“ନାଲ୍କୋ ଏବଂ ଉକôଳ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରତିÂା ହେବାକୁ ଥିବା ଦକ୍ଷତା ବିକାଶ କେନ୍ଦ୍ର ଓଡ଼ିଶାର ଯୁବଗୋÂୀଙ୍କୁ ନିଯୁକ୍ତି ପାଇଁ ପ୍ରସ୍ତୁତ କରିବ” : ନାଲ୍କୋ ଅଧ୍ୟକ୍ଷ

_DSC6920ଉପଯୁକ୍ତ ଭାବେ ଦକ୍ଷତାର ବିକାଶ ସହ ସଠିକ ଚିନ୍ତଧାରା ହିଁ ଆଜିର ଯୁବପିଢୀଙ୍କୁ ଭବିଷ୍ୟତରେ ସଫଳତା ଆଣିଦେବ ଏବଂ ଅଣ-ବୈଷୟିକ ବିଷୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ଉପଯୁକ୍ତ ପ୍ରଶିକ୍ଷଣ ଦ୍ୱାରା ବୃତ୍ତିଗତ କ୍ଷେତ୍ରରେ ଅଗ୍ରଣୀ ସ୍ଥାନ ହାସଲ କରିପାରିବେ । ଏ ଦିଗରେ ନବରତ୍ନ ନାଲ୍କୋ ଏବଂ ଉକôଳ ବିଶ୍ୱବିଦ୍ୟାଳୟ ଦ୍ୱାରା ମିଳିତ ଭାବେ ପ୍ରତିÂା ହେବାକୁ ଥିବା ଅଣ-ବୈଷୟିକ ଛାତ୍ରଛାତ୍ରୀମାନଙ୍କ ପାଇଁ ଦେଶର ପ୍ରଥମ ଦକ୍ଷତା ବିକାଶ ତଥା ଇନ୍କୁ୍ୟବେସନ୍ କେନ୍ଦ୍ର ଏହି ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ତଥା ରୋଜଗାର ପାଇଁ ପ୍ରସ୍ତୁତ କରିବ ବୋଲି ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ କହିଛନ୍ତି । ଆଜି ଉକôଳ ବିଶ୍ୱବିଦ୍ୟାଳୟ-ନାଲ୍କୋ ସ୍କିଲ୍ ଡେଭେଲପ୍ମେଣ୍ଟ୍ ଆଣ୍ଡ୍ ଇନ୍କୁ୍ୟବେସନ୍ ସେଣ୍ଟର୍ର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଡଃ ଚାନ୍ଦ ଏହା କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ଏଥି ପୂର୍ବରୁ ଚଳିତ ବର୍ଷ, ନାଲ୍କୋ ପ୍ରତିÂା ଦିବସ ଅବସରରେ, କେନ୍ଦ୍ର ସରକାରଙ୍କ ଖଣି ସଚିବଙ୍କ ଉପସ୍ଥିତିରେ କମ୍ପାନୀର ଇଣ୍ଡଷ୍ଟ୍ରୀ ଇନ୍ଷ୍ଟିଚୁ୍ୟସନ୍ ଇଣ୍ଟରାକ୍ସନ୍ କାର୍ଯ୍ୟକ୍ରମ ଅଧିନରେ ଏ ସଂକ୍ରାନ୍ତରେ କମ୍ପାନୀ ଏବଂ ଉକôଳ ବିଶ୍ୱବିଦ୍ୟାଳୟ ମଧ୍ୟରେ ଦକ୍ଷତା ବିକାଶ ପାଇଁ ସହଭାଗିତା ନିମନ୍ତେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ନାଲ୍କୋ ଏବଂ ଉକôଳ ବିଶ୍ୱବିଦ୍ୟାଳୟ ଭଳି ରାଜ୍ୟର ଦୁଇଟି ପ୍ରମୁଖ ତଥା ପ୍ରତିÂିତ ଅନୁÂାନ ମଧ୍ୟରେ ସହଭାଗିତା ସମସ୍ତ ଦେଶରେ ଉଦାହରଣ ସୃଷ୍ଟି କରିବ ଏବଂ ରାଜ୍ୟର ଯୁବଗୋÂୀଙ୍କୁ ଔଦ୍ୟୋଗିକତା ଏବଂ ନିଯୁକ୍ତି କ୍ଷେତ୍ରରେ ସମୃଦ୍ଧ କରିବ ବୋଲି ଡଃ ଚାନ୍ଦ ମତ ପ୍ରକାଶ କରିଥିଲେ ।
ଏହି ପ୍ରକଳ୍ପଟି ରାଜ୍ୟର ନୂତନ ଓ ଯୁବ ଉଦ୍ୟୋଗୀ ତଥା ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କୁ ସୁଅବସର ଆଣିଦେବ । ଏହି କେନ୍ଦ୍ରକୁ ସ୍ୱାବଲମ୍ବୀ ଏବଂ ସୁପରିଚାଳିତ ଦକ୍ଷତା ବିକାଶ କେନ୍ଦ୍ର ଭାବେ ବିକଶିତ କରିବା ଉଦେ୍ଧଶ୍ୟରେ ହାଇଦ୍ରାବାଦର ଇନ୍କୁ୍ୟବେସନ୍ ବିଜ୍ନେସ୍ ହବ୍ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ଯୋଜନା ରହିଛି ।
ଏହି ଅବସରରେ, ଅନ୍ୟମାନଙ୍କ ମଧ୍ୟରେ ଉକôଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍ ଏ.କେ. ଦାସ, ପି.ଜି. କାଉନ୍ସିଲ୍ର ଅଧ୍ୟକ୍ଷ ପ୍ରଫେସର୍ ବି. ଶତପଥୀ, ରେଜିଷ୍ଟ୍ରାଲ୍ ଶ୍ରୀ ଏମ୍.କେ. ବିଶ୍ୱାଳ, କମର୍ସ୍ ବିଭାଗର ମୁଖ୍ୟ ଡଃ ଅନୀଲ କୁମାର ସ୍ୱାଇଁ ଏବଂ ଉକôଳ ବିଶ୍ୱବିଦ୍ୟାଳୟ-ନାଲ୍କୋ ପ୍ରକଳ୍ପର ସଂଯୋଜକ ପ୍ରଫେସର୍ ଜୟନ୍ତ କୁମାର ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ଡଃ ଚାନ୍ଦ ଉକôଳ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ନବୀକରଣ ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

Share in top social networks!