ବାସ୍ତବରେ ଓଡ଼ିଶାରେ ଦରିଦ୍ର ଲୋକଙ୍କ ସଂଖ୍ୟା କେତେ?

ମହାମେଘବାହନ ଐର ଖାରବେଳସ୍ୱାଇଁ
ସଭାପତି, ଉକ୍ରଳ ଭାରତ, ଭୁବନେଶ୍ୱର,

Kharabela Swain
୧୯୯୭ ମସିହାରେ ଓଡ଼ିଶାରେ କଙ୍ଗେ୍ରସ ସରକାର ଥିଲାବେଳେ ବ.ପି.ଏଲ. ସର୍ଭେ କରଯାଇଥିଲା । ଏହି ସର୍ଭେ ଅନୁସାରେ ଓଡ଼ିଶାରେ ଦାରିଦ୍ର୍ୟ ସୀମାରେଖା ତଳେ ୫୭% ଲୋକ ଥିଲେ । ଏହାପରେ ଦୀର୍ଘ ୨୦ ବର୍ଷ ବିତିଯାଇଛି । ଓଡ଼ିଶାର ବି.ଜେ.ଡି. ସରକାର ଗତ କେତେ ବର୍ଷ ହେଲା କହିଆସୁଛନ୍ତି ଓ ଏବେ ଏସୀୟ ଦୌଡକୁଦ ପ୍ରତିଯୋଗିତା ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁÂିତ ହେଉଥିବା ଅବସରରେ ସମ୍ବାଦପତ୍ରମାନଙ୍କରେ ବିଜ୍ଞାପନ ଦେଇ ଇତି ମଧ୍ୟରେ ୨୫% ଲୋକ ଦାରିଦ୍ର୍ୟ ସୀମାରେଖାର ଉଦ୍ଧ୍ୱର୍କୁ ଉଠିଯାଇଛନ୍ତି ବୋଲି କହିଛନ୍ତି । ଅର୍ଥାତ, ଓଡ଼ିଶାରେ ବି.ଜେ.ଡି. ସରକାରଙ୍କ କହିବା ଅନୁ୍୍ସାରେ ୩୨% ଲୋକ ଦାରିଦ୍ର୍ୟ ସୀମାରେଖାର ତଳେ ଅଛନ୍ତି । ୟୁ.ପି.ଏ. ସରକାର କ୍ଷମତାରେ ଥିଲାବେଳେ ଯେଉଁ ଯୋଜନା କମିଶନ ଥିଲା ତାହା ମଧ୍ୟ ପାଖାପାଖି ସେଇଆ କହୁଥିଲା । ଏବେ ବି.ଜେ.ପି.ର ରାଷ୍ଟ୍ରିୟ ସଭାପତି ଅମିତ ଶାହା ଓଡିÿଶା ଗସ୍ତରେ ଆସିଥିଲା ବେଳେ ଓଡ଼ିଶା ସମ୍ପର୍କରେ ଏକ ବିସ୍ତୃତ ବିବରଣୀ ଦେଇ ଓଡ଼ିଶାରେ ଏବେବି ୪୬% ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି ବୋଲି କହିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଏମାନେ ସମସ୍ତେ ଅଲଗା ଅଲଗା ତଥ୍ୟ ଦେଉଛନ୍ତି କିପରି? ଯାହା ମନେହେଉଛି ଯାହକୁ ଯେମିତି ସୁବିଧା ହେଉଛି ସେ ସେମିତି କହିଦେଉଛି । ଏମାନଙ୍କ ମଧ୍ୟରୁ କେହି ବାସ୍ତବ ତଥ୍ୟ ଜାଣିନାହାନ୍ତି । ଯେଉଁମାନେ ବାସ୍ତବ ତଥ୍ୟ ଜାଣିନାହାନ୍ତି କେବଳ ନିଜକୁ ସୁବିଧା ହେଲାଭଳି କଥା କହନ୍ତି ସେମାନେ ଏ ରାଜ୍ୟର ବିକାଶ କରିପାରିବେ ବୋଲି ବିଶ୍ୱାସ କରାଯାଇପାରେକି?
ଯେଉଁ ବି.ପି.ଏଲ. ସଂଖ୍ୟା କମିଛି ତାହା ବି.ପି.ଏଲ. ତାଲିକାରେ ପ୍ରକାଶିତ ହେଉନାହିଁ କାହିଁକି? ତେବେ ବି.ପି.ଏଲ.ରୁ ଉର୍ଦ୍ଧ୍ୱକୁ ଉଠିଯାଇଥିବା ବ୍ୟକ୍ତିମାନଙ୍କର ନାମ ତାଲିକାରୁ କାଟି ଦିଆଯାଉନାହିଁ କାହିଁକ? ଖାଦ୍ୟ ସୁରକ୍ଷା ଆଇନ ବଳରେ ହୁଏତ ବି.ପି.ଏଲ. ତାଲିକାରେ ଥିବା ସବ ୁବ୍ୟକ୍ତି ଓ ଆହୁରି କିଛି ଅଧିକ ବ୍ୟକ୍ତି(ମୋଟ ପ୍ରାୟ ୭୪%) ଟଙ୍କିକିଆ ଚାଉଳ ପାଉଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଇନ୍ଦିରା ଆବାସ), ସ୍ୱାସ୍ଥ୍ୟ ବୀମା ଯୋଜନା ବିଭିନ୍ନ ପ୍ରକାରର ଭତା କେବଳ ବି.ପି.ଏଲ. ତାଲିକାରେ ଥିବା ଲୋକଙ୍କୁ ଦିଆଯାଏ । ଯେଉଁମାନେ ବି.ପି.ଏଲ.ରୁ ଉର୍ଦ୍ଧ୍ୱକୁ ଉଠିଗଲେଣି ସେମାନଙ୍କୁ ଏସବୁ ଦିଆଯାଉଛି କାହିଁକି? ବି.ଜେ.ଡି. ଏହା କହୁଥିଲେ ମଧ୍ୟ ବି.ଜେ.ପି. ଏହାକୁ ବିରୋଧ କରୁଛି କି? କେବଳ ସମର୍ଥନ ହାସଲ ପାଇଁ ଏ ଦୁଇଟିଯାକ ଦଳ ମିଛ କହିବାରେ ସିଦ୍ଧହସ୍ତ ହୋଇଗଲେଣି । ଉକ୍ରଳ ଭାରତ ବି.ପି.ଏଲ. ତାଲିକର ସଂଶୋଧନ ଚାÿହେଁ ଏବଂ କ୍ଷମତାକୁ ଆସିଲେ ପ୍ରଥମେ ତାହା କରିବ ମଧ୍ୟ । ଶାସନରେ ନ୍ୟାୟ ପ୍ରଦର୍ଶନ କରି ସୁଶାସନ ପ୍ରତିÂା କରିବ ।

Share in top social networks!