ଅନୁଗୋଳ ବସ୍ ଟର୍ମିନାଲର ଉନ୍ନତିକରଣ କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ ହେବ : ବାଣିଜ୍ୟ ଓ ପରିବହନ ମନ୍ତ୍ରୀ

ବାଣିଜ୍ୟ ଓ ପରିବହନ ବିଭାଗ ଅଧୀନରେ ଥ#ବା ରାଜ୍ୟର ୨୨ଟି ବସଷ୍ଟାଣ୍ଡର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚକ୍ଷମତାସଂପନ୍ନ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥ#ବା ବେଳେ ପିପିପି ମୋଡ୍ରେ ଉନ୍ନତିକରଣ ତଥା ଆଧୁନିକୀକରଣ ହେବାକୁ ଥ#ବା ଅନୁଗୋଳ ବସଷ୍ଟାଣ୍ଡ କାର୍ଯ୍ୟକାରିତାର ଅଗ୍ରଗତି ସଂପର୍କରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡ. ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ସଚିବାଳୟଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିା
ବାଣିଜ୍ୟ ଓ ପରିବହନ ବିଭାଗ ଓ ତାମଡା(TଅMଅଉଅ) ପକ୍ଷରୁ ଅନୁଗୋଳ ବସ୍ ଟର୍ମିନାଲର ଉନ୍ନତିକରଣ କାର୍ଯ୍ୟ ମିଲନ୍ ଡେଭଲପର୍ସ ଓ ବିଲଡିଂ ପ୍ରାଇଭେଟ୍ ଲିଃକୁ ଏହି ଦାୟିତ୍ୱ ଅର୍ପଣ କରାଯାଇଥ#ଲାା ପ୍ରାୟ ୫.୮୩ ଏକର ଜମି ଉପରେ ପ୍ରସ୍ତାବିତ ଏହି ବସ୍ଷ୍ଯାଣ୍ଡରେ ୩.୮୯ ଏକର ବାଣିଜି୍ୟକ କମ୍ପ୍ଲେକ୍ସ ନିର୍ମାଣ ହେବାର ଯୋଜନା ରହିଛିା ସମୁଦାୟ ୯.୭୨ ଏକର ଜମି ଉପରେ ଏହି ବସ୍ ଟର୍ମିନାଲ ନିର୍ମିତ ହେବା ୨୦୧୮ ମସିହା ଡିସେମ୍ବର ମାସ ସୁଦ୍ଧା ଏହି ଟର୍ମିନାଲ କାର୍ଯ୍ୟ ସଂପୂର୍ଣ୍ଣ ହେବା
ଏହି ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ ରସ୍ତୋଗୀ ରେଲ୍ କୋର୍ଡିନେସନ୍ ସ୍ୱତନ୍ତ୍ର ସଚିବ ଶ୍ରୀ ମନୋଜ ମିଶ୍ର, ଅନୁଗୋଳ ଜିଲ୍ଲାପାଳ ଶ୍ରୀ ଅନୀଲ କୁମାର ସାମଲ, ପାଲଲହଡା ବିଧାୟକ ତଥା ଜିଲ୍ଳା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀ ମହେଶ ସାହୁ, ଅନୁଗୋଳ ବିଧାୟକ ଶ୍ରୀ ରଜନୀକାନ୍ତ ସିଂ, ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ ଓ ତାମଡାର ଅଧ୍ୟକ୍ଷ ଶ୍ରୀ ଶକ୍ତି ପ୍ରସାଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥ#ଲୋ

Share in top social networks!