ୍କର ଦୁର୍ନୀତି ଓ ବେହିସାବୀ ଟଙ୍କାର ଗୁମର ଫିଟୁଛି – ଧର୍ମେନ୍ଦ୍ର ପ୍ରଧାନ

• ମୁମ୍ବାଇରୁ ବିଜେଡି ବ୍ୟାଙ୍କ ଖାତାକୁ ଶହ ଶହ କୋଟି ଟଙ୍କାର ବେନାମୀ ଟଙ୍କା ଆସିଛି
• ରାଜ୍ୟରେ ବିଜେଡିର ପାପ ସରକାରର ପରିବର୍ତନ ହିଁ ସମସ୍ୟାର ସମାଧାନ
• ମୋଦିଙ୍କ ନେତୃତ୍ୱରେ ବିକଳ୍ପ ସରକାର ପାଇଁ ସମର୍ଥନ ପାଇଁ ଆହ୍ୱାନ

5G1A0457
ବିଜେଡି ଓ ନବୀନ ପଟ୍ଟନାୟକଙ୍କର ଦୁର୍ନୀତି ଓ ବେହିସାବୀ ଟଙ୍କାର ଗୁମର ଫିଟିବା କାରଣରୁ ନବୀନ ପଟ୍ଟନାୟକ ତାଙ୍କ ବିରୁଦ୍ଧରେ ବିଜେପି ଷଡଯନ୍ତ୍ର କରୁଛି ବୋଲି କହି
ନାଟକ କରୁଛନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି ।
ଯାଜପୁର ଜିଲ୍ଲା ବଡଚଣା ବ୍ଲକର ସୋଲାର ପଂଚାୟତରେ ମୋ ବୁଥ ସବୁଠୁ ମଜବୂତ କାର୍ଯ୍ୟକ୍ରମରେ
ସମବେତ ଗ୍ରାମବାସୀଙ୍କୁ ଉଦବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରେ ଯେଉଁଠିକି ବି ସେ
ଯାଉଛନ୍ତି ଲୋକ ମାନେ ନବୀନ ପଟ୍ଟନାୟକ ସରକାର ଦୁର୍ନୀତିରେ ବୁଡି ରହିଛି ବୋଲି ଅଭିଯୋଗ
କରୁଛନ୍ତି ।
ନବୀନ ପଟ୍ଟନାୟକଙ୍କର ନିର୍ବାଚନ କମିଶନଙ୍କ ସାମନାରେ ସତ୍ୟ ପାଠରେ ଅର୍ଥ ଖର୍ଚ ଓ ବିଜେଡି
ବ୍ୟାଙ୍କ ଖାତାକୁ ବିଭିନ୍ନ ବେନାମୀ ସୂତ୍ରରୁ ଆସିଥିବା ଶହ ଶହ କୋଟି ଟଙ୍କା ନବୀନ ପଟ୍ଟନାୟକ ଓ
ବିଜେଡିର ଅସଲ ମୁଖାକୁ ଜନ ସାଧାରଣଙ୍କ ସାମନାରେ ଖୋଲି ଦେଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ନବୀନ ପଟ୍ଟନାୟକ ବିଜେଡିର ପ୍ରାର୍ଥୀ, ଖୋଦ ନବୀନ ପଟ୍ଟନାୟକ ଦଳର
ସଭାପତି । ବ୍ୟାଙ୍କ ଖାତା ତାଙ୍କ ଦଳର । ବ୍ୟାଙ୍କ ଖାତାରୁ ନିର୍ବାଚନ ଖର୍ଚ ପାଇଁ ନବୀନ ପଟ୍ଟନାୟକଙ୍କ
ପାଖକୁ ଅର୍ଥ ଆସିଛି । ଯଦି ନିର୍ବାଚନ କମିଶନଙ୍କୁ ହିସାବ ଦେଲା ବେଳେ ନବୀନ ପଟ୍ଟନାୟକ ଗୋଟିଏ
କଥା ଓ ଦଳ ଆଉ ଗୋଟିଏ କଥା କହୁଛି ଏହି ଅଭିଯୋଗକୁ ନେଇ ବିଜେଡିକୁ ସମାଲୋଚନା କରି
ବିଜେପି କଣ ଭୁଲ କରିଛି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।
ବିଜେଡି ବ୍ୟାଙ୍କ ଖାତାରେ ବଡଚଣା ବା ଯାଜପୁର ଜିଲ୍ଲାର ଲୋକ ପଇସା ଜମା କରି ନାହାନ୍ତି ।
ମୁମ୍ବାଇରୁ ଶହ ଶହ କୋଟି ବେନାମୀ ଟଙ୍କା ଜମା ହୋଇଛି । ଏହି ଟଙ୍କା ରାଜ୍ୟର ଲକ୍ଷ ଲକ୍ଷ ଗରୀବ
ଚିଟଫଣ୍ଡ ଜମାକାରୀଙ୍କ ଅର୍ଥ ନା ନାହିଁ ଏହା ଉପରେ ପ୍ରଶ୍ନ ପଚାରିବା ଓ ବିଜେଡିକୁ ସମାଲୋଚନା
କରିବା ଷଡଯନ୍ତ୍ର କି ବୋଲି ଶ୍ରୀ ପ୍ରଧାନ ନବୀନ ପଟ୍ଟନାୟକଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି ।
ନିର୍ବାଚନ ଖର୍ଚ ଓ ବିଜେଡି ପାର୍ଟିକୁ ନେଇ ଯଦି କିଏ କୋର୍ଟକୁ ଗଲା ଓ ସାମ୍ବାଦିକ ମାନେ ପ୍ରଶ୍ନ କଲେ
ସେମାନେ କଣ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରୁଛନ୍ତି ବୋଲି କହିବା ଠିକ ହେବ
ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ୬ ମାସ ପୂର୍ବରୁ ଅପପୁଷ୍ଟି କାରଣରୁ ନଗଡାରେ ଶିଶୁ ମଡକ ହେଲା । ଗତ
କିଛି ଦିନ ତଳେ ମାନସୀ ନାମକ ଛୋଟ ଝିଅଟିକୁ ଜୀବନ ଯଦି ବଂଚା ଯାଇ ପାରିଲା ନାହିଁ ନଗଡାର
ବିକାଶ ହେଲା ନାହିଁ ଏହାକୁ ସମାଲୋଚନା କରିବା ଷଡଯନ୍ତ୍ର କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଦୁର୍ନୀତି ହେଉ ବା ବିକାଶର ସମସ୍ୟା ବିଜେଡିର ପାପ ସରକାରର
ପରିବର୍ତନ ହିଁ ସମସ୍ୟାର ସମାଧାନ । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ଓଡିଶାରେ ପରିବର୍ତନ
ଆଣିବାକୁ ଚେଷ୍ଟା କରୁଥିବାରୁ ବିଜେପିକୁ ସମର୍ଥନ କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ ଜଣାଇଛନ୍ତି ।
ମୋ ବୁଥ ସବୁଠୁ ମଜବୂତ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ସୋଲାର ପଂଚାୟତରେ ଘରକୁ ଘର ବୁଲି
ମୋଦିଙ୍କର ବିକାଶ ବାର୍ତାକୁ ପ୍ରଚାର କରିଥିଲେ । ଗାଁରେ ଲୋକ ମାନେ ଦାଣ୍ଡକୁ ବାହାରି ଶ୍ରୀ ପ୍ରଧାନକୁ
ସ୍ୱାଗତ ସମ୍ବର୍ଧନା ଜଣାଇଥିଲେ ।

Share in top social networks!