କେନ୍ଦୁଝର ଇ-କଲେକ୍ଟୋରେଟ୍ ଏକ ପ୍ରଶ୍ନ ଚିହ୍ନ

e_Collectorate_Inauguration_043
ରାଜ୍ୟ ସଚିବାଳୟ ପରେ ଓଡିଶାର ପ୍ରଥମ ଜିଲ୍ଲା ଭାବରେ କେନ୍ଦୁଝର ସର୍ବ ପ୍ରଥମେ ସାଧାରଣ ଲୋକଙ୍କୁ ତ୍ୱରିତ ସେବା ଓ ପ୍ରଶାସନରେ ସ୍ୱଚ୍ଛତା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନକୁ ସାକାର କରି କେନ୍ଦୁଝର ମୁଖ୍ୟାଳୟଠାରେ ଇ-କଲେକ୍ଟୋରେଟ୍ ବ୍ୟବସ୍ଥା ସ୍ଥାପନ କରିଥିଲା – ଲକ୍ଷ୍ୟଥିଲା ସ୍ୱୟଂ କ୍ରିୟ ଭାବରେ ସମସ୍ତ ତଥ୍ୟ ବିଭିନ୍ନ ବିଭଗ ମଧ୍ୟରେ ଆଦାନ ପ୍ରଦାନ ତ୍ୱରିତ ପତ୍ରାଳାପ, ସମସ୍ତ ଫାଇଲକୁ ଇଲେକ୍ଟୋନିକ ସହାୟତାରେ କାର୍ଯ୍ୟକ୍ଷମ, ଏସ୍.ଏମ୍.ଏସ୍. ମାଧ୍ୟମରେ ସାଧାରଣ ନାଗରିକଙ୍କୁ ସେମାନଙ୍କର ଆବେଦନ ଅଭିଯୋଗଗୁଡିକର ସୂଚନା ପ୍ରଦାନ ଜରୁରୀକାଳିନ ସମୟରେ ବିିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ଦାୟିତତ୍ୱ ସଂପର୍କରେ ସଚେତନ ବାରକୋଡ ବ୍ୟବସ୍ଥା ଦ୍ୱାରା ସମସ୍ତ କାର୍ଯ୍ୟର ସରଳୀକରଣ, ଓଡିଆ ଭାଷା ଦ୍ୱାରା ଫାଇନ କାର୍ଯ୍ୟ ସଂପାଦନ ଇଲେକ୍ଟେ୍ରାନିକ ଉପସ୍ଥାନ ଏବଂ ସ୍ୱୟଂକ୍ରିୟ ପ୍ରଣାଳୀରେ କାର୍ଯ୍ୟଦ୍ୱାରା ଅଳ୍ପ କାଗଜ ଖର୍ଚ୍ଚ ।

୫ ଏପ୍ରିଲ୍ ୨୦୧୨ କେନ୍ଦୁଝରର ତତକଳୀନ ଜିଲ୍ଲାପାଳ ତଥା ବର୍ତମାନର ଉତରାଂଚଳ ରାଜସ୍ୱ କମିଶନର ଶ୍ରୀ ଡି.ଭି. ସ୍ୱାମୀ ଏହାକୁ ଲୋକାର୍ପଣ କରିଥିଲେ । ବିଖ୍ୟାତ ଦରବାର ହଲ୍ଠାରେ ଶହ ଶହ ଜନତା ଓ ସରକାରୀ କର୍ମଚାରୀଙ୍କ ଗହଣରେ ଉପସ୍ଥିତ ଥିଲେ ଏସ୍.ପି. ଶ୍ରୀ ଆଶିଷ ସିଂ, ଅତିରିକ୍ତ ଜିଲ୍ଲାପାଳ ବି.କେ. ନାୟକ, ଆଇ. ଏ.ଏସ୍. ପ୍ରୋବେସନର ଡାଃ ବୃନ୍ଦା ଦେବରାଜନ, ନ୍ୟାସନାଲ ଇନଫରମେଟିକ୍ ସଂସ୍ଥାର ବରିÂ କର୍ମକର୍ତାଗଣ । ଏହାର ଭିତିଭୂମି ପାଇଁ ଜିନ୍ଦଲ ଷ୍ଟି ଏଣ୍ଡ୍ ପାୱାର କମ୍ପାନୀ ଏକ କୋଟିରୁ ଉଦ୍ଧ୍ୱର୍ ଟଙ୍କା ବ୍ୟୟ କରି ୯୦ରୁ ଉଦ୍ଧ୍ୱର୍ ଅଲଇନ ୱାନ କମ୍ପୁ୍ୟଟର, ୪୦ ରୁ ଉଦ୍ଧ୍ୱର୍ ପ୍ରିଂଟ୍ର ଯୋଗାଇବା ସହ ଉଚ୍ଚ କ୍ଷମତା ସଂପନ୍ନ ସର୍ଭର ମଧ୍ୟ ସ୍ଥାପନ କରିଥିଲେ । ଏହାର ସୁପରିଚାଳନା ନିମନ୍ତେ ଜିନ୍ଦଲ ପକ୍ଷରୁ କର୍ମଚାରୀ ମଧ୍ୟ ନିୟୋଜନ କରାଯାଇଥିଲା କିଛି ମାସ ଏହି ପ୍ରକଳ୍ପ ଠିକ୍ ଠାକ୍ ଚାଲିବା ପରେ ଜିଲ୍ଲାପାଳଙ୍କ ଅନ୍ୟତ୍ର ବଦଳି ଯୋଗୁଁ ଏହାର କାର୍ଯ୍ୟକାରିତା ଧିମେଇ ଗଲା ଏବଂ ବର୍ତମାନ ପ୍ରାୟତଃ ସ୍ଥାଣୁ ହୋଇଯାଇଛି । ମୁଖ୍ୟ ସର୍ଭରଟି ଖରାପ ହୋଇଯାଇଛି ଜିନ୍ଦଲ ପକ୍ଷରୁ ନୂଆ ସର୍ଭର କିଣି ଦିଆଯାଇଥିଲେ ମଧ୍ୟ ଏହାର ସ୍ଥାପନ ହୋଇ ପାରିନାହିଁ । କିଛି କର୍ମଚାରୀ କେବଳ ବସି ବସି ମାସିକ ୨୭ ହଜାରୁ ଉଦ୍ଧ୍ୱର୍ ଟଙ୍କା ଦରମା ନେଉଛନ୍ତି । ଏହି ୫ ବର୍ଷ ମଧ୍ୟରେ କନେକ୍ସନ ଗୁଡିକର ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଲାଣି । ରାଜ୍ୟର ପ୍ରଥମ ଇ କଲେକ୍ଟରେଟ୍ର ମାନ୍ୟତା ପାଇଥିବା କେନ୍ଦୁଝରରେ କୋଟି କୋଟି ଟଙ୍କା ପାଣିରେ ପଡିଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ଅଧୁରା ରହିଲା ପରି ଲାଗୁଛି । ବର୍ତମାନର କେନ୍ଦୁଝର ଜିଲ୍ଲାପାଳ ଏବଂ ଉତରାଂଚଳ ରାଜସ୍ୱ କିମଶନର ତୁରନ୍ତ କାର୍ଯ୍ୟାନୁÂାନ ଗ୍ରହଣ କରି ଇ କଲେକ୍ଟରେଟ୍ର ପୁନଃଉଦ୍ଧାର କରିବା ସହ ପ୍ରଚଳନ କରିବେ ବୋଳି ଜିଲ୍ଲାବାସୀ ଆଶା ପୋଷଣ କରନ୍ତି । ଯଦ୍ୱାରା ଅନେକ ସମସ୍ୟାର ତ୍ୱରିତ ସମାଧନ ହୋଇପାରିବ ।

Share in top social networks!
Powered By Indic IME