ପବିତ୍ର ଗୁରୁପୁର୍ଣ୍ଣୀମା ଦିନ ନୂଆଦିଲ୍ଲୀରେ “ସୁନ୍ଦର ଓଡିଶା” କାର୍ଯ୍ୟଳୟର ଶୁଭାରମ୍ଭ

2017-07-09-PHOTO-640x863
“ସୁନ୍ଦର ଓଡିଶା” 3 ଏପ୍ରିଲ ୨୦୧୬ ମସିହାରେ ଓଡିଶାର ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ଏସ॰ ସି॰ ଜମିର, ହରିୟାନା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମନୋହର ଲାଲ ଖଟର, କେନ୍ଦ୍ରୀୟ ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, ହରିୟାନାର B&R ବିଭାଗ ମନ୍ତ୍ରୀ ଶ୍ରୀ ରାଓ ନରବିର ସିଂ ଙ୍କ ଉପସ୍ଥିତି ରେ ପ୍ରବାସୀ ଓଡିଆ ଉତ୍ସବ – ୨୦୧୬ ଅବସରରେ ସାରା ଭାରତରୁ ଆସିଥିବା ୫୦୦୦ ଲୋକଙ୍କ ପ୍ରତ୍ୟକ୍ଷରେ ଜନ୍ମଲାଭ କରି ଦେଶ ସାରା ବହୁ ସଂସ୍କୃତିକ ତଥା ସାମାଜିକ କାମରେ ନିଜକୁ ଜାରିଋ ରଖିଛି | ଦେଶବ୍ୟାପୀ “ ମଦବନ୍ଦ ” ପାଇଁ ଗାନ୍ଧୀ ଜୟନ୍ତୀ ଦିନ ଡକରା ଦେବା, ବିନ୍ଦୁସାଗରର ପବିତ୍ରତା ରକ୍ଷା କରିବା ପାଇଁ ସଫାକରିବା, ରକ୍ତଦାନ ଶିବିରର ଆୟୋଜନ କରିବା, ଓଡିଶାରେ ଦୁର୍ଘଟଣାମାନଙ୍କରେ ଯେପରିକି ଅନୁଗୁଳ ବସ ଦୁର୍ଘଟଣା ଆଦିରେ ସମବେଦନା ତଥା ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା, ଦିଲ୍ଲୀର ତ୍ରିବେଣୀ କଳା ସଂଗମ ଠାରେ ଜଗନ୍ନାଥ ଭଜନର ହିନ୍ଦୀ ସଂଗୀତ ପ୍ରସ୍ତୁତିରେ ସହାୟକ ହେବା ଆଦି ବିଭିନ୍ନ ଜଗହିତକର କର୍ମରେ ନିଯୋଜିତ | ଏହି କାର୍ଯ୍ୟକର୍ମଗୁଡିକୁ ଆହୁରି ତ୍ଵରାନ୍ଵିତ କରିବା ପାଇଁ ସୁନ୍ଦର ଓଡିଶା ନୂଆଦିଲ୍ଲୀର ଛତରପୁର ଠାରେ ଏକ କାର୍ଯ୍ୟଳୟର ଶୁଭାରମ୍ଭ କରିଛି |
19989305_320935908360014_4104949451055430014_n-300x225

୯ ଜୁଲାଇ ୨୦୧୭, ପବିତ୍ର ଗୁରୁପୁର୍ଣ୍ଣୀମା ଦିନ ଏହି କାର୍ଯ୍ୟଳୟ ସ୍ଥାନୀୟ ସାଂସଦ ଶ୍ରୀ ରମେଶ ବିଧୁଡି ଫିତାକାଟି ଶୁଭାରମ୍ଭ କରିଥିଲେ| ସ୍ଥାନୀୟ ନିଗମ ପାର୍ଶ୍ଵଦ ଶ୍ରୀ ସଞ୍ଜୟ ଠାକୁର , ଉଦୟ ଇଣ୍ଡିଆର ମୁଖ୍ୟ ସମ୍ପାଦକ ଶ୍ରୀ ଦୀପକ ରଥ , ଜଗନ୍ନାଥ ମନ୍ଦିର ତ୍ୟାଗରାଜ ନଗରର ସମ୍ପାଦକ ଶ୍ରୀ କାମଦେବ ବିଶ୍ଵାଳ ମଧ୍ୟ ଏହି କାର୍ଯ୍ୟକର୍ମରେ ଯୋଗଦାନ କରି ଏହାର ଶୋଭା ବଢାଇଥିଲେ | ଓଡିଶା କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠା କରିବା ପାଇଁ “ CONNECT ODISHA” ନାମରେ ଏକ ପ୍ରକଳ୍ପ ହାତକୁ ନିଆଯାଇ ଓଡିଶାର କଳା, ସଂସ୍କୃତି, ସ୍ଥାପତ୍ୟ, ଖାଦ୍ୟ, ପରିଧାନକୁ ବିଶ୍ଵ ଦରବାରରେ ପହଞ୍ଚାଇବା ଏହାର ମୁଖ୍ୟ ଉଦ୍ଧେଶ୍ୟ ବୋଲି ମୁଖ୍ୟ ସଂଯୋଜକ ଶ୍ରୀ ସଂଗ୍ରାମ ଧର ପ୍ରକାଶ କରିଥିଲେ| ପ୍ରବାସୀ ଓଡିଆ ଦିବସ-୨୦୧୮ ର ମୁଖ୍ୟ ଆୟୋଜକ ହିସାବରେ ସୁନ୍ଦର ଓଡିଶା NCR ଅଞ୍ଚଳର ୧୬ ଲକ୍ଷ୍ୟ ଓଡିଆଙ୍କୁ ଏକାଠି କରିବା ଲକ୍ଷ୍ୟରେ ପ୍ରାୟ ୫୦ଟି ସଂସ୍ଥାରୁ ୧୦୦୦ ଲୋକଙ୍କୁ କେନ୍ଦ୍ରକରି ସମସ୍ତଙ୍କୁ ମାନପତ୍ର ପ୍ରଦାନ କରଯାଇଥିଲା |

ପ୍ରବାସୀ ଓଡିଆ ଉତ୍ସବକୁ ସଫଳ କରିବା ପାଇଁ ପ୍ରବାସୀ ଓଡିଆ ପରିବାରର କୋର କମିଟିର ଶ୍ରୀ ଅଜୟ ସାମଲ, ଶ୍ରୀ ମୀନକେତନ ସାମଲ, ଶ୍ରୀ ପ୍ରୀତମ ନାୟକ, ଶ୍ରୀ ସୁଧାଂଶୁ ସାହୁ, ଶ୍ରୀ ପ୍ରବୀର ମହାନ୍ତି, ଶ୍ରୀମତୀ ରୀତା ପାତ୍ର ଓ ଶ୍ରୀ ସଞ୍ଜୟ ଦାଶ ଯୋଗ ଦେଇ ଓଡିଆ ସ୍ଵାଭିମାନ ଉପରେ ଆଲୋକପାତ କରିଥିଲେ | ସୁନ୍ଦର ଓଡିଶାର ସଂଯୋଜକ ଶ୍ରୀ ଦେବରାଜ ମହାନ୍ତି ଏହି କାର୍ଯ୍ୟକର୍ମର ସୁପରିଚାଳନା ଶ୍ରୀ ପବିତ୍ର ଲେଙ୍କା, ଶ୍ରୀ ରମେଶ ଚନ୍ଦ୍ର ଲେଙ୍କା, ଶ୍ରୀ ଅଚ୍ୟୁତ ରାଉତ, ଶ୍ରୀ ଦୋଳଗୋବିନ୍ଦ ବେହେରା, ଶ୍ରୀ ପବିତ୍ର ଗୁରୁ, ଶ୍ରୀ କୁଳଜିତ ସିଂହ ଓ ଶ୍ରୀ ସମୀର ଦାସଙ୍କ ସହଯୋଗରେ ସମ୍ପନ୍ନ କରିଥିଲେ |

Share in top social networks!