ରବିବାର ମୋ ବୁଥ ସବୁଠୁ ମଜବୁତ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

20374516_1434752383275003_823934098738113148_nରବିବାର ଦିନ ଦିନିକିଆ ଓଡିଶା ଗସ୍ତରେ ଆସୁଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯାଜପୁର ଜିଲ୍ଲାରେ ମୋ ବୁଥ ସବୁଠୁ ମଜବୂତ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
ଶ୍ରୀ ମହାପାତ୍ର କହିଛନ୍ତି ଯେ ଯାଜପୁର ଜିଲ୍ଲାର ବଡଚଣା ବ୍ଲକ ଅନ୍ତର୍ଗତ ସୋଲାର ଗ୍ରାମ ପଂଚାୟତରେ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଯୋଗ ଦେବେ । ଗ୍ରାମବାସୀଙ୍କ ସହ ସେଠାରେ ଚାଲିଥିବା ବିକାଶ କାମ ଓ କେନ୍ଦ୍ର ଗରୀବ କଲ୍ୟାଣ ଯୋଜନାରେ ସେମାନେ କେମିତି ଲାଭ ପାଉଛନ୍ତି ସେ ସମ୍ବନ୍ଧରେ ସମୀକ୍ଷା କରିବେ ।
ଶ୍ରୀ ପ୍ରଧାନ ବିଜେପି ଓ ମୋଦି ସରକାର ସମ୍ପର୍କରେ ବୁଝାଇବା ପାଇଁ କିଛି ପରିବାରକୁ ଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Share in top social networks!