ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ବିରୁଦ୍ଧରେ ବିଜେଡିର ଷÂ ଦିନରେ ବ୍ଲକ ଘେରାଉ ଓ ବିକ୍ଷୋଭ ଜାରି

Jeypore ରାଜ୍ୟର ଚାଷୀମାନଙ୍କ ଦାବିକୁ କ୍ରମାଗତ ଅଣଦେଖା କରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିବା କେନ୍ଦ୍ରର ଚାଷୀ ବିରୋଧୀ ଓ ରାଜ୍ୟ ବିରୋଧୀ ମନୋଭାବର ପରିଚାୟକ । କିନ୍ତୁ “ଚାଷୀ ହସିଲେ, ସଭିଏଁ ହସିବେ” ନ୍ୟାୟରେ କୃଷି ଓ କୃଷକଙ୍କ ପାଇଁ ପୂର୍ଣ୍ଣପ୍ରାଣରେ ସମର୍ପିତ ବିଜୁ ଜନତା ଦଳ ସରକାର ଆଗକୁ ଆଗ ପାଦ ବଢେ଼ଇ ଚାଲିଛି । ୨୦୦୦ ମସିହା ତୁଳନାରେ ଆମ କୃଷି ଉପôାଦନ ବଢ଼ିଛି ଦୁଇଗୁଣ । କୃଷକଙ୍କ ଆୟକୁ ଦୁଇଗୁଣ କରାଇବାରେ ଆମେ ସାରା ଭାରତରେ ପ୍ରଥମ ରାଜ୍ୟ । ଏପରିସ୍ଥଳେ କେନ୍ଦ୍ର ସରକାର ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ବିଫଳ ହେବା ସହ ଧାନର ସହାୟକ ମୂଲ୍ୟ ମାତ୍ର ୮୦ ଟଙ୍କା ବୃଦ୍ଧି କରି ଚାଷୀର ଆର୍ଥôକ
ମେରୁଦଣ୍ଡକୁ ଦୋହଲାଇ ଦେଇଛନ୍ତି ।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ରାଜ୍ୟ ସରକାର କ୍ରମାଗତ ଭାବେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଆସୁଛନ୍ତି । କିନ୍ତୁ କେନ୍ଦ୍ର ସରକାର ଧର୍ମକୁ ଆଖିଠାର ମାରିବା ଭଳି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଯାହା କ୍ୱିଣ୍ଟାଲ ପିଛା ୧୪୭୦ ଟଙ୍କା ଥିଲା, ସେଥିରେ ମାତ୍ର ୮୦ ଟଙ୍କା ବୃଦ୍ଧି କରି ୧୫୫୦ ଟଙ୍କା ଧାର୍ଯ୍ୟ କରିଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ମାତ୍ର ୮୦ ଟଙ୍କା ବୃଦ୍ଧି କେନ୍ଦ୍ର ସରକାରଙ୍କର ଚାଷୀକୂଳ ପ୍ରତି ଚରମ ଉପହାସ । କେନ୍ଦ୍ରର ଏଭଳି ଚାଷୀମାରଣ ନୀତି ବିରୋଧରେ ଆଜି ପଞ୍ଚମ ଦିବସରେ ବିଜୁ କୃଷକ ଜନତା ଦଳ ରାଜ୍ୟର ବିଭିନ୍ନ ବ୍ଲକ ସମ୍ମୁଖରେ ବିକ୍ଷୋଭ କରାଯାଇଛି ।

ଆଜି ଷÂ ଦିବସରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଓ କିଶୋରନଗର ବ୍ଲକ, ବାଲେଶ୍ୱର ଜିଲ୍ଲା ବାହାନଗା ଓ ବାଲିଆପାଳ ବ୍ଲକ, ବରଗଡ଼
ଜିଲ୍ଲା ବରପାଲି ଓ ଭେଡେନ୍‍ ବ୍ଲକ, ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ, ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ, କଟକ ଜିଲ୍ଲା ସଦର ଓ ନରସିଂହପୁର ବ୍ଲକ,
ଢେଙ୍କାନାଳ ଜିଲ୍ଲା ସଦର ଓ ପର୍ଜଙ୍ଗ, ଗଜପତି ଜିଲ୍ଲା ଗୁମ୍ମା ଓ ରାୟଗଡ଼ା ବ୍ଲକ, ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା, ପୋଲସରା ଓ ସାନଖେମୁଣ୍ଡି,
ଜଗତସିଂହପୁର ଜିଲ୍ଲା ବାଲିକୁଦା, ବିରିଡି ଓ ଜଗତସିଂହପୁର ବ୍ଲକ, ଯାଜପୁର ଜିଲ୍ଲା ବରି, ବିଞ୍ଝାରପୁର, ଦଶରଥପୁର ଓ ଯାଜପୁର ବ୍ଲକ,
ଝାରସୁଗୁଡ଼ା ଜିଲ୍ଲା ଲଇକେରା, କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଓ କୋଟଗଡ଼ ବ୍ଲକ, କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ, କେନ୍ଦୁଝର ଜିଲ୍ଲା
ଘସିପୁରା, ହାଟଡିହି ଓ ଯୋଡ଼ା ବ୍ଲକ, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ, କୋରାପୁଟ ଜିଲ୍ଲା ଜୟପୁର, ଲମତାପୁଟ ଓ ନନ୍ଦପୁର ବ୍ଲକ, ମାଲକାନଗିରି
ଜିଲ୍ଲା ଖଇରପୁଟ ଓ ପୋଡ଼ିଆ ବ୍ଲକ, ମୟୂରଭଞ୍ଜ ଜିଲ୍ଲା ବେତନଟୀ, ଗୋପବନ୍ଧୁନଗର, ଜାମଡ଼ା, ଖୁଣ୍ଟା, ସାମାଖୁଣ୍ଟା ଓ ସାରସକଣା ବ୍ଲକ,
ନୟାଗଡ଼ ଜିଲ୍ଲା ଦଶପଲ୍ଲା ଓ ନୟାଗଡ଼ ବ୍ଲକ, ପୁରୀ ଜିଲ୍ଲା ନିମାପଡ଼ା, ବ୍ରହ୍ମଗିରି ଓ ପିପିଲି ବ୍ଲକ, ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ, ସୁବର୍ଣ୍ଣପୁର
ଜିଲ୍ଲା ବିରମିତ୍ରପୁର ଓ ଉଲୁଣ୍ଡା ବ୍ଲକ ଅଫିସ୍‍ ସମ୍ମୁଖରେ ୨ ଘଣ୍ଟିଆ ଧାରଣା ଓ ବିକ୍ଷୋଭ କରାଯାଇ ରାଷ୍ଟ୍ରପତିଙ୍କ ଉଦେ୍ଧଶ୍ୟରେ ସ୍ମାରକପତ୍ର ବ୍ଲକ
ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି ।
ଏହି ବିକ୍ଷୋଭରେ ବିଜୁ ଜନତା ଦଳ କୃଷକ ସାମ୍ମୁଖ୍ୟ ରାଜ୍ୟ ଆବାହକ ମନ୍ତ୍ରୀ ସୁଶାନ୍ତ ସିଂହ, ନୃସିଂହଚରଣ ସାହୁ, ଚନ୍ଦ୍ରସାରଥୀ ବେହେରା,
ବଦ୍ରିନାରାୟଣ ପାତ୍ର, ପ୍ରଦୀପ ମହାରଥୀ, ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଯୋଗେନ୍ଦ୍ର ବେହେରା, ଅରୁଣ ସାହୁ, ସଂଜୟ ଦାସବର୍ମା, ପ୍ରଣବ
ପ୍ରକାଶ ଦାସ, ସାଂସଦ ପ୍ରଭାସ ସିଂହ, ବିଧାୟକ ସୁଶାନ୍ତ କୁମାର ବେହେରା, ସୁକାନ୍ତ ନାୟକ, ପର୍ଶୁରାମ ଧଡ଼ା, ସଂଜୀବ କୁମାର ସାହୁ, ସରୋଜ
କୁମାର ସାମଲ, ସୀମାରାଣୀ ନାୟକ, ବାସନ୍ତୀ ମଲ୍ଲିକ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ନନ୍ଦିନୀ ଦେବୀ, ଶ୍ରୀକାନ୍ତ ସାହୁ, ପ୍ରଶାନ୍ତ ମୁଦୁଲି, ମାୟାଧର ଜେନା,
ପ୍ରଶାନ୍ତ ଜଗଦେବ, ପ୍ରଫୁଲ୍ଲ ପାଙ୍ଗୀ, ମାନସ ମାଡ଼କାମୀ, ଡମ୍ବରୁ ସିସା, ଗୋଲକ ନାୟକ, ଭାଦବ ହାଁସଦା, ସମୀର ରଞ୍ଜନ ଦାଶ, ପୂର୍ବତନ
ବିଧାୟକ ବିଜୟ ରଞ୍ଜନ ସିଂହ ବରିହା, ରବି ନାରାୟଣ ନନ୍ଦ, ଅନୁପ ସାଏ, କିଶୋର ମହାନ୍ତି, ବୌଦ୍ଧ ଜିଲ୍ଳା ସଭାପତି ମହିଧର ରଣା, କନ୍ଧମାଳ
ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ପ୍ରମୁଖ ନେତୃତ୍ୱ ନେଇଥିଲେ ।

Share in top social networks!