ଦିଲ୍ଲୀର ଓଡ଼ିଆ ସଂଗଠନ ମାନେ ଉଦିତ କୁମାର ପ୍ରଧାନଙ୍କର ସନ୍ଦେହାତ୍ମକ ମୃତ୍ୟୁର ତଦନ୍ତ ଦାବି କରିଛନ୍ତି

2017-07-15-PHOTO-00000012ସ୍ଵର୍ଗତ ଶ୍ରୀ ଉଦିତ କୁମାର ପ୍ରଧାନଙ୍କର ସନ୍ଦେହାତ୍ମକ ମୃତ୍ୟୁର ଏକ ନିଷ୍ପକ୍ଷ୍ୟ ଏବଂ ଆଶୁ ନ୍ୟାୟ ପାଇବା ଆଶାରେ ଦିଲ୍ଲୀର ପ୍ରାୟ ୩୫ରୁ ଉର୍ଦ୍ଧ୍ଵ ବେସରକାରୀ ସଂସ୍ଥା ଶ୍ରୀଯୁକ୍ତ ସଂଗ୍ରାମ ଧରଙ୍କ ନେତୃତ୍ତ୍ଵରେ ଡେପୁଟି କମିସନର, ସାଉଥ ଦିଲ୍ଲୀ ଶ୍ରୀଯୁକ୍ତ ଇଶ୍ଵର ସିଂହ ଏବଂ ଏସିପି କ୍ରାଇମ ବ୍ରାଞ୍ଚ ଶ୍ରୀଯୁକ୍ତ କୂଳଭୂଷଣ ଯାଦବଙ୍କୁ ଭେଟିଥିଲେ | ସେମାନେ ଏକ ମେମୋରେଣ୍ଡମ ଜମା କରି ଶୀଘ୍ର ନ୍ୟାୟ ପାଇବାର ଭରସା ପାଇଥିଲେ | ଏହି ଦଳ ମଧ୍ୟ ବସନ୍ତକୁଞ୍ଜ-ଊତ୍ତର ଥାନାର ଏସଏଚଓ ଶ୍ରୀଯୁକ୍ତ ଗଗନଙ୍କୁ ମିଳିଥିଲେ, ଏଫଆଇଆର ଏହି ଥାନାରେ ଦର୍ଜ କରଯାଇଥିଲା |
ସ୍ଵର୍ଗତ ଶ୍ରୀ ଉଦିତ କୁମାର ପ୍ରଧାନ ( ୨୮), ବୋନାଇ, ସୁନ୍ଦରଗଡ଼ ଜିଲ୍ଲାର, ଯିଏ ହଙ୍ଗକଙ୍ଗରୁ MBBS ପାଶ କରି ଦିଲ୍ଲୀରେ ଏମସିଆଇ (ମେଡିକାଲ କାଉନସିଲ ଓଫ ଇଣ୍ଡିଆ) ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ | ସେ ବସନ୍ତକୁଞ୍ଜ ନିକଟସ୍ଥ କିସନଗଡ ଅଞ୍ଚଳରେ ଏକ ୨ବେଡରୁମ ଭଡାଘରେ ରହୁଥିଲେ, ତାଙ୍କ ପଡୋଶୀ ରୁମରେ ଜଣେ ଉତ୍ତର-ପୂର୍ବ ଅଞ୍ଚଳର ବ୍ୟକ୍ତି ରହୁଥିଲେ | ତା ୦୨॰୦୬॰ ୨୦୧୭ ରିଖ ଦିନ ଉଦିତ ତାଙ୍କ ଘରୁ ୨୦, ୦୦୦.୦୦ ଟଙ୍କା ଗୋଟେ ମୋବାଇଲ କିଣିବା ପାଇଁ ମଗେଇଥିଲେ | ଟଙ୍କା ମିଳିବାପରେ, ତାଙ୍କ ପରିବାର ଉଦିତଙ୍କ ସହିତ କୌଣସି ସମ୍ପର୍କ କରିପାରିନଥିଲେ , ଦୀର୍ଘ ୩ ଦିନ ପରେ ଜଣେ ସମ୍ପର୍କୀୟ ସହ ଯୋଗାଯୋଗ କରି ଜାଣିଲେ ଯେ ତାଙ୍କର ଏକମାତ୍ର ସନ୍ତାନ ମୃତ୍ୟୁବରଣ କରିଛି|
20032124_1391029237611739_7444516677884236453_n
ପୋଷ୍ଟ-ମଟମ ରିପୋର୍ଟ ଅନୁସାରେ ଦେହରେ ବାହ୍ୟ ଓ ଭିତର ଭାଗରେ କୌଣସି ଚିହ୍ନ ନଥିବାରୁ ପୋଲିସ ଏହାକୁ ଆତ୍ମହତ୍ୟା ଭାବେ ଘୋଷଣା କରି ଦେଇଛନ୍ତି| ତେଣୁ ଆଗାମୀ ଇନଭେଷ୍ଟିକେସନ ପାଇଁ ସମସ୍ତେ ଫରେନସିକ ଲ୍ୟାବ ଟେଷ୍ଟ ରିପୋର୍ଟ କୁ ଅପେକ୍ଷା କରିଛନ୍ତି |
ସୁନ୍ଦର ଓଡିଶା, ଈପରୋକ, ଓଡିଆ ସମାଜ, ଓଡିଶା ଫୋରମ, ଓଡିଶା ଉଈଦ୍ୟାଉଟ ବର୍ଡର, ଦିଲ୍ଲୀ ଓଡିଆ ଷ୍ଟୁଡେଣ୍ଟ ଆସୋସିଏସନ, ପ୍ରବାସୀ ଓଡିଆ ପରିବାର, ଯୋଗମାୟା ଫାଉଣ୍ଡେସନ, ମେହରୋଲି ଓଡିଆ ଆସୋସିଏସନ, ଲାଡୋସରାଇ ଓଡିଆ ବଡି, ସମ୍ପୂର୍ଣ୍ଣା ଏନଜିଓ, ଏତ୍ୟଦି ପ୍ରମୁଖ ସଂସ୍ଥା ଯୋଗଦେଇଥିଲେ |

Share in top social networks!