ଉଜ୍ଜ୍ୱଳା ଯୋଜନା ଦେଶର ଗରିବ ମହିଳାଙ୍କ ଜୀବନରେ ଆଣିଛି ପରିବର୍ତନ: ଧର୍ମେନ୍ଦ୍ର ପ୍ରଧାନ

SM4_1934
ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପଶ୍ଚିମବଙ୍ଗର ଜଙ୍ଗିପୁରଠାରେ ୨.୫ କୋଟିତମ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍ କନେକ୍ସନ୍ ପ୍ରଦାନ କରିଛନ୍ତି । ଏହି ଐତିହାସିକ
ମୁହୂର୍ତରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସୁପୁତ୍ର ତଥା ସ୍ଥାନୀୟ ସାଂସଦ ଅଭିଜିତ୍ ମୁଖାର୍ଜୀ ଏଠାରେ ଉପସ୍ଥିତ ଥିଲେ ।

ରାଷ୍ଟ୍ରପତି ମୁଖାର୍ଜୀ ରଘୁନାଥଗୁଞ୍ଜର ଶ୍ରୀମତୀ ଗୌରୀ ଶଙ୍କରଙ୍କୁ ଏହି ଗ୍ୟାସ୍ ପ୍ରଦାନ ସଂଯୋଗ ପ୍ରଦାନ କରି ଦେଶରେ ଗରିବ ସୀମାରେଖା ତଲେ ଥିବା ପରିବାରମାନଙ୍କୁ ଗ୍ୟାସ୍ ସଂଯୋଗ ଯୋଗାଣର ୨.୫ କୋଟି ସଂଯୋଗ ପୂରା କରିଥିଲା । ଏହି ଅବସରରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ୧୧ ଜଣ ହିତାଧିକାରୀଙ୍କୁ ଗ୍ୟାସ୍ ସଂଯୋଗ ବା•ିବା ଅବସରରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ହେବାର ମାତ୍ର ୧୪ ମାସ ମଧ୍ୟରେ ୨.୫ କୋଟି ଗରିବ ମହିଳା ପରିବାରରେ ମାଗଣା ଗ୍ୟାସ୍ ସଂଯୋଗ ପହଂଚି ଥିବାରୁ ରାଷ୍ଟ୍ରପତି ସନ୍ତୋଷ ପ୍ରକାଶ କରିଥିଲେ ।

ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାମହିମ ରାଷ୍ଟ୍ରପତି ତାଙ୍କର ବ୍ୟସ୍ତବହୁଳ ଜୀବନରୁ ସମୟ କାଢି ୨.୫କୋଟିତମ ଉଜ୍ଜ୍ୱଳା ଗ୍ୟାସ୍ ବାଂଟିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରୀ ପ୍ରଧାନ କହିଥିଲେ, ଗତ ୧ ମଇ ୨୦୧୬ରେ ଉତରପ୍ରଦେଶର ବଲିଆଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଦେଶର ପ୍ରଥମ ଉଜ୍ଜ୍ୱଳା ଗ୍ୟାସ ପ୍ରଦାନ କରିଥିଲେ । ଶନିବାର ଦିନ ମହାମହିମ ରାଷ୍ଟ୍ରପତିଙ୍କ ହାତରେ ୨.୫କୋଟିତମ ଗ୍ୟାସ୍ ସଂଯୋଗ ପ୍ରଦାନ ଏକ ସ୍ମରଣୀୟ ଦିନ ହୋଇ ରହିବ । ଏହି ଯୋଜନା ଦେଶର ଗରିବ ମହିଳାଙ୍କ ଜୀବନରେ ସାକାରାତ୍ମକ ପରିବର୍ତନ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି ବୋଲି ଶ୍ରୀ ପ୍ରଧାନ ଏହି ଅବସରରେ କହିଥିଲେ ।

ଶ୍ରୀ ପ୍ରଧାନ କହିଛନ୍ତି, ଭାରତର ରାଜ୍ୟମାନଙ୍କ ମଧ୍ୟରେ ଉତରପ୍ରଦେଶରେ ସର୍ବାଧିକ ୫୫ ଲକ୍ଷ ଗ୍ୟାସ୍ ସଂଯୋଗ ବଂଟାଯାଇଥିବାବେଳେ ପଶ୍ଚିମବଙ୍ଗ ଏହି ମାଗଣା ଗ୍ୟାସ୍ ସଂଯୋଗ ବଂଟନରେ ଦ୍ୱିତୀୟ ସ୍ଥାନରେ ରହିଛି । ପଶ୍ଚିମବଙ୍ଗରେ ଗ୍ୟାସ୍ ବଂଟନକୁ ଅଧିକ ଗତିଶିଳ କରିବା ପାଇଁ ଆଉ ୬୦୦ ନୂଆ ବିତରକ ନିଯୁକ୍ତି
କରାଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଶ୍ରୀ ପ୍ରଧାନ କହିଛନ୍ତି, ଏହି ଯୋଜନାରେ ଦେଶର ୫ କୋଟି ଗରିବ ମହିଳାଙ୍କୁ ଏଲ୍ପିଜି ସଂଯୋଗ ୨୦୧୯
ସୁଦ୍ଧା ଯୋଗାଇଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ଗରିବ ପରିବାରଙ୍କୁ ୫ କୋଟି ଗ୍ୟାସ୍ ସଂଯୋଗ ସହ ୨୦୧୯ ସୁଦ୍ଧା ଆଉ ୫ କୋଟି ସାଧାରଣ ପରିବାରକୁ ଗ୍ୟାସ୍ ସଂଯୋଗ ଦେବାର ପ୍ରକ୍ରିୟା ପୂରଣ ହେଲେ ଭାରତର ଅଧିକାଂଶ ପରିବାର ପାଖରେ ଗ୍ୟାସ୍ କନେକ୍ସନ୍ ରହିବ । ହିତାଧିକାରୀ ଚୟନରେ ସଂପୂର୍ଣ୍ଣ ବଜାୟ
ରଖିବା ପାଇଁ ୨୦୧୧ ଜନଗଣନାର ସାମାଜିକ ଆର୍ଥିକ ଦୃଷ୍ଟିରୁ ପଛୁଆ ଭାବେ ଚିହ୍ନିତ ପରିବାରମାନଙ୍କୁ ଏହି ଗ୍ୟାସ୍ ସଂଯୋଗ ଯୋଗାଇ ଦିଆଯାଇଥିବା ଶ୍ରୀ ପ୍ରଧାନ କହିଛନ୍ତି ।

ଗତ ତିନି ବର୍ଷରେ ଦେଶରେ ଏଲ୍ପିଜି ବ୍ୟବହାର ୩୩ ପ୍ରତିଶତ ବୃଦ୍ଧି ହୋଇଛି । ଏଥିପାଇଁ ୫ ହଜାର ନୂଆ ବିତରକ ନିଯୁକ୍ତ ହୋଇଛନ୍ତି ଓ ଏଗୁଡିକ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଗ୍ରାମାଂଚଳରେ କାର୍ଯ୍ୟରତ ଥିବା ଶ୍ରୀ ପ୍ରଧାନ କହିଛନ୍ତି ।

Share in top social networks!
Powered By Indic IME