ନିର୍ବାଚନ ପାଣ୍ଠି ଅନିୟମିତତା ନେଇ ବିଜେପି ଲୋକଙ୍କୁ ଭୂଆଁ ବୁଲାଉଛି ବିଜେପି ବିନା ଅନୁସନ୍ଧାନରେ ଅଭିଯୋଗ କରୁଛି, କ୍ଷମା ମାଗୁ: ବିଜେଡି

4ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା
ଦଳର ସାଂସଦ ପିନାକୀ ମିଶ୍ର ଓ ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ପ୍ରତାପ କେଶରୀ ଦେବ କହିଛନ୍ତି ଯେ ବିଜୁ ଜନତା ଦଳର ନିର୍ବାଚନକାଳୀନ
ଖର୍ଚ୍ଚ ସଂପର୍କରେ ବିଜେପି ଯେଉଁ ଅଭିଯୋଗ ଆଣିଛି ତାହା କେବଳ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ଉଦ୍ଧିଷ୍ଟ । କୌଣସି ଅନୁସନ୍ଧାନ କରି
ବିଜେପି ଅଯଥାରେ ବିଜୁ ଜନତା ଦଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନାଁରେ ଅପପ୍ରଚାର କରୁଛି । ନବୀନ ପଟ୍ଟନାୟକଙ୍କ
ସ୍ୱଚ୍ଛ ଭାବମୂର୍ତ୍ତିକୁ ମଳିନ କରିବା ଉଦେ୍ଧଶ୍ୟରେ ବିଜେପିର ଏହା ଏକ ଅପପ୍ରଚାର । ବ୍ୟାଙ୍କ ମାଧ୍ୟମରେ ହୋଇଥିବା ଅଣନଗଦ ଦେଣନେଣକୁ
ବେଆଇନ୍‍ କହିବା ହାସ୍ୟାସ୍ପଦ । ଚେକ୍‍ ଦେବା ଓ ନେବାରେ କୌଣସି ଅନିୟମିତତା ହୋଇନାହିଁ ବୋଲି ଆଜି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ବିଜେପି ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ଗଣମାଧ୍ୟମରେ ରଖୁଥିବା ଅଭିଯୋଗକୁ ଦଳ ପକ୍ଷରୁ ସଂପୂର୍ଣ୍ଣ ତଥ୍ୟ ପାୱାର ପଏଣ୍ଟ ଉପସ୍ଥାପନା
ଜରିଆରେ ମିଥ୍ୟା ବୋଲି ପ୍ରମାଣିତ କରାଯାଇଛି । ଲୋକଲୋଚନରେ ଏଭଳି ସଂପୂର୍ଣ୍ଣ କପୋଳକଳ୍ପିତ ଓ ଉଦେ୍ଧଶ୍ୟ ପ୍ରଣୋଦିତ ତଥ୍ୟ ଉପସ୍ଥାପନ
କରୁଥିବା ବିଜେପି ଏ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କୁ କ୍ଷମା ମାଗୁ ବୋଲି ଦଳ ପକ୍ଷରୁ କୁହାଯାଇଛି । ସ୍ୱେଚ୍ଛାସେବୀ ସୁବାଷ ମହାପାତ୍ର
୧୮.୭.୨୦୧୬ରେ ହାଇକୋର୍ଟରେ ଏ ବିଷୟରେ ରିଟ୍‍ ଫାଇଲ୍‍ କରିଥିଲେ । ଗୋଟିଏ ବର୍ଷ ପର୍ଯ୍ୟନ୍ତ ଏହି ରିଟ୍‍ ପିଟିସନ୍‍ ପଡିରହିଲା, ଅର୍ଥାତ୍‍
୧୮.୭.୨୦୧୭ରେ ଏହି ପିଟିସନ୍‍ ଉଠିଲା । ଏଥିରୁ ଅନୁମାନ କରିହେବ ଯେ କେତେ ହାସ୍ୟାସ୍ପଦ ହୋଇଥିବ ଏହି ଅଭିଯୋଗ । ନିଜେ
ଆବେଦନକାରୀ ଗୋଟିଏ ବର୍ଷ ପର୍ଯ୍ୟନ୍ତ କୋର୍ଟରେ ଉଠାଇଲେ ନାହିଁ । ପରେ ଏହା ବର୍ତ୍ତମାନ କୋର୍ଟ ନିର୍ବାଚନ କମିଶନଙ୍କୁ ନୋଟିସ୍‍ କଲା,
କିନ୍ତୁ ମୁଖ୍ୟମନ୍ତ୍ରୀ କଲା ନାହିଁ । ଏହିଭଳି ଏକ ରିଟ୍‍ ପିଟିସନ୍‍କୁ ନେଇ ବିଜେପିର ଅମୂଳକ ଅଭିଯୋଗ । ୨୦୧୪ ନିର୍ବାଚନର ୩ବର୍ଷରେ ପରେ
କୌଣସି ଅନୁସନ୍ଧାନ କରି ବିଜେପି ଏହି ଅଭିଯୋଗ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି, ଯାହା ଏକ ଦୁର୍ଭାଗ୍ୟଜନକ ।
ବିଜେପି ଅଭିଯୋଗ ଅନୁଯାୟୀ ଦୁଇଜଣଙ୍କୁ କିପରି ଗୋଟିଏ ଚେକ୍‍ ନମ୍ବରରେ ପାଣ୍ଠି ଦିଆଗଲା । ଏଠାରେ ଦଳ ପାଣ୍ଠି ନିଜେ ନଦେଇ
ବ୍ୟାଙ୍କକୁ କହିଥିଲା ଦେବାକୁ । ବ୍ୟାଙ୍କ ଗୋଟିଏ ଚେକ୍‍ (ନମ୍ବର ୪୪୧୬୧୯) ନମ୍ବରରେ ୪ଜଣଙ୍କୁ ବାଣ୍ଟିଛି । ଏହା ବ୍ୟାଙ୍କର ତରଫରୁ
ଦିଆଯାଇଥିବା ଚେକ୍‍ ନମ୍ବର, ଦଳ ତରଫରୁ ନୁହେଁ ।
ପୁନଶ୍ଚ ଅଭିଯୋଗ ଅନୁଯାୟୀ, ଚେକ୍‍ ନମ୍ବର ୪୪୧୬୧୯, ତାରିଖ ୩୦.୩.୨୦୧୪ରେ ୧୦ଲକ୍ଷ ଏବଂ ଦ୍ୱିତୀୟ ଚେକ୍‍ ନମ୍ବର
୭୯୫୦୩୬, ତାରିଖ ୧୫.୬.୨୦୧୪ରେ ୬ଲକ୍ଷ ୪୮ ହଜାର ୩୨୦ ଟଙ୍କା ନବୀନ ପଟ୍ଟନାୟକଙ୍କୁ ଦିଆଯାଇଛି । ଏଠାରେ ସୂଚନାଯୋଗ୍ୟ,
୭୯୫୦୩୬ ନମ୍ବର ଚେକ୍‍ରେ ୬୪୮୩୨୦ ଟଙ୍କା ଆକାଉଣ୍ଟରେ ଜମା ହୋଇଛି । ତେଣୁ ନବୀନ ପଟ୍ଟନାୟକ ଏହି ଚେକ୍‍ରେ ଟଙ୍କା ଖର୍ଚ୍ଚ
ନକରି ଦଳକୁ ଫେରାଇଛନ୍ତି । ସାମାନ୍ୟତମ ଅନୁସନ୍ଧାନ ନକରି ଏହା ହେଉଛି ବିଜେପି ହାସ୍ୟାସ୍ପଦ ଅଭିଯୋଗ । ବିଜେପିର ୮୦ ପ୍ରତିଶତ
ସାଂସଦଙ୍କର ନିର୍ବାଚନ ହିସାବରେ ତ୍ରୁଟି ରହିଛି, ଯାହା ଖୁବ୍‍ଶୀଘ୍ର ଗୁମର ଫିଟିବ ବୋଲି ସାଂସଦ ଶ୍ରୀ ମିଶ୍ର କହିଛନ୍ତି ।
ଏଡିଆର ରିପୋର୍ଟ ଅନୁଯାୟୀ ବିଜେପି ୨୦୧୪ ନିର୍ବାଚନରେ ୫୮୮ କୋଟି ଟଙ୍କା ପାଇଥିଲା, ସେଥିରୁ ୨୭୨ କୋଟି ଟଙ୍କା ନଗଦ
ଆକାରରରେ ପାଇଥିଲା । କିନ୍ତୁ ନିର୍ବାଚନରେ ଖର୍ଚ୍ଚ କଲେ ୮୭୨ କୋଟି ଟଙ୍କା, ବାକି ଟଙ୍କା କେଉଁଠୁ ଆସିଲା? ରିପୋର୍ଟ ଅନୁଯାୟୀ ଅଜଣା
ସୂତ୍ରରୁ ୧୦୭୩ କୋଟି ଟଙ୍କା ନିର୍ବାଚନରେ ଖର୍ଚ୍ଚ ହୋଇଛି ବୋଲି ସାଂସଦ ପ୍ରତାପ କେଶରୀ ଦେବ ସୂଚନା ଦେଇଥିଲେ । ଏହି ସାମ୍ବାଦିକ
ସମ୍ମିଳନୀରେ ବିଜୁ ଜନତା ଦଳ ଆଇନ୍‍ ସାମ୍ମୁଖ୍ୟ ଆବାହକ ମିଲନ୍‍ କାନୁନ୍‍ଗୋ ଓ ଉପଦେଷ୍ଟା ଅସିତ ଅମିତାଭ ଦାସ ଉପସ୍ଥିତ ଥିଲେ ।

Share in top social networks!