ରାଜସ୍ଥାନରେ ନାଲକୋର ଦ୍ଵିତୀୟ ପବନଚାଳିତ ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପ

nalcoବିବିଧିକରଣ ଯୋଜନାର ଅଂଶ ଭାବେ ନବରତ୍ନ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ନ (ନାଲକୋ) ପକ୍ଷରୁ ଅନ୍ୟ ଧାତୁ ତଥା ଶକ୍ତି କ୍ଷେତ୍ରରେ ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ଉଦ୍ୟମ ହେଉଛି | ଏହି କ୍ରମରେ, ରାଜସ୍ଥାନର ଜୟସାଲମେର ଜିଲ୍ଲା ଅନ୍ତର୍ଗତ ଲୁଦାର୍ୱା ଠାରେ କମ୍ପାନୀ ୪୭.୬ ମେଘାୱାଟ୍ କ୍ଷମତା ବିଶିଷ୍ଟ ଦ୍ଵିତୀୟ ପବନଚଳିତ ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ଯାଉଛି |

୨୮୩ କୋଟି ଟଙ୍କା ପୁଞ୍ଜିନିବେଶରେ ପ୍ରତିଷ୍ଠା ହେବାକୁ ଥିବା ଏହି ପ୍ରକଳ୍ପଟି ମେସର୍ସ ଗମେସା ୱିଣ୍ଡ ଟର୍ବାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ ଦ୍ଵାରା କାର୍ଯାନ୍ଵିତ ହେବ | ଏହି ପ୍ରକଳ୍ପରେ ପ୍ରତ୍ୟେକ ୮୫୦ କିଲୋୱାଟ୍ ରେଟିଂ ବିଶିଷ୍ଟ ୫୬ଟି ୱିଣ୍ଡ ଟର୍ବାଇନ ସ୍ଥାପିତ ହେବ | ନାଲକୋ ନିର୍ଦେଶକ (ପି ଆଣ୍ଡ ଟି) ଶ୍ରୀ ଏନ୍.ଆର୍. ମହାନ୍ତି, ଜାନୁଆରୀ ୧୨ ତାରିଖରେ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ | ଏହି ଅବସରରେ କମ୍ପାନୀର କାର୍ଯ୍ୟନିର୍ବାହୀ ନିର୍ଦେଶକ (ପି ଆଣ୍ଡ ଟି) ଶ୍ରୀ ଏସ୍.କେ. ଦାସ ଉପସ୍ଥିତ ଥିଲେ |

ଅଣପାରମ୍ପରିକ ତଥା ନବୀକରଣଯୋଗ୍ୟ ଶକ୍ତି ଉତ୍ସର ବିନିଯୋଗ ଦିଗରେ ନାଲକୋର ଏହା ଦ୍ଵିତୀୟ ପଦକ୍ଷେପ ଅଟେ | ଏହା ଦ୍ଵାରା କମ୍ପାନୀକୁ ସରକାରଙ୍କ ତରଫରୁ ଆର୍ଥିକ ଲାଭ ମିଳିପାରିବ | ଏହି ପ୍ରକଳ୍ପ ଟି ଆଗାମୀ ୮ ମାସରେ ସମ୍ପୂର୍ଣ ହେବ |

ଏଥି ପୂର୍ବରୁ, ଗତ ଡିସେମ୍ବର ୩୦ ତାରିଖରେ ଆନ୍ଧ୍ରପ୍ରଦେଶର କଡପା ଜିଲ୍ଲା ଅନ୍ତର୍ଗତ ଗଣ୍ଡିକୋଟାଠାରେ କମ୍ପାନୀର ୫୦.୪ ମେଗାୱାଟ୍ କ୍ଷମତା ବିଶିଷ୍ଟ ପ୍ରଥମ ପବନଚାଳିତ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି | ଏହି ପ୍ରକଳ୍ପ ଅଧୀନରେ, ୧୭୪ କୋଟି ଟଙ୍କା ପୁଞ୍ଜିନିବେଶରେ ପ୍ରତ୍ୟେକ ୨.୧ ମେଗାୱାଟ୍ କ୍ଷମତାର ୨୪ଟି ୱିଣ୍ଡ ଟର୍ବାଇନ ସ୍ଥାପିତ ହୋଇଛି | ମେସର୍ସ୍ ସୁଜ୍ଲନ୍ ଏନର୍ଜୀ ଲିମିଟେଡ୍ ଦ୍ଵାରା ଏହି ପ୍ରକଳ୍ପଟି କାର୍ଯାନ୍ଵିତ ହୋଇଥିଲା |

Share in top social networks!
Powered By Indic IME