ଓଡ଼ିଆ ଭର୍ଚୁଆଲ ଏକାଡେମୀ କାର୍ଯ୍ୟ ତ୍ୱରାନ୍ୱିତ ପରାମର୍ଶଦାତା କମିଟି ବୈଠକ

ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପ୍ରତିଷ୍ଠିତ ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ ସଂପର୍କିତ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛିା ଏଥ#ରେ ବିଭିନ୍ନ ବିଷୟବସ୍ତୁ ଅପ୍ଲୋଡ୍ କରାଯାଉଛିା ସଂପୃକ୍ତ ବିଷୟବସ୍ତୁଗୁଡିକର ବିଶ୍ୱସନୀୟତା, ଟାଇପ୍ଜନିତ ତ୍ରୁଟି ଓ ମୂଳପାଠ ସହିତ ବୈଷମ୍ୟ ଇତ୍ୟାଦି ପରୀକ୍ଷା କରିବା ସହିତ ସଂଶୋଧନ ଏବଂ ସଂପାଦନା କାର୍ଯ୍ୟ ନିମନ୍ତେ ଓଡ଼ିଆ ଭାଷା, ଇଂରାଜୀ ଭାଷା ଓ ଇତିହାସ ସଂପୃକ୍ତ ତିନିଜଣ ବିଶେଷଜ୍ଞଙ୍କୁ ନିୟୋଜିତ କରାଯିବ ବୋଲି ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ ପାଇଁ ଗଠିତ ପରାମର୍ଶଦାତା କମିଟି ବୈଠକରେ ସ୍ଥିର କରାଯାଉଛିା
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଆ ଭର୍ଚୁଆଲ୍ ଏକାଡେମୀର ସମସ୍ତ କାର୍ଯ୍ୟ ସଂପନ୍ନ କରିବା ନିମନ୍ତେ ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଦାୟିତ୍ୱ ପ୍ରଦାନ କରାଯାଇଛିା ଆଜି ପୂର୍ବାହ୍ନରେ ସଚିବାଳୟ ପ୍ରକୋଷ୍ଠରେ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ତମସାରାଣୀ ଦାସମହାପାତ୍ର, ପରାମର୍ଶଦାତା କମିଟି ସଦସ୍ୟ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକ, ପ୍ରଫେସର ବସନ୍ତ କୁମାର ପଣ୍ଡା, ପ୍ରଫେସର ଯତୀନ୍ଦ୍ର ନାୟକ ଏବଂ “ଓକାକ୍’ର ଜେନେରାଲ ମ୍ୟାନେଜର ଶ୍ରୀ ଉମେଶ ଚନ୍ଦ୍ର ମିଶ୍ର ଉପସ୍ଥିତ ରହି ଭର୍ଚୁଆଲ ଏକାଡେମୀ ବାବଦରେ ଆଲୋଚନା କରିଥ#ଲୋ
ଓଡ଼ିଆ ଭର୍ଚୁଆଲ ଏକାଡେମୀରେ ଓଡ଼ିଆ ଭାଷା, ସାହିତ୍ୟ, ପର୍ଯ୍ୟଟନସମ୍ବଳ, ପା୍ରଚୀନ ପୋଥ#, ବିରଳ ପାଣ୍ଡୁଲିପି, ଓଡ଼ିଆ ଚଳଚ୍ଚିତ୍ର ଓ ସଂଗୀତ, ଜଗନ୍ନାଥ ସଂସ୍କୃତି, ଓଡ଼ିଶାର ଜନଜାତି, ଓଡ଼ିଆ ସାହିତ୍ୟର କ୍ଲାସିକ୍ ପୁସ୍ତକ, ଅଭିଧାନ, ବିବିଧ ସ୍ମରଣୀୟ ସାମଗ୍ରୀ ତଥା ଉପକରଣ, ଦୁଷ୍ପ୍ରାପ୍ୟ ଚିଠିପତ୍ର ଓ ସ୍ମାରକୀ ଇତ୍ୟାଦି ସ୍ଥାନିତ ହେବା ଏଥ#ରେ ସମ୍ବଳିତ ବିଭିନ୍ନ ଫଟୋ ସଂପର୍କରେ ମଧ୍ୟ ତଥ୍ୟ ପ୍ରଦାନ କରାଯିବା ଓଡ଼ିଆ ଜ୍ଞାନଭଣ୍ଡାରର ସମୃଦ୍ଧି ସହିତ ଦେଶବିଦେଶରେ ଓଡ଼ିଶା ସଂପର୍କିତ ଧାରଣାକୁ ଅଧ#କ ବଳିଷ୍ଠ କରି ଗଢିତାଳିବା ଏବଂ ଭବିଷ୍ୟତ ବଂଶଧରଙ୍କ ପାଇଁ ଏହାକୁ ଅଧ#କ ଉପାଦେୟ ଓ ନିର୍ଭରଯୋଗ୍ୟ କରିବା ଉଦ୍ଦେଶ୍ୟରେ ଓଡ଼ିଆ ଭର୍ଚୁଆଲ ଏକାଡେମୀକୁ ସଫଳ ଓ ସଶକ୍ତ କରିବା ନିମନ୍ତେ ବୁଦ୍ଧିଜୀବୀ, ଲେଖକ, ଗବେଷକ, ସଂଗ୍ରାହକ ତଥା ଭାଷା-ସଂସ୍କୃତିପ୍ରେମୀମାନଙ୍କୁ ସହଯୋଗ କରିବାକୁ କମିଶନର ତଥା ଶାସନ ସଚିବ ଶ୍ରୀ ପାଣିଗ୍ରାହୀ ଅନୁରୋଧ ଜଣାଇଛନ୍ତିା

Share in top social networks!