ଯାଜପୁର ଜିଲ୍ଲାର ବନ୍ୟାଂଚଳ ବୁଲି ଦେଖିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

• ଖାଦ୍ୟ ସହ ଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଦେଲେ ପରାମର୍ଶ
• ବନ୍ୟା ନିୟନ୍ତ୍ରଣ ସହ ତୁରନ୍ତ ଜୀବନ ଯାତ୍ରା ସ୍ୱାଭାବିକ ହେବ ବୋଲି ଆଶା ପ୍ରକାଶ କଲେ
five

ଯାଜପୁର ଜିଲ୍ଲା ଗସ୍ତରେ ଥିବା କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ
ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜିଲ୍ଲାର ବନ୍ୟା ପ୍ରଭାବିତ ଅଂଚଳ ଗସ୍ତ କରି ଲୋକଙ୍କର ସୁଖ ଦୁଖ
ବୁଝିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବ୍ରାହ୍ମଣୀ ନଦୀରେ ବନ୍ୟା କାରଣରୁ
ବରୀ ଅଂଚଳର ୧୭ଟି ପଂଚାୟତ ଜଳମଗ୍ନ ହୋଇଛି । କୁବେରପାଳ ପଂଚାୟତ ସର୍ବାଧିକ କ୍ଷତିଗ୍ରସ୍ତ
ହୋଇଛି । ବିଭିନ୍ନ ପଡା, ସାହି, ଗ୍ରାମ ମୂଳ ରାସ୍ତାରୁ ବିଛିନ୍ନ ହୋଇ ଯାଇଛି । ଏପରି ପରିସ୍ଥିତିରେ
ଲୋକ ମାନଙ୍କ ପାଖରେ ରିଲିଫ ପହଂଚାଇବା ପ୍ରାଥମିକତା । ସ୍ଥାନୀୟ ପ୍ରଶାସନ ଲୋକଙ୍କ ପାଖରେ
ସାହାଯ୍ୟ ପହଂଚାଇବା ପାଇଁ ଚେଷ୍ଟା କରୁଛି । ଇତି ମଧ୍ୟରେ ବନ୍ଧ ଭାଙ୍ଗିବାର ୨୪ ଘଂଟା ବିତି
ସାରିଲାଣି । କେଉଁ ପରିସ୍ଥିତିରେ ଓ କାହିଁକି ବନ୍ଧ ଭାଙ୍ଗିଲା ତାହା ପରବର୍ତୀ ସମୟରେ ଜଣା ପଡିବ
କିନ୍ତୁ ଏବେ ଲୋକଙ୍କ ପାଖରେ ଯୁଦ୍ଧକାଳୀନ ଭିତିରେ ରିଲିଫ ପହଂଚାଇବାର ଆବଶ୍ୟକତା ରହିଛି
ବୋଲି ବନ୍ୟାଂଚଳ ବୁଲିବା ପରେ ଶ୍ରୀ ପ୍ରଧାନ କହିଛନ୍ତି ।
ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ସହ କଥା ହେବା ବେଳେ ବନ୍ୟା ସହ ବିଭିନ୍ନ ରୋଗ
ବ୍ୟାପିବାର ସମ୍ଭାବନା ଥିବାରୁ ଆଗୁଆ ପଦକ୍ଷେପ ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି । ଖାଦ୍ୟ ସହ
ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱ ଆରୋପ କରିଛନ୍ତି ।
ବନ୍ୟା ପରିସ୍ଥିତି ତୁରନ୍ତ ନିୟନ୍ତ୍ରଣକୁ ଆସିବା ସହ ଜୀବନ ଯାତ୍ରା ସ୍ୱାଭବିକ ହେବ ବୋଲି ଶ୍ରୀ ପ୍ରଧାନ
ଆଶା ପ୍ରକାଶ କରିଛନ୍ତି ।

Share in top social networks!