ରାଜ୍ୟରେ କୃଷି ଓ ଗ୍ରାମ୍ୟ ଉନ୍ନୟନ ପାଇଁ “ନାବାର୍ଡ’ର ୬୬,୫୦୦ କୋଟି ଟଙ୍କା ବ୍ୟୟ ଆକଳନ

ଚଳିତ ଆଥ#ର୍କ ବର୍ଷରେ ରାଜ୍ୟରେ କୃଷି ଓ ଗ୍ରାମ୍ୟ ଉନ୍ନୟନ କ୍ଷେତ୍ରରେ ନାବାର୍ଡ ପ୍ରାୟ ୬୬୫୦୦ କୋଟି ଟଙ୍କା ବ୍ୟୟ କରିବାର ଆକଳନ ରଖ#ଛିା ଗତ ଆଥ#ର୍କ ବର୍ଷରେ ଏହା ୧୪୭୧୫ କୋଟି ଟଙ୍କା ବିଭିନ୍ନ କାର୍ଯ୍ୟ ପାଇଁ ପ୍ରଦାନ କରିଥ#ବା ବେଳେ ଚଳିତ ଆଥ#ର୍କ ବର୍ଷରେ ଏହା ବୃଦ୍ଧି ପାଇବ ବୋଲି ଆଶା କରାଯାଇଛିା ନାବାର୍ଡର ୩୬ତମ ପ୍ରତିଷ୍ଠା ଦିବସ ଅବସରରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶ୍ରୀ ଶଶିଭୂଷଣ ବେହେରା ମୁଖ୍ୟଅତିଥ# ଭାବେ ଯୋଗଦେଇ ରାଜ୍ୟର ଭିତ୍ତିଭୂମି ବିକାଶରେ ନାବାର୍ଡର ଭୂମିକା ପ୍ରଶଂସନୀୟ ବୋଲି ଉଲ୍ଲେଖ କରିଥ#ବା ବେଳେ ଜଳ ଓ ମୃତ୍ତିକା ସଂରକ୍ଷଣ କ୍ଷେତ୍ରରେ ବ୍ୟାପକ ସଚେତନତା ସୃଷ୍ଟି କରିବା ନିମନ୍ତେ ପରାମର୍ଶ ଦେଇଛନ୍ତିା
ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ ଆର୍ଆଇଡିଏଫ୍ ଯୋଜନାରେ ନାବାର୍ଡ ରାଜ୍ୟକୁ ୧୨୩୨୫ କୋଟି ଟଙ୍କାର ସହାୟତା ଦେଇ ପ୍ରାୟ ୨ ଲକ୍ଷ ପ୍ରକଳ୍ପକୁ ସଂପୂର୍ଣ୍ଣ କରିବାରେ ସହାୟତା କରିଛିା ସେହିପରି ସଂରକ୍ଷଣ ବ୍ୟବସ୍ଥା ନିମନ୍ତେ ୧.୯୪ ଲକ୍ଷ ମେଟି୍ରକ୍ ଟନ୍ କ୍ଷମତା ବିଶିଷ୍ଟ ୩୯୮ଟି ପ୍ରାଥମିକ କୃଷି ସମବାୟ ସମିତିରେ ଗୋଦାମ ନିର୍ମାଣ ପାଇଁ ସହାୟତା ଦେଇଛିା ଗତ ଆଥ#ର୍କ ବର୍ଷରେ ଜଗତସିଂହପୁର ଜିଲ୍ଲା ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକର ଡିଜିଟାଇଜେସନ୍ରେ ସହଯୋଗ କରିଛିା ବିଭିନ୍ନ ବିକାଶମୂଳକ ଅଭିଯାନ ସହିତ ଋଣ ପ୍ରଦାନ ଓ ନିୟନ୍ତ୍ରଣ କ୍ଷମତା ଭୋଗ କରୁଥ#ବା ନାବାର୍ଡ ରାଜ୍ୟରେ ଦକ୍ଷତା ବିକାଶ, ଜଳ ଓ ମୃତ୍ତିକା ସଂରକ୍ଷଣ ଓ ସଂଯୋଗୀକରଣ କ୍ଷେତ୍ରରେ ଅଧ#କ କାର୍ଯ୍ୟ କରିବାକୁ ମନ୍ତ୍ରୀ ଶ୍ରୀ ବେହେରା ପରାମର୍ଶ ଦେଇଛନ୍ତିା
ଉତ୍ସବରେ ଉଲ୍ଲେଖ କରାଯାଇଥ#ଲା ଯେ ରାଜ୍ୟର ୧୯ଟି ଜିଲ୍ଲାରେ ନାବାର୍ଡ ଓ୍ୱାଡି ପ୍ରକଳ୍ପ କାର୍ଯ୍ୟକାରୀ କରିବା ସହିତ ସେ ବାବଦରେ ୧୭୧ କୋଟି ଟଙ୍କା ବ୍ୟୟ କରି ଜନଜାତିଙ୍କ କଲ୍ୟାଣରେ ବିଶେଷ ସହାୟକ ହୋଇଛିା ଏହା ଫଳରେ ୩୭ ହଜାର ଏକରରେ ଉଦ୍ୟାନ ଚାଷ ହେବା ସହିତ ପ୍ରାୟ ୪୪୫୦୦ ଆଦିବାସୀ ପରିବାର ଉପକୃତ ହୋଇଛନ୍ତିା ସେହିପରି ରାଜ୍ୟରେ ୧୦୪ଟି ଜଳ ବିଭାଜିକା ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ୫୭ କୋଟି ଟଙ୍କା ଖର୍ଚ୍ଚ କରି ନାବାର୍ଡ ପ୍ରାୟ ୨୩ ହଜାର ପରିବାରକୁ ଉପକୃତ କରିପାରିଛିା ଜଳ ସଂରକ୍ଷଣ ବାବାଦରେ ଗତ ଆଥ#ର୍କ ବର୍ଷରେ ନାବାର୍ଡ ପକ୍ଷରୁ ୪୧୮୬ଟି ଗ୍ରାମରେ ପ୍ରାୟ ୩ ହଜାରଟି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛିା ନୂଆପଡା ଜିଲ୍ଲାରେ ଜଳସଂପଦ ବିଭାଗରୁ ମଞ୍ଜୁରୀପ୍ରାପ୍ତ ଗୋଟିଏ ଜଳବାୟୁ ପରିବର୍ତ୍ତନ ପ୍ରକଳ୍ପରେ ନାବାର୍ଡ ୨୦ କୋଟି ଟଙ୍କା ବ୍ୟୟ କରିଛିା
ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ନାବାର୍ଡର ମୁଖ୍ୟ ପ୍ରବନ୍ଧକ ଡ. କେ.ସି. ପାଣିଗ୍ରାହୀ, ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରବନ୍ଧକ ପି.କେ. ଦାସ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ବି.ଭି.ଜି. ରେzି,ୟୁକୋ ବ୍ୟାଙ୍କର ପ୍ରବନ୍ଧକ ତଥା ଏସ୍ଏଲ୍ବିସିର ଆବାହକ ଅନୀଲ କୁମାରଙ୍କ ସମେତ ବରିଷ୍ଠ ଅଧ#କାରୀବୃନ୍ଦ ଉପସ୍ଥିତ ଥ#ଲୋ

Share in top social networks!