କଲ୍ଲୋଳ ୨୦୧୭ – ଶିଶୁ ଅଧିକାର ସମ୍ପର୍କିତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା

(ବିଷୟ : ଶିଶୁଙ୍କ ପ୍ରତି ହିଂସାର ଅନ୍ତ ହେଉ… ଭାବନା ବଦଳାନ୍ତୁ !)
DSC_8871
ୟୁନିସେଫ୍ ଓଡ଼ିଶା ଏବଂ ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ଆଇନା’ର
ମିଳିତ ଆନୁକୂଲ୍ୟରେ ଶିଶୁ ଅଧିକାର ସମ୍ପର୍କିତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା – କଲ୍ଲୋଳ ସିଜିନ୍ ୩ର ଶୁଭାରମ୍ଭ
କରାଯାଇଛି । ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ
(ଓଏସସିପିସିଆର) ଏବଂ ଅଳଙ୍କାର ଟିଭି ଚଳିତ ବର୍ଷର ଏହି ପ୍ରତିଯୋଗିତାରେ ସହଭାଗୀ ହୋଇଛନ୍ତି ।
ପ୍ରତିଯୋଗିତାର ଶୁଭାରମ୍ଭ ଅବସରରେ ୟୁନିସେଫ୍ ଓଡ଼ିଶାର ମୁଖ୍ୟ ଶ୍ରୀମତୀ ୟୁମି ବାଇ, ଓଏସସିପିସିଆରର
ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର, ଓ ଟିଭିର ରଞ୍ଜନ ଶତପଥୀ ଏବଂ ଆଇନାର ସମ୍ପାଦିକା ସ୍ନେହା ମିଶ୍ର ଉପସ୍ଥିତ
ଥିଲେ ।
ପ୍ରତିଯୋଗିତା ପାଇଁ ‘ଶିଶୁଙ୍କ ପ୍ରତି ହିଂସାର ଅନ୍ତ ହେଉ… ଭାବନା ବଦଳାନ୍ତୁ’ ଥିମ୍ରେ ୩୦, ୬୦ ଏବଂ ୯୦
ସେକେଣ୍ଡର କ୍ଷୁଦ୍ର ଚଳଚ୍ଚିତ୍ର ଆମନ୍ତ୍ରଣ କରାଯାଇଛି । ଶ୍ରେÂ ୫ଟି ଚଳଚ୍ଚିତ୍ରକୁ ପୁରସ୍କୃତ କରାଯିବ ।
ଏହି ପ୍ରତିଯୋଗିତା ସମସ୍ତଙ୍କ ପାଇଁ ମୁକ୍ତ ଥିବାବେଳେ ପେଶାଦାର ଚଳଚ୍ଚିତ୍ର ନିର୍ମାତା, ଚଳଚ୍ଚିତ୍ର ଛାତ୍ର ଅବା
ଚଳଚ୍ଚିତ୍ର ନିର୍ମାଣ ଉପରେ ଉତମ ଦକ୍ଷତା ଥିବା ଅଭିଜ୍ଞ ଓ ଅନଭିଜ୍ଞ ବ୍ୟକ୍ତି ମଧ୍ୟ ଭାଗ ନେଇପାରିବେ । ଆଗ୍ରହୀ
ପ୍ରତିଯୋଗୀମାନେ ୱେବସାଇଟ୍- ଙ୍ଗଙ୍ଗଙ୍ଗ.ବବସଦ୍ଭବ.କ୍ଟrଶ.ସଦ୍ଭ/ଳବକ୍ଷକ୍ଷକ୍ଟକ୍ଷବକୁ ଯାଇ ପ୍ରତିଯୋଗିତାର ଥିମ୍,
ନିୟମାବଳୀ ଏବଂ ପ୍ରବେଶିକା ଫର୍ମ ସମ୍ପର୍କିତ ସୂଚନା ପାଇପାରିବେ । କ୍ଷୁଦ୍ର ଚଳଚ୍ଚିତ୍ର ଗ୍ରହଣର ଶେଷ ତାରିଖ
୨୦୧୭ ଅକ୍ଟୋବର ୫ ରଖାଯାଇଛି ।
ପ୍ରତିଯୋଗିତାର ଅନ୍ୟ ଏକ ଅଣପ୍ରତିଯୋଗିତା କାର୍ଯ୍ୟକ୍ରମ ଭାବେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୋସାଇଟ୍ ଦ୍ୱାରା
ପରିଚାଳିତ ଉକôଳ ବାଳାଶ୍ରମର ପିଲାମାନଙ୍କୁ ପ୍ରଶିକ୍ଷିତ କରାଯିବା ସହ ୬୦ରୁ ୯୦ ସେକେଣ୍ଡର କ୍ଷୁଦ୍ର ଚଳଚ୍ଚିତ୍ର
ଜରିଆରେ ସେମାନଙ୍କର ମନର କଥା ଜଣାଇବା ପାଇଁ ଉତ୍ସାହିତ କରାଯିବ ।
ଏହି ପ୍ରତିଯୋଗିତାର ଶୁଭାରମ୍ଭ ଅବସରରେ ୟୁନିସେଫ୍ର ଓଡ଼ିଶା ମୁଖ୍ୟ ଶ୍ରୀମତୀ ୟୁମି ବେ କହିଲେଯେ, ‘ଶିଶୁ
ଅଧିକାର ପାଇଁ ଉଦ୍ବେଗ ପ୍ରକାଶ କରୁଥିବା ବ୍ୟକ୍ତି, ସରକାରୀ ଓ ବେସରକାରୀ ସଂସ୍ଥାଗୁଡ଼ିକୁ ଏକତ୍ର କରିବା
ପାଇଁ କଲ୍ଲୋଳ ଏକ ସୁଯୋଗ ସୃଷ୍ଟି କରିଛି । ଆମେ ଭଲଭାବେ ଜାଣିଛୁ, କୌଣସି ପରିବର୍ତନ ଆଣିବା ବା
ଭାବନା ବଦଳାଇବା ପାଇଁ ଶିଶୁ ଅଧିକାର ଉଲ୍ଳଂଘନ ସଂକ୍ରାନ୍ତୀୟ ବାର୍ତା ସମସ୍ତ ବର୍ଗର ଲୋକଙ୍କ ପାଖରେ
ପହଁଚିବା ସହ ସମସ୍ତେ ଭଲଭାବେ ବୁଝିବା ଦରକାର । ଚଳିତ ବର୍ଷ ଆମକୁ ବହୁ ସହଯୋଗ ମିଳିଥିବାରୁ ଆମେ
ଖୁସି ଜାହିର କରୁଛୁ । ଏହାଦ୍ୱାରା କେବଳଯେ ଅଂଶଗ୍ରହଣ ଓ ମତାମତ ସମ୍ପ୍ରସାରିତ ହେବ ତାହା ନୁହେଁ ବରଂ ବହୁ
ଲୋକଙ୍କ ନିକଟରେ ବାର୍ତା ପହଁଚିବାରେ ସହାୟକ ହୋଇପାରିବ ।
ଏହି କାର୍ଯ୍ୟକ୍ରମରେ ଆଇନାର ସମ୍ପାଦିକା ସ୍ନେହା ମିଶ୍ର କହିଲେଯେ, କଲ୍ଲୋଳର ଏହି ତୃତୀୟ ସଂସ୍କରଣରେ ଶିଶୁଙ୍କ
ପ୍ରତି ହିଂସାର ଅନ୍ତ ହେଉ ସଂକ୍ରାନ୍ତୀୟ ଅଧିକରୁ ଅଧିକ କ୍ଷୁଦ୍ର ଚଳଚ୍ଚିତ୍ର ସାମିଲ୍ ହେବ ବୋଲି ସେ ଆଶା ପ୍ରକାଶ
କରୁଛନ୍ତି । ଫଳରେ ଲୋକମାନେ ବିଭିନ୍ନ ଦୃଷ୍ଟିଭଙ୍ଗୀରେ ଏହାକୁ ଅନୁଶୀଳନ କରିବା ସହ ହିଂସାର ଅନ୍ତ ପାଇଁ
ପଦକ୍ଷେପ ଗ୍ରହଣ କରିବାକୁ ଉତ୍ସାହିତ ହେବେବୋଲି ସେ ମତବ୍ୟକ୍ତ କରିଛନ୍ତି ।
ଓଟିଭିର ରଞ୍ଜନ ଶତପଥୀ, ଏହି ଅବସରରେ କହିଲେଯେ, କଲ୍ଲୋଳର ଏହି ତୃତୀୟ ସଂସ୍କରଣରେ ସାମିଲ୍
ଥିବାରୁ ଆମେ ବହୁତ ଖୁସି ଅନୁଭବ କରୁଛୂ । ଶିଶୁଙ୍କ ପ୍ରତି ହିଂସାର ଅନ୍ତ ହେଉ ସଂକ୍ରାନ୍ତୀୟ ୫ଟି ଶ୍ରେÂ କ୍ଷୁଦ୍ର
ଚଳଚ୍ଚିତ୍ରକୁ ଚ୍ୟାନେଲ ମାଧ୍ୟମରେ ପ୍ରସାରଣ କରିବୁ ଏବଂ ଏହି ବିଷୟବସ୍ତୁକୁ ନେଇ ବିଭ୍ନିନ ଚଲଚିତ୍ର ନିର୍ମାତାଙ୍କ
ସହ ଆଲୋଚନଭି•କ କାର୍ୟ୍ୟକ୍ରମ ଉପସ୍ଥାପନ କରିବୁ ।
ଓଏସସିପିସିଆରର ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର କହିଲେଯେ, ଶିଶୁଙ୍କପ୍ରତି ହେଉଥିବା ସମସ୍ତ ପ୍ରକାର ହିଂସାର
ବିଲୋପ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ହେବା । ଏହି ବିଷୟରେ ଲୋକଙ୍କ ଭାବନାର ପରିବ•ର୍ନ ଆଣିବା ବହୁତ
କଷ୍ଟକର । ଏ ଦିଗରେ ବହୁତ କାର୍ୟ୍ୟ ଏବଂ ଯଥା ସମ୍ଭବ ସଚେତନତା ସୃଷ୍ଟି କରିବା ଅବଶ୍ୟକ ଯାହା ଦ୍ୱାରା ସମସ୍ତ
ଶିଶୁଙ୍କ ପାଇଁ ଓଡିଶା ଏକ ନିରାପଦ ଏବଂ ସୁରକ୍ଷିତ ସ୍ଥାନ ହୋଇପାରିବ ।
ପୃÂଭୂମି : କଲ୍ଲୋଳ ହେଉଛି ଶିଶୁ ଅଧିକାର ସଂକ୍ରାନ୍ତୀୟ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା । ୨୦୧୫ରେ ୟୁନିସେଫ୍
ଓଡ଼ିଶା ପକ୍ଷରୁ ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁÂାନ ‘ଆଇନା’ର ସହଯୋଗିତାରେ ଏହି କାର୍ଯ୍ୟକ୍ରମର
ଶୁଭାରମ୍ଭ କରାଯାଇଥିଲା । ବିଗତ ଦୁଇଟି ସଂସ୍କରଣରେ ଶିଶୁଙ୍କ ପ୍ରତି ହିଂସା ବନ୍ଦ ହେଉ ଏବଂ ବାଳିକାଙ୍କ ପ୍ରତି
ପକ୍ଷପାତିତା ବନ୍ଦ ଭଳି ଥିମ୍ରେ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏହି ସମସ୍ତ ଚଳଚ୍ଚିତ୍ର ୩୦, ୬୦ ଓ
୯୦ ସେକେଣ୍ଡର ଜନସେବା ବିଜ୍ଞାପନ ବର୍ଗର ହୋଇଥିବାବେଳେ ସିନେମା ନିର୍ମାତାମାନେ ଏଥିରେ ସାମିଲ୍
ହୋଇଛନ୍ତି । ପ୍ରତିବର୍ଷ ଶ୍ରେÂ ୫ଟି ଚଳଚ୍ଚିତ୍ରକୁ ପୁରସ୍କୃତ କରାଯାଉଛି । ଅଦ୍ୟାବଧି ୫୫ ଚଳଚ୍ଚିତ୍ର ନିର୍ମାତା
ଏଥିରେ ଅଂଶଗ୍ରହଣ କରିଥିବାବେଳେ ୧୧ଟି ଚଳଚ୍ଚିତ୍ରକୁ ପୁରସ୍କୃତ କରାଯାଇଛି । ସେହିପରି କିଶୋର ଶିଶୁଙ୍କୁ
ଅଂଶଗ୍ରହଣର ସୁଯୋଗ ଦେବା ପାଇଁ ୨୦୧୬ରେ ଅଣପ୍ରତିଯୋଗୀତା ବିଭାଗର ପ୍ରଚଳନ କରାଯାଇଥିଲା ।
ଯେଉଁ କ୍ଷୁଦ୍ର ଚଳଚ୍ଚିତ୍ରର ରଚନା ଓ ନିଦେ୍ର୍ଧଶନା ପିଲାମାନଙ୍କ ଦ୍ୱାରା ହିଁ କରାଯାଇଛି ।

Share in top social networks!