ନବୀନ-ହାୱାଲା-ଘୋଟାଲା ମାମଲାରେ ବିଜେଡି ମୂଳ ପ୍ରଶ୍ନର ଉତର ନଦେଇ କେବଳ ରାଜନୈତିକ ପଇଁତରାବାଜୀ କରୁଛି : ବିଜେପ

 ମାମଲା କୋର୍ଟରେ ପୂର୍ବରୁ ପହଂଚି ସାରିବା ପରେ କୋର୍ଟ ଯିବାର କଥା କହିବା ହାସ୍ୟାସ୍ପଦ
 ଏହି ପ୍ରସଙ୍ଗ ବିଧାନସଭାରେ ଉଠିଥିଲା ବେଳେ ସଂଖ୍ୟା ବଳରେ ଶାସକ ଦଳ ଚପାଇ ଦେଇଥିଲା
 ଏବେ ମାନ୍ୟବର କୋର୍ଟଙ୍କ ହସ୍ତକ୍ଷେପ ସତ୍ୟର ପର୍ଦାଫାସ କରିବାର ସମ୍ଭାବନା ତିଆରି କରିଛି
 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀଳ ବର୍ଣ ଶୃଗାଳ ପରି ନିଜର ପ୍ରକୃତ ଚେହେରାକୁ ଲୁଚାଇ ଆସିଛନ୍ତି
 ମୁଖ୍ୟମନ୍ତ୍ରୀ ମିଛ, ଭଣ୍ଡ ଓ ଛଳନାପୂର୍ଣ ଭାବେ ଦୁର୍ନୀତି ବିରୋଧୀ ଭାବମୂର୍ତି ସୃଷ୍ଟି କରି ଦୀର୍ଘ ଦିନ ଧରି ଓଡିଆ ଲୋକଙ୍କୁ ବୋକା ବନାଉଛନ୍ତି
 ପାର୍ଟୀ ବ୍ୟାଙ୍କ ଖାତାକୁ ଆସୁଥିବା ଅର୍ଥର ଉତ୍ସ ବିଜେଡି କାହିଁକି ପ୍ରକାଶ କରୁ ନାହିଁ ?
 ଚିଟ୍ଫଣ୍ଡ ଓ ପିସିର ଅର୍ଥ ବିଜେଡି ବ୍ୟାଙ୍କ ଖାତାକୁ ଚଂଚକତା କରି ଯାଇ ନାହିଁ ତ ?
 ନବୀନ ପଟ୍ଟନାୟକ ସମେତ ଅନେକ ପ୍ରାର୍ଥୀଙ୍କୁ ଦଳ ଦେଇଥିବା ଅର୍ଥ ଓ ପ୍ରାର୍ଥୀମାନେ ପାଇଥିବା ଅର୍ଥ ସମ୍ପର୍କରେ ନିର୍ବାଚନ କମିଶନଙ୍କ ପାଖରେ ଦେଇଥିବା ସତ୍ୟପାଠରେ ଆକାଶ ପାତାଳ ଫରକ କାହିଁକି ?
 ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ବିରୋଧୀ ମୁଖା ତଳେ ଦୁର୍ନୀତିଯୁକ୍ତ ଘୃଣ୍ୟ ଚେହେରାକୁ ଲୋକମାନଙ୍କ ପାଖକୁ ନେଇ ଯିବା ପାଇଁ ବିଜେପି ବଡ ଆନେ୍ଦାଳନର ପ୍ରସ୍ତୁତି କରୁଛି
PC_23-07-2017

ନବୀନ-ହାୱାଲା-ଘୋଟାଲା ମାମଲାରେ ବିଜେଡି ମୂଳ ପ୍ରଶ୍ନର ଉତର ନ ଦେଇ କେବଳ ରାଜନୈତିକ ପଇଁତରାବାଜୀ କରୁଛି ବୋଲି ବିଜେପି ରାଜ୍ୟ ଉପ ସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ମୂଳ ପ୍ରସଙ୍ଗରୁ ଦୃଷ୍ଟି ହଟାଇବା ପାଇଁ ବିଜେଡି ନ୍ୟାୟାଳୟର ଦ୍ୱାରସ୍ଥ ହେବ ବୋଲି ଡ୍ରାମା କରୁଛି । ଜଣେ ସାଧାରଣ ସୂଚନା ଅଧିକାର କର୍ମୀଙ୍କର ଆବେଦନ ଆଧାରରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ବିଜେଡିର ସଂଦିଗ୍ଧ ଆର୍ଥିକ ନେଣ ଦେଣ ଉପରେ ତଦନ୍ତ କରି କାର୍ଯ୍ୟାନୁÂାନ ନେବାକୁ ନିର୍ଦେଶ ଦେଇ ସାରିଛନ୍ତି । ମାମଲା କୋର୍ଟ-କଚେରୀରେ ପହଂଚି ସାରିଛି । ବିଜେଡିକୁ କୋର୍ଟକୁ ଯିବାର ଆବଶ୍ୟକତା ନାହିଁ । କୋର୍ଟର ନିର୍ଦେଶ ମୁତାବକ ବିଜେଡିକୁ ଏହାର ଆର୍ଥିକ ନେଣ ଦେଣ ଉପରେ ସ୍ପଷ୍ଟୀକରଣ ଦେବାକୁ ବାଧ୍ୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ପୂର୍ବରୁ ଓଡିଶା ବିଧାନସଭାରେ କୋର୍ଟ ସଂଜ୍ଞାନକୁ ନେଇଥିବା ପ୍ରସଙ୍ଗ ବିରୋଧୀ ଦଳମାନେ ଉଠାଇଥିବା ବେଳେ ସଂଖ୍ୟା ବଳରେ ବିଜେଡି ଏହାକୁ ଚପାଇ ଦେଇଥିଲା । ମାମଲା କୋର୍ଟ ବିଚାରର ପରିସରକୁ ଆସିବା ପରେ ବିଜେଡିର ମିଛ ଚେହେରାର ପର୍ଦାଫାସ ହେବାର ସମ୍ଭାବନା ଦେଖା ଯାଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

(ପୃÂା: ୧/୨)

ନବୀନ ପଟ୍ଟନାୟକଙ୍କୁ ଓଡିଶାର ଲୋକ ଚାରି ଚାରି ଥର ନିର୍ବାଚିତ କରିବା, ବର୍ଷେ ପୂର୍ବରୁ ଘଟଣା ଆଲୋଚିତ ହୋଇ ସାରିଥିବାରୁ ଏ ପ୍ରସଙ୍ଗକୁ ପୁଣି ଥରେ କାହିଁକି ଉଠା ଯାଉଛି ପ୍ରଶ୍ନ ଉଠାଇ ଏବଂ ମୂଳ ପ୍ରଶ୍ନର ଉତର ନ ଦେଇ ବିଜେଡି ପ୍ରକାରାନ୍ତରେ ନିଜର ଅସହାୟତାକୁ ସ୍ପଷ୍ଟ କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀଳ ବର୍ଣ ଶୃଗାଳ ପରି ନିଜର ପ୍ରକୃତ ଚେହେରାକୁ ଲୁଚାଇ ଏକ ମିଛ, ଭଣ୍ଡ ଓ ଛଳନାପୂର୍ଣ ଭାବେ ଦୁର୍ନୀତି ବିରୋଧୀ ଭାବମୂର୍ତି ସୃଷ୍ଟି କରି ଦୀର୍ଘ ଦିନ ଧରି ଓଡିଆ ଲୋକଙ୍କୁ ବୋକା ବନାଉଛନ୍ତି ।
ବିଜେଡି ବ୍ୟାଙ୍କ ଖାତାକୁ ସନ୍ଦିଗ୍ଧ ଭାବେ କୋଟି କୋଟି ଟଙ୍କା ଆସିବା ମାମଲାକୁ କୋର୍ଟ ସଂଜ୍ଞାନକୁ ନେଇଛନ୍ତି । ବିଜେଡି ତରଫରୁ ନବୀନ ପଟ୍ଟନାୟକ ସମେତ ବିଭିନ୍ନ ଦଳୀୟ ପ୍ରାର୍ଥୀଙ୍କ ବ୍ୟାଙ୍କ ଖାତାରେ ଯେଉଁ ନିର୍ବାଚନୀ ଖର୍ଚ ପ୍ରଦାନ କରା ଯାଇଛି ତାହାର ହିସାବ ଓ ଦଳୀୟ ପ୍ରାର୍ଥୀମାନେ କେତେ ଟଙ୍କା ପାଇଛନ୍ତି ଦୁଇ ହିସାବ ମଧ୍ୟରେ ବଡ ଫରକ ରହିଛି । ଦଳର ନିର୍ବାଚନ କମିଶନଙ୍କୁ ହିସାବ ଓ ଦଳର ପ୍ରାର୍ଥୀମାନଙ୍କର ନିର୍ବାଚନ କମିଶନଙ୍କ ଆଗରେ ସତ୍ୟପାଠ ଆଧାରରେ ହିସାବ ମଧ୍ୟରେ ଆଦୌ ତାଳମେଳ ନାହିଁ । ଦଳ ଓ ପ୍ରାର୍ଥୀମାନେ ଚଂଚକତା କରି ଅର୍ଥ ନେଣ ଦେଣ କରୁଥିବାର ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିଥିବା ସତ୍ୟପାଠ ସମ୍ପୂର୍ଣ ସତ୍ୟକୁ ବଖାଣୁଛି । ଏ ପ୍ରସଙ୍ଗରେ ବିଜେଡି କାହିଁକି ସ୍ପଷ୍ଟୀକରଣ ଦେଉ ନାହିଁ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ସାଧାରଣ ଓଡିଆ ଗରୀବ ଲୋକମାନଙ୍କର କଷ୍ଟ ଲବ୍ଧ ହଜାର ହଜାର କୋଟି ଟଙ୍କା ଚିଟ୍ ଫଣ୍ଡ କମ୍ପାନୀ ମାଧ୍ୟମରେ ଲୂଟର ଅର୍ଥ ବିଜେଡି ଖାତାକୁ ଚଂଚକତା ପୂର୍ଣ ଭାବେ ଯାଇ ନାହିଁ ତ ? ମୁଖ୍ୟମନ୍ତ୍ରୀଙ୍କର ଜଳ ସମ୍ପଦ ଓ ପୂର୍ତ ବିଭାଗରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ଓ ପିସି ଏହି ବ୍ୟାଙ୍କ ଖାତାରେ ଚଂଚକତାପୂର୍ଣ ଭାବେ ଜମା ହୋଇ ନାହିଁ ତ ?
ଅଭିଯୋଗ ସଂଗୀନ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଖୋଦ ସ୍ପଷ୍ଟୀକରଣ ଦେବା ପାଇଁ ବାରମ୍ବାର ଦାବି ସତ୍ୱେ ସେ ନୀରବ ରହିବା ଓ ଦଳୀୟ ପ୍ରବକ୍ତା ମାନେ ପ୍ରଶ୍ନର ସିଧା ଉତର ନ ଦେଇ ରାଜନୈତିକ ପଇଁତରାବାଜି କରିବା ବିଜେଡିର ଅର୍ଥ ନେଣ ଦେଣରେ ପ୍ରବଳ ଅନିମୟିତତାର ସ୍ପଷ୍ଟ ସୂଚନା ଦେଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ବିରୋଧୀ ମୁଖା ତଳେ ଦୁର୍ନୀତିଯୁକ୍ତ ଘୃଣ୍ୟ ଚେହେରାକୁ ଲୋକମାନଙ୍କ ପାଖକୁ ନେଇ ଯିବା ପାଇଁ ବିଜେପି ବଡ ଆନେ୍ଦାଳନର ପ୍ରସ୍ତୁତି କରୁଛି ବୋଲି ଶ୍ରୀ ମହାନ୍ତି ସୁଚନା ଦେଇଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ଉହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ଧୀରେନ ସେନାପତି, ମୁଖପାତ୍ର ସଜ୍ଜନ ଶର୍ମା ଏବଂ ପ୍ରବକ୍ତା ସୁଦୀପ୍ତ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!