ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ବିରୁଦ୍ଧରେ ବିଜେଡିର ବ୍ଲକ ଘେରାଉ ଓ ବିକ୍ଷୋଭ ଜାରି

Telibani-5
କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାର ନିର୍ବାଚନ ପୂର୍ବରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସ୍ୱାମୀନାଥନ୍‍ କମିଶନ ରିପୋର୍ଟ ଅନୁସାରେ ଉପôାଦନ ଖର୍ଚ୍ଚର ଦେଢ଼ ଗୁଣା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ସେ ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି । ଏହା କୃଷି କ୍ଷେତ୍ରକୁ ବିପର୍ଯ୍ୟସ୍ତ କରିବା ସହ ଚାଷୀମାନଙ୍କୁ ସର୍ବସ୍ୱାନ୍ତ କରିବ । ଗତ ବିଧାନସଭା ଅଧିବେଶନରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବା ଲାଗି ସର୍ବସମ୍ମତରେ ଏକ ସଂକଳ୍ପ ପାରିତ କରିଥିଲେ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା, ଯେଉଁ କମିଟି ପ୍ରଧାନମନ୍ତ୍ରୀଙ୍କୁ ଭେଟି ଚାଷୀମାନଙ୍କର ସ୍ୱାର୍ଥ ନିମନ୍ତେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ କରିବା ପାଇଁ ଦାବି ଉପସ୍ଥାପନ
କରିଥାନ୍ତେ । କିନ୍ତୁ କମିଟିର ଅନୁରୋଧ ସତ୍ତେ୍ୱ ପ୍ରଧାନମନ୍ତ୍ରୀ ସମୟ ଦେଲେ ନାହିଁ । ଏହା ସଂଘୀୟ ଗଣତନ୍ତ୍ରରେ ବିଧାନସଭା ଗୃହ କମିଟିର ଏଭଳି
ଅବମାନନାକୁ ବରଦାସ୍ତ କରାଯିବ ନାହିଁ ଓ ଚାଷୀକୂଳ ସ୍ୱାର୍ଥ ପାଇଁ ତା’ର ଉପଯୁକ୍ତ ଜବାବ ଦିଆଯିବ ।

ରାଜ୍ୟର ଚାଷୀମାନଙ୍କ ଦାବିକୁ ଅଣଦେଖା କରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିବା କେନ୍ଦ୍ରର ଚାଷୀ ବିରୋଧୀ ଓ ରାଜ୍ୟ
ବିରୋଧୀ ମନୋଭାବର ପରିଚାୟକ । କିନ୍ତୁ “ଚାଷୀ ହସିଲେ, ସଭିଏଁ ହସିବେ” ନ୍ୟାୟରେ କୃଷି ଓ କୃଷକଙ୍କ ପାଇଁ ପୂର୍ଣ୍ଣପ୍ରାଣରେ ସମର୍ପିତ ବିଜୁ
ଜନତା ଦଳ ସରକାର ଆଗକୁ ଆଗ ପାଦ ବଢେ଼ଇ ଚାଲିଛି । ୨୦୦୦ ମସିହା ତୁଳନାରେ ଆମ କୃଷି ଉପôାଦନ ବଢ଼ିଛି ଦୁଇଗୁଣ । କୃଷକଙ୍କ
ଆୟକୁ ଦୁଇଗୁଣ କରାଇବାରେ ଆମେ ସାରା ଭାରତରେ ପ୍ରଥମ ରାଜ୍ୟ । ଏପରିସ୍ଥଳେ କେନ୍ଦ୍ର ସରକାର ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ବିଫଳ
ହୋଇଛନ୍ତି, ଯାହା ଚାଷୀର ଆର୍ଥôକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଅପରପକ୍ଷରେ କେନ୍ଦ୍ର ଏନ୍‍ଡିଏ ସରକାରଙ୍କ ଏହି ନିଷ୍ପତ୍ତି ଚାଷୀକୂଳ ପ୍ରତି
ଚରମ ଉପହାସ ସଦୃଶ ହୋଇଛି ବୋଲି ଆଜି ଚତୁର୍ଥ ଦିବସରେ ବିଜେପୁର ବ୍ଲକ ସମ୍ମୁଖରେ ଧାରଣା ଓ ବିକ୍ଷୋଭରେ ଯୋଗଦେଇ ବିଜୁ ଜନତା
ଦଳ କୃଷକ ସାମ୍ମୁଖ୍ୟ ସଂଯୋଜକ ସୁଶାନ୍ତ ସିଂହ କହିଛନ୍ତି ।
ଆଜି ଚତୁର୍ଥ ଦିବସରେ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ, ବଅଁରପାଳ, କଣିହାଁ, ତାଳଚେର ବ୍ଲକ, ବରଗଡ଼ ଜିଲ୍ଲାର ବିଜେପୁର ବ୍ଲକ,
ବଲାଙ୍ଗୀର ଜିଲ୍ଲାର ସଇଁତଳା ବ୍ଲକ, ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ, ଦେବଗଡ଼ ଜିଲ୍ଲାର ତିଲେଇବଣି ବ୍ଲକ, ଢେଙ୍କାନାଳ ଜିଲ୍ଲାର ହିନେ୍ଦାଳ
ବ୍ଲକ, ଗଞ୍ଜାମ ଜିଲ୍ଲାର ବୁଗୁଡ଼ା, ଧରାକୋଟ୍‍ ଓ ସୋରଡ଼ା ବ୍ଲକ, ଯାଜପୁର ଜିଲ୍ଲାର ଧର୍ମଶାଳା, ଝାରସୁଗୁଡ଼ା ଜିଲ୍ଲାର କିରିମିରା, କଳାହାଣ୍ଡି ଜିଲ୍ଲାର
ଭବାନୀପାଟଣା ଓ ଥୁଆମୂଳ ରାମପୁର ବ୍ଲକ, କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ, କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ବାଂଶପାଳ, ଚମ୍ପୁଆ ଓ ଝୁମ୍ପୁରା
ବ୍ଲକ, ଖୋର୍ଦ୍ଧା ଜିଲ୍ଲାର ଜଟଣୀ ବ୍ଲକ, କୋରାପୁଟ ଜିଲ୍ଲାର ଦଶମନ୍ତପୁର, ଲକ୍ଷ୍ମୀପୁର, ନାରାୟଣପାଟଣା ଓ ସେମିଳିଗୁଡ଼ା ବ୍ଲକ, ମାଲକାନଗିରି
ଜିଲ୍ଲାର ମାଲକାନଗିରି ବ୍ଲକ, ମୟୂରଭଞ୍ଜ ଜିଲ୍ଲାର ବହଳଦା ଓ କରଞ୍ଜିଆ ବ୍ଲକ, ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର, ଡାବୁଗାଁ, କୋଷାଗୁମୁଡ଼ା ଓ
ନନ୍ଦାହାଣ୍ଡି ବ୍ଲକ, ପୁରୀ ଜିଲ୍ଲାର ଗୋପ ବ୍ଲକ, ସମ୍ବଲପୁର ଜିଲ୍ଲାର ଧନକୌଡା ବ୍ଲକ, ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଓ ତରଭା ବ୍ଲକ, ସୁନ୍ଦରଗଡ଼
ଜିଲ୍ଲାର ବାଲିଶଙ୍କରା ବ୍ଲକ, କଟକ ଜିଲ୍ଲାର ନିଆଳି, କଣ୍ଟାପଡ଼ା, ବ୍ଲକ ଅଫିସ୍‍ ସମ୍ମୁଖରେ ୨ ଘଣ୍ଟିଆ ଧାରଣା ଓ ବିକ୍ଷୋଭ କରାଯାଇ ରାଷ୍ଟ୍ରପତିଙ୍କ
ଉଦେ୍ଧଶ୍ୟରେ ସ୍ମାରକପତ୍ର ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଏହି ବିକ୍ଷୋଭରେ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ସାଂସଦ ଝିନ୍ନ
ହକ୍‍କା, ବଳଭଦ୍ର ମାଝୀ, ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା, ବିଧାୟକ ରଜନୀକାନ୍ତ ସିଂହ, ପ୍ରଣବ କୁମାର ବଳବନ୍ତରାୟ, ଶ୍ରୀକାନ୍ତ ସାହୁ,
ଶ୍ରୀମତୀ ନନ୍ଦିନୀ ଦେବୀ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ମନୋହର ରନ୍ଧାରୀ, ବଳଭଦ୍ର ମାଝୀ, ଅନାମ ନାଏକ, ମହିଧର ରଣା, ମାୟାଧର ଜେନା, ସମୀର
ରଞ୍ଜନ ଦାଶ, ସଂଜୀବ ସାହୁ, ବ୍ରଜକିଶୋର ପ୍ରଧାନ, ସାଇବା ସୁଶୀଲ ହାଁସଦା, ପ୍ରଫୁଲ୍ଲ ପାଙ୍ଗୀ, ସୀମାରାଣୀ ନାୟକ, ପଶ୍ଚିମ ଓଡ଼ିଶା ବିକାଶ
ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି, ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ, କନ୍ଧମାଳ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ଦେବଗଡ଼ ଜିଲ୍ଲା
ସଭାପତି ସୁଧୀର କୁମାର କାପରଦାର୍‍, ନବରଙ୍ଗପୁର ଜିଲ୍ଲା ସଭାପତି ପ୍ରହଲ୍ଲାଦ ତି୍ରପାଠୀ, ସମ୍ବଲପୁର ଜିଲ୍ଲା ସଭାପତି ପ୍ରମୋଦ ରଥ, ସୁବର୍ଣ୍ଣପୁର
ଜିଲ୍ଲା ସଭାପତି ସରୋଜ କାମ୍ପ, କେନ୍ଦୁଝର ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀ ପ୍ରମୁଖ ସାମିଲ ହୋଇଥିଲେ ବୋଲି ରାଜ୍ୟ ସଂପାଦକ ବିଜୟ
ନାୟକ କହିଛନ୍ତି ।

Share in top social networks!