ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ବିରୁଦ୍ଧରେ ବିଜେଡିର ୫ମ ଦିନରେ ବ୍ଲକ ଘେରାଉ ଓ ବିକ୍ଷୋଭ ଜାରି

Rajnagar-3
ରାଜ୍ୟର ଚାଷୀମାନଙ୍କ ଦାବିକୁ କ୍ରମାଗତ ଅଣଦେଖା କରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିବା କେନ୍ଦ୍ରର ଚାଷୀ ବିରୋଧୀ ଓ ରାଜ୍ୟ ବିରୋଧୀ ମନୋଭାବର ପରିଚାୟକ । କିନ୍ତୁ “ଚାଷୀ ହସିଲେ, ସଭିଏଁ ହସିବେ” ନ୍ୟାୟରେ କୃଷି ଓ କୃଷକଙ୍କ ପାଇଁ ପୂର୍ଣ୍ଣପ୍ରାଣରେ ସମର୍ପିତ ବିଜୁ ଜନତା ଦଳ ସରକାର ଆଗକୁ ଆଗ ପାଦ ବଢେ଼ଇ ଚାଲିଛି । ୨୦୦୦ ମସିହା ତୁଳନାରେ ଆମ କୃଷି ଉପôାଦନ ବଢ଼ିଛି ଦୁଇଗୁଣ । କୃଷକଙ୍କ ଆୟକୁ ଦୁଇଗୁଣ କରାଇବାରେ ଆମେ ସାରା ଭାରତରେ ପ୍ରଥମ
ରାଜ୍ୟ । ଏପରିସ୍ଥଳେ କେନ୍ଦ୍ର ସରକାର ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ବିଫଳ ହେବା ସହ ଧାନର ସହାୟକ ମୂଲ୍ୟ ମାତ୍ର ୮୦ ଟଙ୍କା
ବୃଦ୍ଧି କରି ଚାଷୀର ଆର୍ଥôକ ମେରୁଦଣ୍ଡକୁ ଦୋହଲାଇ ଦେଇଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ରାଜ୍ୟ ସରକାର
କ୍ରମାଗତ ଭାବେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଆସୁଛନ୍ତି । କିନ୍ତୁ କେନ୍ଦ୍ର ସରକାର ଧର୍ମକୁ ଆଖିଠାର ମାରିବା ଭଳି ଧାନର ସର୍ବନିମ୍ନ
ସହାୟକ ମୂଲ୍ୟ ଯାହା କ୍ୱିଣ୍ଟାଲ ପିଛା ୧୪୭୦ ଟଙ୍କା ଥିଲା, ସେଥିରେ ମାତ୍ର ୮୦ ଟଙ୍କା ବୃଦ୍ଧି କରି ୧୫୫୦ ଟଙ୍କା ଧାର୍ଯ୍ୟ କରିଛନ୍ତି ।
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ମାତ୍ର ୮୦ ଟଙ୍କା ବୃଦ୍ଧି କେନ୍ଦ୍ର ସରକାରଙ୍କର ଚାଷୀକୂଳ ପ୍ରତି ଚରମ ଉପହାସ । କେନ୍ଦ୍ରର
ଏଭଳି ଚାଷୀମାରଣ ନୀତି ବିରୋଧରେ ଆଜି ପଞ୍ଚମ ଦିବସରେ ବିଜୁ କୃଷକ ଜନତା ଦଳ ରାଜ୍ୟର ବିଭିନ୍ନ ବ୍ଲକ ସମ୍ମୁଖରେ ବିକ୍ଷୋଭ
କରାଯାଇଛି ।
ଆଜି ପଞ୍ଚମ ଦିବସରେ ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ, ବରଗଡ଼ ଜିଲ୍ଲା ସୋହେଲା ବ୍ଲକ, ବଲାଙ୍ଗୀର ଜିଲ୍ଲା ଅଗଲପୁର, ତୁରେଇକେଲା
ଓ ବଲାଙ୍ଗୀର ବ୍ଲକ, ଗଜପତି ଜିଲ୍ଲା ଗୋସାଣି, ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା, ଭଞ୍ଜନଗର ଓ ଜଗନ୍ନାଥପ୍ରସାଦ ବ୍ଲକ, ଜଗତସିଂହପୁର ଜିଲ୍ଲା
ନାଉଗାଁ ବ୍ଲକ, ଝାରସୁଗୁଡ଼ା ଜିଲ୍ଲା ଝାରସୁଗୁଡ଼ା ବ୍ଲକ, କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଓ ଟିକାବାଲି ବ୍ଲକ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ,
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ, ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା ଓ ବାଣପୁର ବ୍ଲକ, କୋରାପୁଟ ଜିଲ୍ଲା ବନ୍ଧୁଗାଁ ଓ ବୈପାରିଗୁଡ଼ା ବ୍ଲକ, ମାଲକାନଗିରି
ଜିଲ୍ଲା ମାଥିଲି ବ୍ଲକ, ମୟୂରଭଞ୍ଜ ଜିଲ୍ଲା ବିଜାତୋଳା ବ୍ଲକ, ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ, ସମ୍ବଲପୁର ଜିଲ୍ଲା ବାମରା ଓ ରେଙ୍ଗାଳି ବ୍ଲକ,
ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ, ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ, ସୁନ୍ଦରଗଡ଼ ସଦର ଓ ବିଶ୍ରା ବ୍ଲକ ଅଫିସ୍‍ ସମ୍ମୁଖରେ ୨ ଘଣ୍ଟିଆ ଧାରଣା ଓ
ବିକ୍ଷୋଭ କରାଯାଇ ରାଷ୍ଟ୍ରପତିଙ୍କ ଉଦେ୍ଧଶ୍ୟରେ ସ୍ମାରକପତ୍ର ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଏହି ବିକ୍ଷୋଭରେ ବିଜୁ
ଜନତା ଦଳ କୃଷକ ସାମ୍ମୁଖ୍ୟ ରାଜ୍ୟ ଆବାହକ ମନ୍ତ୍ରୀ ସୁଶାନ୍ତ ସିଂହ, ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା, ବିଧାୟକ ହୃଷି ନାୟକ, ଅନୁଭବ
ପଟ୍ଟନାୟକ, ରମେଶ ପଟୁଆ,
ପୂର୍ବତନ ବିଧାୟକ ସୁଦର୍ଶନ ଜେନା, କେ. ନାରାୟଣ ରାଓ, ରଘୁନାଥ ସାହୁ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର କୁମାର
ମହାନ୍ତି, ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସ, କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଧୃବ ସାହୁ, ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ,
କନ୍ଧମାଳ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ଗଜପତି ଜିଲ୍ଲା ସଭାପତି ପ୍ରଦୀପ ନାୟକ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Share in top social networks!
Powered By Indic IME