ଭୁବନେଶ୍ୱର ସାହିତ୍ୟ ସମାଜ ଅଧ#ବେଶନ; ଜନଜାତିଙ୍କ ଭାଷା ଓ ସାହିତ୍ୟର ଅଭିନବତ୍ୱ ଓ ବୈଶିଷ୍ଟ୍ୟ ରହିଛି

ଜନଜାତିଙ୍କ ଭାଷା ଓ ସାହିତ୍ୟର ଅଭିନବତ୍ୱ ଓ ବୈଶିଷ୍ଟ୍ୟ ରହିଛିା ସେମାନଙ୍କ କଥ#ତ ସାହିତ୍ୟରେ ବ୍ୟବହୃତ ଶବ୍ଦ ହଜାରହଜାର ବର୍ଷର ସାମୂହିକ ଅବବୋଧକୁ ସଂପ୍ରସାରିତ ହୋଇ ସେମାନଙ୍କ ସାହିତ୍ୟକୁ ସମୃଦ୍ଧ କରିଛିା ପଶୁପକ୍ଷୀଙ୍କଠାରୁ ପ୍ରକୃତିର ଭାଷାକୁ ଆହରଣ କରି ପରିଚଳନ ମାଧ୍ୟମରେ ଜନଜାତିଙ୍କ ସାହିତ୍ୟ ମୂଳସ୍ରୋତ ସାହିତ୍ୟକୁ ପ୍ରଭାବିତ କରିପାରିଛି ବୋଲି ବିଶିଷ୍ଟ ଗବେଷକ, ଅଧ୍ୟାପକ ଡ. କ୍ଷୀରୋଦ ବେହେରା ପ୍ରକାଶ କରିଛନ୍ତିା
ଆଜି ସନ୍ଧ୍ୟାରେ ସ୍ଥାନୀୟ କୃଷକ ସମାଜରେ ଭୁବନେଶ୍ୱର ସାହିତ୍ୟ ସମାଜର ସାରସ୍ୱତ ଅଧ#ବେଶନରେ “ଜନଜାତିଙ୍କ ଭାଷା ଓ ସାହିତ୍ୟ’ ପ୍ରସଙ୍ଗ ଉପରେ ଡ. ବେହେରା କହିଲେ ଯେ ଜନଜାତିଙ୍କୁ ଏବେ ପ୍ରାଚୀନ ଓ ପ୍ରଗତିଶୀଳ ଭାବରେ ଅଭିହିତ କରାଯାଉଛିା ସେମାନଙ୍କ ପ୍ରଗତିଶୀଳ ସାହିତ୍ୟ ବିଭିନ୍ନ ପ୍ରଭାବ ଓ ସାଂସ୍କୃତିକ ସମୀକରଣକୁ ଆଧାର କରି ବଳିଷ୍ଠ ହେଉଥ#ବା ବେଳେ ଜନଜାତିଙ୍କ ସାହିତ୍ୟ ଓ ଭାଷା ଉପରେ ଅଧ#କତର ଗବେଷଣାର ଆବଶ୍ୟକତା ରହିଛିା ପ୍ରଫେସର ଡ. ବସନ୍ତ କୁମାର ପଣ୍ଡା ମଧ୍ୟ ପ୍ରସଙ୍ଗ ଉପରେ ବକ୍ତବ୍ୟ ରଖ#ଥ#ଲୋ
ବୈଠକରେ ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ର ପୌରୋହିତ୍ୟ କରି ଏପରି ଆଲୋଚନାର ପ୍ରାସଙ୍ଗିକତା ଉପରେ ଉଲ୍ଲେଖ କରିଥ#ଲୋ
ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ କବିତା ପାଠୋତ୍ସବରେ ମୀନତି ଦାଶ(ମାନୀ) ଓ ଡ. ସୁକାନ୍ତି ତି୍ରପାଠୀଙ୍କ ସଂଯୋଜନାରେ ରକ୍ଷକ ନାୟକ, ବିଭୂତି ପାଣିଗ୍ରାହୀ, ସୂର୍ଯ୍ୟମଣି ତ୍ରିପାଠୀ, ଶାନ୍ତିଲତା ଦାସ, ହରେକୃଷ୍ଣ ପାତ୍ର, ଡ. ଦେବାଶିଷ ମହାପାତ୍ର, ବିରଞ୍ଚ# ଶତପଥୀ, ଶତ୍ରୁଜିତ୍, ଚକ୍ରଧର ଦାଶ, ଦିଲ୍ଲୀପ କୁମାର ବେହେରା, ସଂଜୟ ପ୍ରସାଦ ରଥ, ନାରାୟଣ ଚୌଧୁରୀ, ଦିଲ୍ଲୀପ କୁମାର ତି୍ରପାଠୀ, ଚିନ୍ମୟ ଆଚାର୍ଯ୍ୟ, ଗଦାଧର ଶତପଥୀ, ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ଖଗେଶ୍ୱର ମହାରଣା, ସଞ୍ଜୁଲତା ମହାନ୍ତି, ସବିତା ଶତପଥୀ, ଭୀକାରୀ ଦଳ, ପି୍ରୟରଞ୍ଜନ ସାହୁ ଓ ବିଜୟ ଲକ୍ଷ୍ମୀ ସାହୁ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥ#ଲୋ
ଶେଷରେ ସଂଜୟ ପ୍ରସାଦ ରଥ ଧନ୍ୟବାଦ ଅର୍ପଣ କରିଥ#ଲୋ ଏହି ସଭାରେ ବିଶିଷ୍ଟ ଭାଷାବିତ୍, ସମାଲୋଚକ, ସାହିତି୍ୟକ ପ୍ରଫେସର ଡ. ଖଗେଶ୍ୱର ମହାପାତ୍ର ଓ ପ୍ରଫେସର କୃଷ୍ଣଚରଣ ବେହେରାଙ୍କ ପରଲୋକରେ ଶୋକପ୍ରକଟ କରାଯାଇ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥ#ଲାା

Share in top social networks!
Powered By Indic IME