ଲୋକ ଲୋଚନକୁ ଆସିବାର ଦୀର୍ଘ ଦିନ ପରେ ବି ବଦଳିନି ନଗଡାର ଚିତ୍ର: ବିଜେପି ପ୍ରତିନିଧି ମଣ୍ଡଳୀ

• ମାନସୀର ମୃତ୍ୟୁ ଅପପୃଷ୍ଟି ଓ ଅବହେଳା ଜନିତ
• ଶ୍ରୀ ଗମାଙ୍ଗଙ୍କ ନଗଡା ଗସ୍ତକୁ ବିରୋଧ କରି ବିଜେଡି ଆଦିବାସୀ ଓ ଗରୀବ ବିରୋଧୀ ଚରିତ୍ରକୁ ସ୍ପଷ୍ଟ କରିଛି
• ବିଜେଡି ଗଣତନ୍ତ୍ର ଓ ବିକାଶ ଉଭୟର ବିରୋଧୀ
PC_Photo_28 ଯାଜପୁର ଜିଲ୍ଲାର ନଗଡ଼ା ଗ୍ରାମ ପରିଦର୍ଶନରେ ଯାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିÂ ନେତା ଗିରିଧର ଗମାଙ୍ଗଙ୍କ ନେତୃତ୍ୱରେ ଯାଇଥିବା ବିଜେପି ପ୍ରତିନିଧି ମଣ୍ଡଳ ଭୁବନେଶ୍ୱର ଫେରିବା ପରେ ରାଜ୍ୟ ସରକାର ଓ ବିଜୁ ଜନତା ଦଳ ଉପରେ ବର୍ଷିଛନ୍ତି ।
ରାଜ୍ୟ ସରକାରଙ୍କର ସ୍ଥାଣୁତା ଓ ଅପାରଗତା କାରଣରୁ ସରକାରଙ୍କର ମାଳ ମାଳ ଯୋଜନା ସତ୍ୱେ ଶିଳ୍ପ ସମୃଦ୍ଧ ଓ ଖଣିଜ ସମ୍ପଦରେ ଭରପୁର ଯାଜପୁର ଜିଲ୍ଲାରେ ନଗଡା ଭଳି ଗ୍ରାମ ରହିଛି । ଗଣମାଧ୍ୟମ ଯୋଗୁ ଏହି ଗାଁ ଲୋକ ଲୋଚନକୁ ଆସିଲା । ୧୭ ବର୍ଷ ଶାସନ ପରେ ବି ନଗଡାରେ ଅପପୃଷ୍ଟିର ଶୀକାର ହୋଇ ଶିଶୁ ମଡକ ଘଟଣା ସମଗ୍ର ଦେଶରେ ଓଡିଶାର ମାନ ସମ୍ମାନକୁ ଧୁଳିସାତ କଲା । ଏହି ଶିଶୁ ମଡକର ଚେହେରା ସାଜିଥିବା ଦୁଇ ବର୍ଷର ଝିଅ ମାନସୀର ଗତ କିଛି ଦିନ ତଳେ ମୃତ୍ୟୁ ପ୍ରମାଣିତ କରିଛି ରାଜ୍ୟ ସରକାର ନଗଡା ନେଇ ଡିଣ୍ଡିମ ପିଟୁଥିଲେ ମଧ୍ୟ ସରଜମିନ ସ୍ଥିତିରେ ସେମିତି ବଡ ପରିବର୍ତନ ଆସି ନାହିଁ ।
ନଗଡା ଗାଁରେ ଲୋକ ମାନଙ୍କୁ ସିଧା ସାକ୍ଷାତ କରି ସେମାନଙ୍କ ସହିତ ଦୁଃଖ ସୁଖ ହେବା ପାଇଁ ବିଜେପିର ପ୍ରତିନିଧି ମଣ୍ଡଳକୁ ବଳ ପୂର୍ବକ ଅଟକାଇବା ପାଇଁ ବିଜେଡି ଚେଷ୍ଟା କଲା । ବିଜୁ ଜନତା ଦଳ ଗରୀବ ଲୋକଙ୍କର ବିକାଶ କରିବାରେ ବିଫଳ ହୋଇଛି । ଏହି ବିଫଳତା ଲୋକ ଲୋଚନକୁ ନ ଯାଉ ଏଥି ପାଇଁ ବଳ ପ୍ରୟୋଗ କରି ଘଟଣାକୁ ଚପାଇ ଦେଉଛି । ବିକାଶ ଓ ଗଣତନ୍ତ୍ର ଉଭୟର ବିରୋଧୀ ରାଜ୍ୟର ଶାସକ ବିଜେଡି ଦଳ ବୋଲି ବିଜେପି ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି ।
ଶ୍ରୀ ଶର୍ମା କହିଛନ୍ତି ଯେ ଶ୍ରୀ ଗମାଙ୍ଗ ଦେଶର ଆଗ ଧାଡିର ଆଦିବାସୀ ନେତା ଓ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ । ଗଣତନ୍ତ୍ରରେ ବ୍ୟକ୍ତି ସ୍ୱାଧୀନତା ଓ ଅଭିବ୍ୟକ୍ତିର ସ୍ୱାଧୀନତା ଅପରିହାର୍ଯ୍ୟ ଅଙ୍ଗ । ନିଜର ଅପାରଗତାକୁ ଲୁଚାଇବା ପାଇଁ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସମ୍ମାନ ନ ଦେବା ଓ ଦେଶର ଜଣେ ବରିÂ ଆଦିବାସୀ ନେତାଙ୍କୁ ଅପମାନିତ କରିବାକୁ ଚେଷ୍ଟା କରିବା ବିଜେଡିର ଆଦିବାସୀ ଓ ଗରୀବ ବିରୋଧୀ ଚେହେରାକୁ ସ୍ପଷ୍ଟ କରୁଛି ବୋଲି ସେ କହିଛନ୍ତି ।
ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାନେତ୍ରୀ ସୁକେଶୀ ଓରାମ, ପୂୁର୍ବତନ ବିଧାୟକ ମୋହାନ ଚରଣ ମାଝି , ରାଜ୍ୟ ସମ୍ପାଦକ ଶିଶିର ଗମାଙ୍ଗଙ୍କ ଉପସ୍ଥିତ ଥିଲେ ।

Share in top social networks!