ଅସୁସ୍ଥ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ସାକ୍ଷାତ କଲା ବିଜେପି ପ୍ରତିନିଧି ଦଳ

19984142_1555762731142833_6944870763837160445_o
- ଘରୋଇ ହସପିଟାଲରେ ଚିକିତ୍ସାଧୀନ ସୁଦର୍ଶନଙ୍କୁ ସାକ୍ଷାତ କରି ଆଶୁ ଆରୋଗ୍ୟ କାମନା
- ସୁଦର୍ଶନଙ୍କ ଦାବି ପ୍ରତି ଦଳ କଲା ଦୃଢ ସମର୍ଥନ ଘୋଷଣା
- ବିଳମ୍ବରେ ହେଲେ ବି ପଦକ୍ଷେପ ନେବା ପାଇଁ ସରକାରଙ୍କ ଠାରେ ଦାବି
ସ୍ୱଚ୍ଛ ବାଙ୍କି ମୁହାଣ ପାଇଁ ଅନଶନ କରି ଅସୁସ୍ଥ ହୋଇ ପଡିଥିବା ଓ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ଅନ୍ତରାଷ୍ଟ୍ରୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଆଶୁ ଆରୋଗ୍ୟ କାମନା କରିଛନ୍ତି ବିଜେପି ପ୍ରତିନିଧି ଦଳ ।
ଦଳ ତରଫରୁ ଯେଉଁ ମହାନ ଉଦେ୍ଧଶ୍ୟ ରଖି ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜ ଜୀବନକୁ ବାଜି ଲଗାଇଛନ୍ତି ତାଙ୍କ ଦାବି ପ୍ରତି ବିଜେପି ତରଫରୁ ଦୃଢ ସମର୍ଥନ ଜ୍ଞାପନ କରାଯାଇଛି ।
ବିଜେପି ପ୍ରତିନିଧି ମଣ୍ଡଳରେ ସାମିଲ ଥିବା ଦଳର ବରିÂ ନେତା ସମୀର ମହାନ୍ତି, ସଜ୍ଜନ ଶର୍ମା, ଦିଲ୍ଲୀପ ମଲ୍ଳିକ, ଦିଲ୍ଲୀପ ମହାନ୍ତି ପ୍ରମୁଖ କହିଛନ୍ତି ଯେ ସ୍ୱଚ୍ଛ ବାଙ୍କୀ ମୁହାଣ ସମ୍ପର୍କରେ ବାଲୁକା ଶିଳ୍ପୀଙ୍କ ବର୍ଷ ବର୍ଷ ବ୍ୟାପୀ ଅନୁରୋଧ ଓ ଦାବି ସତ୍ୱେ ରାଜ୍ୟ ସରକାର କୁମ୍ଭକର୍ଣ ନିଦ୍ରାରେ ଶୋଇବା କାରଣରୁ ଓଡିଶାର ଜଣେ ସୁନାମଧନ୍ୟ ବ୍ୟକ୍ତିତ୍ୱଙ୍କୁ ଅନଶନ ପରି ଚରମ ପଦକ୍ଷେପ ନେବାକୁ ବାଧ୍ୟ କଲା । ବିଳମ୍ବ ହେଲେ ମଧ୍ୟ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ସ୍ଥାନୀୟ ଜନତାଙ୍କ ଦାବିକୁ ସମ୍ମାନ ଦେଇ ରାଜ୍ୟ ସରକାର ତୁରନ୍ତ ବିହିତ ପଦକ୍ଷେପ ନେବା ପାଇଁ ଦଳ ଦାବି କରିଛି ।

Share in top social networks!