୧୭୯ତମ ଜୟନ୍ତୀରେ ଯଥାର୍ଥ ଶ୍ରଦ୍ଧାଞ୍ଜଳି ରାଜଧାନୀରେ କର୍ମବୀର ଗୌରୀଶଙ୍କର ରାୟଙ୍କ ପ୍ରତିମୂର୍ତ୍ତି ଅନାବରଣ

DSC_0153
କର୍ମବୀର ଗୌରୀଶଙ୍କର ରାୟଙ୍କ ପବିତ୍ର ୧୭୯ତମ ଜନ୍ମତିଥ# ଅବସରରେ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ତାଙ୍କର ଏକ ପ୍ରତିମୂର୍ତ୍ତି ଅନାବରଣ କରାଯାଇ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛିା ସ୍ଥାନୀୟ ପି.ଏମ୍.ଜି ଛକଠାରେ ଏହି ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା, ସାଂସଦ ଡ.ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ପି୍ରୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, କର୍ପୋରେଟର ଦେବାଶିଷ ସିଟ୍ ଉପସ୍ଥିତ ଥ#ଲୋ ମନ୍ତ୍ରୀ ଶ୍ରୀ ପଣ୍ଡା ଓ ଶ୍ରୀ ଜେନା କର୍ମବୀର ଗୌରୀଶଙ୍କରଙ୍କୁ ଆଧୁନିକ ଓଡ଼ିଶାର ଅନ୍ୟତମ ବିନ୍ଧାଣି ଭାବରେ ଅଭିିହିତ କରି ସେ ତାଙ୍କ ବହୁମୁଖୀ ଅବଦାନ ନିମନ୍ତେ ଚିରସ୍ମରଣୀୟ ରହିବେ ବୋଲି ପ୍ରକାଶ କରିଛନ୍ତିା
ଆଜି ସକାଳେ ଅନାବୃତ ଏହି ପ୍ରତିମୂର୍ତ୍ତି ନର୍ମାଣ ବାବଦରେ ସଂସ୍କୃତି ବିଭାଗ ପ୍ରାୟ ୧୧ ଲକ୍ଷ ଟଙ୍କା ବ୍ୟୟ କରିଛିା ବିଭାଗୀୟ କମିଶନର ତଥା ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ପ୍ରତିମୂର୍ତ୍ତି ନିର୍ମାଣପୂର୍ବକ ସଂସ୍କୃତି ବିଭାଗ ପୂଜ୍ୟପୂଜା ନିମନ୍ତେ ପ୍ରଯନ# କରିଛି ବୋଲି ଉଲ୍ଲେଖ କରିଛନ୍ତିା କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଅମରେନ୍ଦ୍ର କୁମାର ପଟ୍ଟନାୟକ,ଉପନିର୍ଦ୍ଦେଶିକା ସଂଘମିତ୍ରା ଶତପଥୀ, ପଣ୍ଡିତ ପ୍ରବୋଧ କୁମାର ମିଶ୍ର, ସାହିତି୍ୟକା ସୁପ୍ରଭା ରାୟ, “ସମ୍ବାଦକଳିକା” ସଂପାଦକ ଜୟାଶିଷ ରାୟ, କାର୍ତ୍ତିକ ଚନ୍ଦ୍ର ଚାନ୍ଦଙ୍କ ସମେତ କର୍ମବୀରଙ୍କ ଆତ୍ମୀୟସ୍ୱଜନବୃନ୍ଦ ଉପସ୍ଥିତ ଥ#ଲୋ
କର୍ମବୀର ଗୌରୀଶଙ୍କର ରାୟ(୧୮୩୮-୧୯୧୭) କଟକ ଜିଲ୍ଲାର ଅସୁରେଶ୍ୱର ଦୀକ୍ଷିତପଡାରେ ଜନ୍ମଗ୍ରହଣ କରିଥ#ଲେ ଓ କଲିକତାରୁ ଶିକ୍ଷା ସମାପ୍ତି ପରେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ଶିକ୍ଷକତା ଆରମ୍ଭ କରିଥ#ଲୋ ସେ ଉତ୍କଳ ସଭା, ଉତ୍କଳ ସମ୍ମିଳନୀ, ଓଡ଼ିଶା ଆସୋସିଏସନ୍ ଓ ଉତ୍କଳ ସାହିତ୍ୟ ସମାଜ ପରି ଅନୁଷ୍ଠାନଗୁଡିକ ସହ ସଂପୃକ୍ତ ରହି ଓଡ଼ିଆ ଭାଷା ଓ ସାହିତ୍ୟର ଘୋର ଦୁର୍ଦ୍ଦିନରେ ତାହାର ସ୍ୱାତନ୍ତ୍ର୍ୟ, ପ୍ରତିଷ୍ଠା ଓ ବିଶେଷତ୍ୱ ପ୍ରଦର୍ଶନ ନିମନ୍ତେ ଅକ୍ଳାନ୍ତ ଉଦ୍ୟମ କରି ଆଧୁନିକ ଓଡ଼ିଶାର ଅନ୍ୟତମ ନିର୍ମାତା ଭାବେ ସ୍ମରଣୀୟ ରହିଛନ୍ତିା ୧୮୬୫ରେ ଗୌରୀଶଙ୍କର କଟକ ପ୍ରିଣ୍ଟିଂ କମ୍ପାନୀ ସ୍ଥାପନ କରି “ଉତ୍କଳ ଦୀପିକା’ ସମ୍ବାଦପତ୍ର ଆରମ୍ଭ କରିଥ#ଲୋ ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ଭାବରେ “ଉତ୍କଳ ଦୀପିକା’ ୧୮୬୬ର ଭୟାନକ ନ’ଅଙ୍କ ଦୁର୍ଭିକ୍ଷ ସମୟରେ ଓଡ଼ିଆଙ୍କ ଦୁଃଖ, ସମସ୍ୟା ଓ ଦାବିଗୁଡିକ ଉପସ୍ଥାପିତ କରିଥ#ଲାା ସେ ମଧ୍ୟ ପୁରାଣ ପ୍ରକାଶିକା ସମିତି ଗଠନ କରି ଦୁଷ୍ପ୍ରାପ୍ୟ ତାଳପତ୍ର ପୋଥ# ସମେତ ରାମୟଣ ଓ ମହାଭାରତ ଆଦି ପ୍ରକାଶ କରିଥ#ଲୋ ପରାଧୀନ ଓଡ଼ିଶାର ନବଜାଗରଣ ଅଧ୍ୟାୟରେ କର୍ମବୀର ଗୌରୀଶଙ୍କରଙ୍କ କୀର୍ତ୍ତି ଓ କୃତିତ୍ୱ ଅତୁଳନୀୟା
ସଂସ୍କୃତି ବିଭାଗ ପକ୍ଷରୁ ୨୦୧୬ ମାର୍ଚ୍ଚରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାର ୨୧ ଜଣ ବରପୁତ୍ରଙ୍କର ପ୍ରତିମୂର୍ତ୍ତି ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା କରାଯାଇଛିା ଭୁବନେଶ୍ୱର ବିମାନବନ୍ଦର ଓ ପୋଲିସ୍ ଏକାଡେମୀରେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ, ପିଏମ୍ଜି ଛକରେ ପଣ୍ଡିତ ଗୋଦାବରୀଶ ମିଶ୍ର, ସ୍ୱସ୍ତି ପ୍ଲାଜା ନିକଟରେ ବିପ୍ଳବୀ ଧରଣୀଧର, ଜୀବନବୀମା ଅଫିସ ନିକଟରେ ନନ୍ଦିନୀ ଶତପଥୀ, ଭଞ୍ଜକଳା ମଣ୍ଡପ ସମ୍ମୁଖରେ ସନ୍ଥ ବଳରାମ ଦାସ, ଏଜି ଛକଠାରେ ଶହୀଦ ଜୟୀରାଜଗୁରୁ ଓ ମହାରାଜା ବାସୁଦେବ ସୁଢଳ ଦେବ, ଜୟଦେବ ବିହାର ଛକରେ ନୀଳମଣି ବିଦ୍ୟାରନ#, ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଡ. ପ୍ରାଣକୃଷ୍ଣ ପରିଜା, ରମାଦେବୀ ବିଶ୍ୱବିଦ୍ୟାଳୟ ପରିସରରେ ମା’ ରମାଦେବୀ, ରୂପାଲି ଛକରେ ଭକ୍ତକବି ମଧୁସୂଦନ, ନୟାପଲ୍ଲୀ ବିଡିଏ ପାର୍କଠାରେ ପୂର୍ବତନ ବାଚସ୍ପତି ଯୁଧ#ଷ୍ଠିର ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛିା ସେହିପରି ବାଲେଶ୍ୱର ଜିଲ୍ଲା ସୋରୋଠାରେ କବିବର ରାଧାନାଥ ରାୟ, ଢେଙ୍କାନାଳ ସହରରେ ବିପ୍ଳବୀ ସାରଙ୍ଗଧର ଦାସ, ନୟାଗଡ କଚେରୀ ଛକରେ ସଂଗ୍ରହକ ଦାସିଆ ଅଜା, କଟକ ଜଗତପୁର ଛକରେ ଉତ୍କଳ ଗୌରବ ମଧୁସୂଦନ, କୋଲକାତାଠାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ଐତିହ୍ୟ ଗ୍ରାମ ରଘୁରାଜପୁରରେ ନୃତ୍ୟଗୁରୁ ମାଗୁଣି ଦାସ ଓ ଶିଳ୍ପୀଗୁରୁ ଜଗନ୍ନାଥ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠିତ ହୋଇଛିା ସମୁଦାୟ ୨୧ଟି ପ୍ରତିମୂର୍ତ୍ତି ଓ ପୀଠିକା ନିର୍ମାଣ ବାବଦରେ ସଂସ୍କୃତି ବିଭାଗ ପ୍ରାୟ ୨ କୋଟି ୧୨ ଲକ୍ଷ ୭୦ ହଜାର ଟଙ୍କା ବ୍ୟୟ କରିଛିା

Share in top social networks!